logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ରାଜ୍ୟ ସିଏମ ଟ୍ରଫି ଦ୍ୱିତୀୟ ଦିବସ ତାରିଣୀ ଫୁଟବଲ ଏକାଡେମୀ ୯-୦ଏବଂ ଟିଏସଏଫ, ଯୋଡ଼ା ୭-୦ ଗୋଲରେ ବିଜୟୀ।

ରାଜ୍ୟ ସିଏମ ଟ୍ରଫି ଦ୍ୱିତୀୟ ଦିବସ
ତାରିଣୀ ଫୁଟବଲ ଏକାଡେମୀ ୯-୦ଏବଂ ଟିଏସଏଫ, ଯୋଡ଼ା ୭-୦ ଗୋଲରେ ବିଜୟୀ।

କେନ୍ଦୁଝର,ତା୧୨/୪- ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ, ଫୁଟବଲ ଆସୋସିଏସନ ଅଫ ଓଡିଶା ଏବଂ କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥା ମିଳିତ ସହଯୋଗରେ ଶଙ୍କରପୁରସ୍ଥିତ ଧରଣୀଧର ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ସିଏମ ଫୁଟବଲ ପ୍ରତିଯୋଗିତାର ଲିଗ ପଦ୍ଧତିରେ ଅନୁଷ୍ଠିତ ଆଜି ତୃତୀୟ ଦିବସର ପ୍ରଥମ ଖେଳରେ ତାରିଣୀ ଫୁଟବଲ ଏକାଡେମୀ ଆର ଏମ ହାଇସ୍କୁଲ ନିଉଣ୍ଡି ବିପକ୍ଷରେ ୯-୦ ଗୋଲରେ ବିପୁଳ ବିଜୟ ହାସଲ କରି ପୁରା ପଏଣ୍ଟ ହାସଲ କରିଛି l ପ୍ରାଥମlର୍ଦ୍ଧ ଖେଳରେ ତାରିଣୀ ଫୁଟବଲ ଏକାଡେମୀ ୬ଟି ଗୋଲ ସ୍କୋର କରିଥିବା ବେଳେ ଦ୍ୱିତୀୟlର୍ଦ୍ଧ ଖେଳରେ ୩ଟି ଗୋଲ ସ୍କୋର କରିଥିଲେ l ଦଳ ପକ୍ଷରୁ ସ୍ୱପ୍ନା ଭୂୟାଁ ୩ଟି, ଇତିଶ୍ରୀ ନାଏକ ୨ଟି ସୁବର୍ଣ୍ଣିକା ଚମ୍ପିଆ ୨ଟି ଏବଂ ଅନନ୍ୟା ଟପ୍ପୋ ଓ ପୁର୍ଣିମା ଲୋହାର ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ l
ଅପରାହ୍ନରେ ଅନୁଷ୍ଠିତ ଦ୍ୱିତୀୟ ଖେଳରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଯୋଡ଼ା ଆର ଏମ ହାଇସ୍କୁଲ ନିଉଣ୍ଡି ବିପକ୍ଷରେ ୭-୦ ଗୋଲରେ ବିପୁଳ ବିଜୟ ଲାଭ କରି ପୁରା ପଏଣ୍ଟ ହାସଲ କରିଛି l ଟିଏସଏଫ ପ୍ରଥମlର୍ଦ୍ଧରେ ୪ଟି ଏବଂ ଦ୍ୱିତୀୟlର୍ଦ୍ଧରେ ୩ଟି ଗୋଲ ସ୍କୋର କରିଥିଲେ l ଆଜି ପୂର୍ବାହ୍ନରେ ଖେଳ ଆରମ୍ଭ ହେବା ପୂର୍ବରୁ ଆଜିର ମୁଖ୍ୟ ଅତିଥି ଜିଲ୍ଲା କ୍ରୀଡା ଅଧିକାରୀ ସରୋଜ କୁମାର ମଲ୍ଲିକଙ୍କ ସହ ଉଭୟ ଦଳର ଖେଳାଳୀ ମାନଙ୍କୁ ପରିଚିତ କରାଇ ଦିଆଯାଇଥିଲା l ଆଜିର ପ୍ରଥମ ଖେଳରେ ଦଶମନ୍ତ ରେଫରୀ ଦାୟିତ୍ୱ ତୁଲାଇଥିବା ବେଳେ ତାଙ୍କୁ ଲାଇନରେ ସହାୟତା କରିଥିଲେ ବୃନ୍ଦାବନ ମୁଣ୍ଡା ଓ ଯୋଗେନ୍ଦ୍ର ମାଝୀ l ଚତୁର୍ଥ ରେଫରୀ ଥିଲେ ବିଜୟ ମୁଣ୍ଡା l ସେହିପରି ଦ୍ୱିତୀୟ ଖେଳରେ ପ୍ରମୋଦ ଟୁଡୁ ରେଫରୀ ଦାୟିତ୍ୱ ତୁଲାଇଥିବା ବେଳେ ତାଙ୍କୁ ଲାଇନରେ ସହାୟତା କରିଥିଲେ ବୃନ୍ଦାବନ ମୁଣ୍ଡା ଓ ଯୋଗେନ୍ଦ୍ର ମାଝୀ l ଚତୁର୍ଥ ରେଫରୀ ଥିଲେ ବିଜୟ ମୁଣ୍ଡା l ଫାଓ ପକ୍ଷରୁ ବୀରେନ୍ଦ୍ର ମହାନ୍ତ ମ୍ୟାଚ କମିଶନର ନିଯୁକ୍ତ ହୋଇ ଦାୟିତ୍ୱ ନିର୍ବାହ କରିଥିଲେ।

ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

26
941 views

Comment