logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଦାମନଯୋଡିରେ ଭାରତର ଦ୍ଵିତୀୟ ସର୍ବବୃହତ ହନୁମାନ ମନ୍ଦିର ର ୧୦ ତମ ଜନ୍ମ ଜୟନ୍ତୀ ପାଳନ।

ଗତ ୧୧ ତାରିଖ ଶନିବାର ଠାରୁ ଦାମନଯୋଡି ହନୁମାନ ବାଟିକାରେ ହନୁମାନଙ୍କ ଜୟନ୍ତୀର କାର୍ଯ କର୍ମ ଆରମ୍ଭ ହୋଇ ଯାଇଛି। ଶନିବାର ସନ୍ଧ୍ୟା ୭ ରେ ପ୍ରଥମେ ଅଙ୍କୁରା ରୋପଣ କରାଯାଇଥିଲା।ରବିବାର ଅର୍ଥାତ୍ ୧୨ ତାରିଖ ସଖାଳ ୮ ଟା ୩୦ ମିନଟଠାରୁ ୭ସହରୁ ଏକହଜର ମହିଳାଓ ପୁରଷ ଙ୍କ ସମାଗମରେ ଏହି କଳଷ ଯାତ୍ରହୋଇଥିଲା ବହୁ ଆଡମ୍ବର ସହ ଘଣ୍ଟ ବାଦ୍ୟ ଓ ହରିବୋଲ ଓ ହୁଳହୁଳିର ନାଦରେ ହନୁମାନ ବାଟିକା ପ୍ରକମ୍ପିତ ହୋଇଉଠିଥିଲା।ହନୁମାନ ବାଟିକା ର ଘଣ୍ଟ ବାଦକ ଏବଂ ଇସ୍କନ ଭକ୍ତ ମାନେ ଙ୍କ ଦ୍ଵାରା ବାଦ୍ୟ ଓ ରାମନାମରେ ହନୁମାନ ବାଟିକା ପରିକ୍ରମା କରାଯାଇ କଳଷ ସ୍ଥାପନ କରାଯାଇଥିଲା।ଏଥିରେ ମୁଖ୍ଯ କର୍ତ୍ତା ଶ୍ରୀଯୁକ୍ତ ସଞ୍ଜୟ ପଟନାଏକ CGM ନାଲକୋ ଏବଂ ତାଙ୍କ ଧର୍ମ ପତ୍ନୀ, ଅନ୍ଯ କର୍ତ୍ତା R B singh ଏବଂ ତାଙ୍କ ଧର୍ମପତ୍ନୀ Mines, ଏବଂ ରବି କୁମାର ଓ ତାଙ୍କ ଧର୍ମପତ୍ନୀ,ଓଖିରୋଜ ବିଷୋଇ ଓ ତାଙ୍କ ଧର୍ମ ପତ୍ନୀ, କର୍ତ୍ତା ରୁପେ ଭାଗ ନେଇନେଇଥିଲେ। ହନୁମାନ ବାଟିକାର ସମସ୍ତ ୫୬ ଜଣ କର୍ମ କର୍ତ୍ତା ଏଥିରେ ସହଯୋଗ କରିବା ସହ କିଏକୋଉ ଦାଇତ୍ୱ ଗ୍ରହଣ କରିଥିଲେ। ବାଟିକାର ମୁଖ୍ୟ ଆଲୋକ ଚଉଧୁରି, ସରୋଜ କୁମାର ସ୍ବାଇଁ, ଶ୍ୟାମ ସୁନ୍ଦର ପଣ୍ଡା,କୁମାର ବସ୍ତିଆ,ଏ ଶମ୍ଭୁ ପାତ୍ର, ସୁବ୍ରଜିତଜେନା ତେଜେଶ୍ଵର ପାତ୍ରଙ୍କ ସହ ଓ ଅନନ୍ୟ କାର୍ଯ୍ୟ କର୍ତ୍ତା ଏଥିରେ ସହଯୋଗ କରି ସୁଚାରୁରୁପେ ତୁଲାଇଥିଲେ। ଏବଂ ମୁଖ୍ୟ ଆଚାର୍ଯ୍ୟ ସର୍ବଶ୍ରି ବିନୟ କୁମାର ମିଶ୍ର ଏବଂ ଜନାର୍ଦ୍ଦନ ପତି, ଦିନବନ୍ଧୁ ମହାପାତ୍ର, ସର୍ବେଶ୍ଵର ନନ୍ଦ, ଶ୍ରୀଧର ଦାସ, ଅଜୟଦାସ ଙ୍କ ସହ ସର୍ବ ମୋଟ ୧୫ ଜଣ ପଣ୍ଡିତଙ୍କ ଦ୍ବାରା ଏହି କାର୍ଯ ସମ୍ପାଦନ କରାଯାଇଥିଲା। ସମସ୍ତ ଭକ୍ତମାନଙ୍କ ଓକଳଷଧାରି ଙ୍କ ପାଇଁ ଦହିପଣାର ସହ ଅର୍ଣ୍ଣ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା ।ଏବଂ ସନ୍ଧ୍ୟା ସମୟରେ ସନ୍ଧ୍ୟା ଆଳତି କରାଯାଇ କାଲିର କାର୍ଯ ସମାପନ କରାଯାଇଥିଲା। ଏବଂ ଏହି ମହୋତ୍ସବରେ ହନୁମାନ ବାଟିକା ପରିସରରେ ବିଭିନ୍ନ ପ୍ରକାରର ମେଳାସହ ମିନାବଜାର ରାମଦୋଳି ଓ ଖାଇବାର ପିଇବା ଭଳି ଅନେକ ପ୍ରକାରର ସମଗ୍ରି ର ଦୋକାନ ବଜାର ଲାଗିରହିଛି।ଏହିମେଳା ଏକ ସପ୍ତାହରୁ ଅଧିକଦିନ ଧରି ରହିବ ବୋଲି ଜାହା ଜଣାପଡିଛି।

38
2058 views

Comment