logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଖବର ଆଜିର, ୧୨ ଅପ୍ରେଲ, ରବିବାର

ଆଜି ମୁଖ୍ୟତଃ ଖରା ରହିବ। ତାପମାତ୍ରା ୩୬ ଡିଗ୍ରୀ ୨୨ ଡିଗ୍ରୀ ସେଲସିୟସ ରହିବ। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ନେଇ ସ୍ୱତନ୍ତ୍ର ସତର୍କତା ଜାରି। ବଢିବ ଖରାର ପ୍ରକୋପ, ଆଗାମୀ ୭ ଦିନ ଯାଏ ଅସହ୍ୟ ଗରମ ଓ ଗୁଳୁଗୁଳି।

ଗଞ୍ଜାମ ଜିଲ୍ଲାରେ ବଜ୍ରପାତ ସହ ବର୍ଷାର ସମ୍ଭାବନା, ଭଦ୍ରକ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସ୍କୁଲ ସମୟ ପରିବର୍ତ୍ତନ। ବାରିପଦା ସହରରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ।

ଆସନ୍ତା ୨୦ ଏପ୍ରିଲ ସୁଦ୍ଧା ସମସ୍ତ ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକ ମିଳିବ ବୋଲି କହିଲେ ସରକାର।

ଓଡିଶା ହାଇକୋର୍ଟ ୧୩ ଏପ୍ରିଲକୁ ଛୁଟି ଘୋଷଣା କରିଛନ୍ତି।

ରାଜ୍ୟରେ ରୋଷେଇ ଗ୍ୟାସ ପାଇଁ ଇ-କେୱାଇସି ବାଧ୍ୟତାମୂଳକ ହୋଇଛି।

ରାଜ୍ୟରେ ୪୫ ହଜାର ନୂତନ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି, କହିଲେ ମୁଖ୍ୟମନ୍ତ୍ରୀ ମାଝୀ।

ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଓଡିଶା ବିଜେପିର ଛୋଟ ନେତା ବି ପ୍ରଚାରରେ ଯାଇଛନ୍ତି। ଦେଶରେ ବେଙ୍ଗଲ ଏକ ନମ୍ବର ହେବ ବୋଲି ସ୍ଲୋଗାନ ଦେଉଛନ୍ତି।

ଜଗନ୍ନାଥ ସଂସ୍କୃତିର ପ୍ରଚାର ପାଇଁ ଐତିହ୍ୟ ଓଡିଶା ସ୍ତମ୍ଭ ଆରମ୍ଭ ହୋଇଛି।

ରାଜ୍ୟର ଜେଲଗୁଡିକରେ ଅତ୍ୟଧିକ ଭିଡ ଯୋଗୁଁ କଏଦୀ ମାନଙ୍କ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଛି।

ଭୁବନେଶ୍ୱର ମେଟ୍ରୋ ରେଳ ବନ୍ଦ ନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ଭୁବନେଶ୍ୱର କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ।

ଶିଳ୍ପ ସମୃଦ୍ଧ ରାୟଗଡ଼ା ଜିଲ୍ଲାର ଲୋକଙ୍କୁ ମିଳୁନି ନିଯୁକ୍ତି। ଜୀବିକା ପାଇଁ ପଡ଼ୋଶୀ ରାଜ୍ୟରେ ଦାଦନ ଖଟୁଛନ୍ତି। ୫ ବର୍ଷରେ ୩୮ ମୃତ।

ମହାନଦୀ ଟ୍ରିବ୍ୟୁନାଲ ଅବଧିକୁ ୨୦୨୭ ଜାନୁଆରୀ ୧୩ ଯାଏଁ କେନ୍ଦ୍ର ସରକାର ବୃଦ୍ଧି କଲେ। ଓଡ଼ିଶା ବାସୀ ପୁଣି ଭକୁଆ ହେଲେ।

ପୁରୀ ବିମାନବନ୍ଦର ପ୍ରକଳ୍ପକୁ ନେଇ ପରିବେଶବିତ ମାନେ ଆପତ୍ତି ଉଠାଇଛନ୍ତି।

ଖୋର୍ଦ୍ଧା ଜିଲ୍ଲାରେ ଗୁଳିକାଣ୍ଡ କରିଥିବା ବିଜେପି ବିଧାୟକଙ୍କ ଚର୍ଚ୍ଚା ଜାରି ରହିଛି।

ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଅଫିସରେ କାମ କରୁଥିବାବେଳେ ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ସୌଭାଗ୍ୟ କୁମାର ସାହୁଙ୍କ ଛାତିରେ ଯନ୍ତ୍ରଣା ହୋଇ ମୃତ୍ୟୁ।

