ଜନଗଣନା ୨୦୨୭: ଦେଶର ପ୍ରଥମ ଡିଜିଟାଲ୍ ଜନଗଣନା ପାଇଁ ସ୍ଵ-ଗଣନା ଆରମ୍ଭ
ଜନଗଣନା ୨୦୨୭: ସହଯୋଗ ପାଇଁ ନିବେଦନ
ଆମର ଜନଗଣନା, ଆମର ବିକାଶ। ଦେଶର ପ୍ରଥମ ଡିଜିଟାଲ୍ ଜନଗଣନାକୁ ସଫଳ କରିବା ପାଇଁ ଆପଣଙ୍କ ସହଯୋଗ ଅପରିହାର୍ଯ୍ୟ।
ଆପଣ କେମିତି ସହଯୋଗ କରିବେ
ଜନଗଣନା : ୧୬ ଏପ୍ରିଲରୁ ୧୪ ଏପ୍ରିଲ ୨୦୨୭ ମଧ୍ୟରେ https://se.census.gov.in ରେ ଲଗଇନ୍ କରି ନିଜ ପରିବାରର ସମସ୍ତ ସଦସ୍ୟଙ୍କ ସଠିକ୍ ତଥ୍ୟ ଦିଅନ୍ତୁ ଏବଂ SE ID ସୁରକ୍ଷିତ ରଖନ୍ତୁ। • ଗଣନାକାରୀଙ୍କୁ ସାହାଯ୍ୟ କରନ୍ତୁ: ୧୬ ଏପ୍ରିଲରୁ ୧୪ ମଇ ୨୦୨୭ ପର୍ଯ୍ୟନ୍ତ ସରକାରୀ ପରିଚୟ ପତ୍ର ଥିବା ଗଣନାକାରୀ ଆପଣଙ୍କ ଘରକୁ ଆସିବେ। ସେମାନଙ୍କୁ ସଠିକ୍ ସୂଚନା ଦେଇ ସହଯୋଗ କରନ୍ତୁ। • ସଚେତନ କରାନ୍ତୁ: ଆପଣଙ୍କ ପରିବାର, ପଡୋଶୀ ଓ ଗାଁ ଲୋକଙ୍କୁ ଜନଗଣନା, ବିଷୟରେ ଜଣାନ୍ତୁ। ବିଶେଷ କରି ବୟସ୍କ ଓ ଇଣ୍ଟରନେଟ୍ ସୁବିଧା ନଥିବା ଲୋକଙ୍କୁ ସାହାଯ୍ୟ କରନ୍ତୁ। • ଦସ୍ତାବିଜ୍ ପ୍ରସ୍ତୁତ ରଖନ୍ତୁ: ଜନ୍ମ ତାରିଖ, ଶିକ୍ଷା, ବୃତ୍ତି ଭଳି ମୌଳିକ ତଥ୍ୟ ପ୍ରସ୍ତୁତ ରଖିଲେ ପ୍ରକ୍ରିୟା ଶୀଘ୍ର ହେବ।
ମନେରଖନ୍ତୁ
ଆପଣଙ୍କ ଦେଇଥିବା ତଥ୍ୟ ସମ୍ପୂର୍ଣ ଗୋପନୀୟ ରହିବ ଏବଂ କେବଳ ସରକାରୀ ଯୋଜନା ପ୍ରସ୍ତୁତି ପାଇଁ ବ୍ୟବହାର ହେବ। ଭୁଲ୍ ବା ଅସମ୍ପୂର୍ଣ ତଥ୍ୟ ଦ୍ୱାରା ଆପଣଙ୍କ ଅଞ୍ଚଳ ବିକାଶରୁ ବଞ୍ଚିତ ହୋଇପାରେ।
ଅଧିକ ଜାଣିବା ପାଇଁ: www.censusindia.gov.in
ଆସନ୍ତୁ, ସମସ୍ତେ ମିଶି ଜନଗଣନା ୨୦୨୭କୁ ସଫଳ କରିବା। ଆପଣଙ୍କ ଗୋଟିଏ ପଦକ୍ଷେପ ଦେଶର ଭବିଷ୍ୟତ ଗଢିବ।