logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପାଟଣା କଲେଜରେ ବନ୍ଦନୀୟ ବରପୁତ୍ର ମାନଙ୍କ ଉପରେ ଆଲୋଚନା ଚକ୍ର।

ପାଟଣା କଲେଜରେ ବନ୍ଦନୀୟ ବରପୁତ୍ର ମାନଙ୍କ ଉପରେ ଆଲୋଚନା ଚକ୍ର।

ପାଟଣା-୧୨/୦୪, ପାଟଣା ବ୍ଲକ ମୁଖ୍ୟାଳୟ ପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ରେ ରବିବାର ଓଡ଼ିଆ ପକ୍ଷ -୨୦୨୬ ପାଳନ ଅବସରରେ ଓଡ଼ିଶାର ବନ୍ଦନୀୟ ବରପୁତ୍ର ମାନଙ୍କ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ବିରେନ୍ଦ୍ର କୁମାର ସାହୁ ଙ୍କ ସଭାପତିତ୍ୱ କରିଥିବା ବେଳେ ଏନ ସି ସି ଅଧିକାରୀ ତଥା କ୍ରୀଡ଼ା ଶିକ୍ଷକ କ୍ୟାପଟେନ ଧର୍ମେନ୍ଦ୍ର କୁମାର ସାହୁ ସଂଯୋଜନା କରିଥିଲେ।କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଉତ୍ତର ଓଡ଼ିଶା ସାହିତ୍ୟ ସଂସ୍କୃତି ସମ୍ମେଳନ ର ସଭାପତି ନୃସିଂହ ନାଥ ସିଂହ ,ସଂମ୍ମାନୀତ ଅତିଥି ଭାବେ ପ୍ରାଧ୍ୟାପକ ଜଗନ୍ନାଥ ମହାନ୍ତ ଓ ଅଧ୍ୟାପକ ରତ୍ନାକର ମହାକୁର ପ୍ରମୁଖ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ମହାବିଦ୍ୟାଳୟ ପରିସରରେ ଥିବା ଜାତିର ପିତା ମହାତ୍ମାଗାନ୍ଧୀ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓ ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇ ଆଲୋଚନା ଚକ୍ର ଆରମ୍ଭ ହୋଇଥିଲା।ଓଡ଼ିଶାର ମହାନ ପୁରୁଷ ମାନଙ୍କ ଓଡ଼ିଆ ଜାତି ପାଇଁ ଥିବା ଅତୁଳନୀୟ ଅବଦାନ କୁ ମନେ ପକାଇ ସେମାନଙ୍କ ଗୁଣଗାନ କରିଥିଲେ।ଓଡ଼ିଆ ପକ୍ଷର ଅମୃତପିତି ସାରସ୍ୱତ ସମାରୋହର ରାଜ୍ୟ ସ୍ତରୀୟ ପ୍ରବନ୍ଧ ଓ ଗଳ୍ପ ପ୍ରତିଯୋଗିତାରେ ମହାବିଦ୍ୟାଳୟ ର ଦୁଇ ଛାତ୍ରୀ ବର୍ଷାରାଣୀ ନାଏକ ଓ ବିମଳା ମହାନ୍ତ ଅଂଶ ଗ୍ରହଣ କରି ପୁରସ୍କୃତ ହୋଇ ଥିବାରୁ ଛାତ୍ରୀ ଦ୍ୱୟଙ୍କୁ ମହାବିଦ୍ୟାଳୟ ପକ୍ଷରୁ ସଂମ୍ମାନୀତ କରା ଯାଇଥିଲା।

ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

22
1273 views

Comment