ବଲାଙ୍ଗୀର ସଇଁତଲା ହୋଣ୍ଡା ଶୋ ରୁମର ମାଲିକଙ୍କ ପୁଅଙ୍କୁ କାର ଚଢ଼ାଇ ମାରିବାର ଉଦ୍ୟମ, ଥାନାରେ ମାମଲା।

କଟକ ଜିଲ୍ଲାରେ ଲୋକ ଅଦାଲତ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।

ବାଲେଶ୍ୱର ଜିଲ୍ଲାରେ କୁଆପଥର ବର୍ଷା ଯୋଗୁଁ ଫସଲ ନଷ୍ଟ ହୋଇଛି।

କେନ୍ଦ୍ରାପଡାରେ ନଦୀବନ୍ଧ ସୁରକ୍ଷା ପାଇଁ ଗ୍ରାମବାସୀଙ୍କ ଦାବି।

ଜଗତସିଂହପୁରରେ ନୂତନ ଶିଳ୍ପ ପ୍ରକଳ୍ପ ପାଇଁ ସର୍ଭେ କରାଯାଇଛି।

କୋରାପୁଟ ଜିଲ୍ଲାରେ ଜଙ୍ଗଲ ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଜାରି ରହିଛି।

ସମ୍ବଲପୁରରେ ପାନୀୟ ଜଳ ସମସ୍ୟା ନେଇ ଉତ୍ତେଜନା ଦେଖାଦେଇଛି।

ବଲାଙ୍ଗୀର ଜିଲ୍ଲାରେ କୃଷି ମେଳା ଆୟୋଜିତ ହୋଇଛି।

କଟକ ସହରରେ ନୂତନ ଫ୍ଲାଏଓଭର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି।

ରାଉରକେଲାରେ ଷ୍ଟିଲ ପ୍ଲାଣ୍ଟର ନୂତନ ୟୁନିଟ ଉଦ୍‌ଘାଟିତ ହୋଇଛି।

ସମ୍ବଲପୁରରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ନୂତନ ପାଠ୍ୟକ୍ରମ ଆରମ୍ଭ।

ଝାରସୁଗୁଡା ବିମାନବନ୍ଦରରେ ଯାତ୍ରୀ ସଂଖ୍ୟା ବୃଦ୍ଧି ପାଇଛି।

ଅନୁଗୁଳ ସହରରେ ବିଦ୍ୟୁତ କାଟ ସମସ୍ୟା ନେଇ ବ୍ୟାପକ ଜନ ଅସନ୍ତୋଷ।

ବାଲେଶ୍ଵର ନୀଳଗିରି ରେ ସ୍ତ୍ରୀ, ପୁଅ ଓ ଶାଶୂଙ୍କୁ ପେଟ୍ରୋଲ ଢାଳି ଜିଅନ୍ତା ଜାଳିବାକୁ ଉଦ୍ୟମ କଲା ଜ୍ବାଇଁ।

ଦିଲ୍ଲୀସ୍ଥିତ ବି.ଆର୍‌. ଆମ୍ବେଦକର କେନ୍ଦ୍ରଠାରେ ଆୟୋଜିତ ୧୭ତମ ବିଶ୍ୱକର୍ମା ପୁରସ୍କାର ବିତରଣ ଉତ୍ସବରେ ଓଡ଼ିଶା ସରକାରଙ୍କ ୧୦ଟି ପ୍ରକଳ୍ପକୁ ମିଶାଇ ସର୍ବମୋଟ ୧୭ଟି ପ୍ରକଳ୍ପ ବିଭିନ୍ନ ବିଭାଗରେ ପୁରସ୍କୃତ।

ଲଦାଖବାସୀ ପାଇଲେ ସ୍ବତନ୍ତ୍ର ଆଧାର ପରିଚୟ; ହଟିଲା ‘ଜମ୍ମୁ କାଶ୍ମୀର’ ଟ୍ୟାଗ୍‌

୧୯ ହଜାର ନିବେଶକଙ୍କୁ ୨୦୦୦ କୋଟିର ଚୂନ ଲଗାଇବା ମାମଲାରେ ଦିଲ୍ଲୀର ''ଆର୍ଥ ଇନଫ୍ରାଷ୍ଟ୍ରକଚର'' ଉପରେ ଇଡିର ଚଢ଼ାଉ।

ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ କାର୍ଯ୍ୟାନୁଷ୍ଠାନ। ଅସୁସ୍ଥ ପାର୍ଥ ଚାଟାର୍ଜୀଙ୍କ ଘରେ ଇଡି ଚଢ଼ଉ। ହୀନ କାର୍ଯ୍ୟ ବୋଲି କହିଲେ ବିରୋଧୀ।

୨୦୩୦ ସୁଦ୍ଧା ଦିଲ୍ଲୀରେ ଶେଷ ହେବ ପେଟ୍ରୋଲ ଗାଡ଼ିର ଯୁଗ, ସମ୍ପୂର୍ଣ୍ଣ ''ଇଭି ସିଟି'' ହେବ ରାଜଧାନୀ ଦିଲ୍ଲୀ।

୧୨ ରାଜ୍ୟ-କେନ୍ଦ୍ରଶାସିତ ଅଞ୍ଚଳରେ ଏସ୍‌ଆଇଆର୍‌। ୫.୩୮ କୋଟି ଭୋଟର ବାଦ୍ ପଡ଼ିଲେ।

ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)- ୨୦୨୬ର ସପ୍ତଦଶ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍‌ସ ହାତରୁ ସନରାଇଜର୍ସ ହାଇଦ୍ରାବାଦ ହାରିଛି।

ଇରାନରୁ ୨୧୭୦ ଜଣ ଭାରତୀୟଙ୍କୁ ସୁରକ୍ଷିତ ଭାବେ ସ୍ୱଦେଶ ଅଣାଯାଇଛି।

ଭାରତ ଏବଂ ମରିସସ ମଧ୍ୟରେ ତୈଳ ଯୋଗାଣ ପାଇଁ ଚୁକ୍ତି ସ୍ୱାକ୍ଷରିତ ହୋଇଛି।

ଔଷଧ ଦର ବୃଦ୍ଧି ନକରିବା ପାଇଁ କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି।

ଭାରତୀୟ ଏଲପିଜି ଜାହାଜ ଗ୍ରୀନ ଆଶା ଜବାହରଲାଲ ନେହେରୁ ବନ୍ଦରରେ ପହଞ୍ଚିଛି।

ଭାରତରେ ଦ୍ରୁତ ପରମାଣୁ ରିଆକ୍ଟର ସ୍ଥାପନ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି।

ପଶ୍ଚିମ ଏସିଆ ସଂକଟ ମଧ୍ୟରେ ଶକ୍ତି ସୁରକ୍ଷା ପାଇଁ ଅନ୍ତଃ ମନ୍ତ୍ରାଳୟ ବୈଠକ ଅନୁଷ୍ଠିତ।

ଗତବର୍ଷ ଏଇ ସମୟରେ

ରାଜ୍ୟରେ ଲାଗୁ ହୋଇଥିଲା ‘ଆୟୁଷ୍ମାନ ଭାରତ’, ୩ କୋଟି ୫୧ ଲକ୍ଷ ଲୋକ ଉପକୃତ ହେବେ ବୋଲି ଦାବୀ କରିଥିଲେ।

ଭଦ୍ରକ, ଜଗତସିଂହପୁର, ଢେଙ୍କାନାଳ, ନବରଙ୍ଗପୁର ଜିଲ୍ଲାରେ ମେଡିକାଲ କଲେଜ ହେବ ବୋଲି ଘୋଷଣା କରିଥିଲେ ସରକାର।

ତ୍ରିସ୍ତରୀୟ ପଞ୍ଚାୟତ ଉପନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ ସରକାର।

ରାଜ୍ୟ ସରକାର ୨୧, ୩୦୦ ନଳକୂପ ଖୋଳିବାକୁ ଅନୁମୋଦନ ଦେଇଥିଲେ।

ଆଜି ଜନ୍ମଦିନ: ରାଣା ସାଙ୍ଗା, ଗୁରୁ ତେଗ ବାହାଦୂର, ଭିନୁ ମଙ୍କଡ଼, ସୁମିତ୍ରା ମହାଜନ

ଆଜି ତିରୋଧାନ: ରାଜକୁମାର (ଅଭିନେତା)

ଇତିହାସରେ ଆଜି ଦିନ:(୧୮୦୧) ରଣଜିତ ସିଂ ନିଜକୁ ପଞ୍ଜାବ ରାଜା ଘୋଷଣା କଲେ/ (୧୮୬୧) ଆମେରିକାରେ ଗୃହଯୁଦ୍ଧ ଆରମ୍ଭ/ (୧୯୪୫) ଆମେରିକା ରାଷ୍ଟ୍ରପତି ରୁଜଭେଲ୍ଟ ଅଫିସରେ ମୃତ/ (୧୯୫୫) ପୋଲିଓ ଟୀକା ସୁରକ୍ଷିତ ଓ ନିରାପଦ ବୋଲି ଘୋଷଣା/ (୧୯୭୮) ଭାରତରେ ପ୍ରଥମ ଦୁଇଥାକିଆ ଟ୍ରେନ 'ସିଂହନାଦ' ଚାଲିଲା/ (୨୦୧୪) ଗୁଲଜାର ପାଇଲେ ଦାଦା ସାହେବ ଫାଲକେ ପୁରସ୍କାର
===================
ବନ୍ଦେ ଉତ୍କଳ ଜନନୀ

6
258 views

Comment