logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଦାମନଯୋଡିରେ ଭାରତର ସର୍ବ ବୃହତମ ଦୁତୀୟ ହନୁମାନଙ୍କ ୧୦ ତମ ଜୟନ୍ତୀ ଧୁମଧାସହ ପାଳନ।

ଗତ କାଲି ଅର୍ଥାତ୍ ୧୧/୪/୨୦୨୬ ଶନିବାର ଠାରୁ ଦାମନଯୋଡି ହନୁମାନ ବାଟିକାଠାରେ ୧୦ ତମ ହନୁମାନ ଜୟନ୍ତୀ ପାଳନର କାର୍ଯ କର୍ମ ଜାରିରହଛି। ଗତକାଲି ଅର୍ଥାତ୍ ୧୧/୪/୨୦୨୬ ଠାରୁ ସନ୍ଧ୍ୟା ୭ ଘଣ୍ଟ ସମୟରେ ଅଙ୍କୁରା ରୋପଣ କାର୍ଯକର୍ମ କରାଯାଇଥିଲା।ଆଜି ଦୁତୀୟ ଦିବଷରେ ୭ ସହରୁ ୧୦୦୦ ମହିଳା ଓ ପୁରୁଷଙ୍କୁନେଇ କଳସ ଯାତ୍ରାସହ ନଗର ପରିକ୍ରମା ବହୁ ଆଡ଼ମ୍ବରେ ହନୁମାନ ବାଟିକାଠାରେ ହୋଇଥଲା। ମୁଖ୍ୟ ଟ୍ରଷ୍ଟି ଶ୍ରୀ ଆଲୋକଚଉଧୁରି ଏବଂ ମୁଖ୍ୟ କର୍ତ୍ତା ଶ୍ରୀସଞ୍ଜୟ ପଟନାଏକ,CGM ନାଲକୋ ଏବଂ ତାଙ୍କ ଧର୍ମ ପତ୍ନୀ ଏବଂ R B singh Gm mines ରବି କୁମାର ଓ ତାଙ୍କ ଧର୍ମ ପତ୍ନୀ, ଓ ସରୋଜ ବିଷୋଇ ଓ ତାଙ୍କ ଧର୍ମ ପତ୍ନୀ, କର୍ତ୍ତା ରୁପେଉସ୍ଥିତରହି ଏହି ଜଜ୍ଞକାର୍ଯ ତୁଲାଇଥିଲେ। ଏଥିରେ ବାଟିକାର କାର୍ଯ୍ୟ କର୍ତ୍ତାମାନେ ତଥା ସରୋଜକୁମାର ସ୍ବାଇଁ ଶ୍ୟାମ ସୁନ୍ଦର ପଣ୍ଡା,କୁମାର ବସ୍ତିଆ, ସମ୍ଭୁ ପାତ୍ର, ସୁବ୍ରଜିତଜେନା, ଏବଂ କମିଟିର ୫୬ ମେମ୍ବର ମୁଖ୍ୟ ଆଚାର୍ଯ୍ୟ ସର୍ଵ ଶ୍ରୀ ବିନୟ କୁମାର ମିଶ୍ର , ଜନାର୍ଦ୍ଦନ ପତି, ଦିନବନ୍ଧୁ ମହାପାତ୍ର ସର୍ବେଶ୍ଵର ନନ୍ଦ ସର୍ଵ ମୋଟ୧୫ ପଣ୍ଡିତଙ୍କ ସହ ଅନ୍ୟାନ୍ୟ କାର୍ଯ କର୍ତ୍ତା ଙ୍କ ସହଯୋଗରେଏହାକୁ ସୁଚାରୁ ରୁପେ ତୁଲାଇଥିଲେ। ଏବଂ ସର୍ବ ଶେସରେ ସମସ୍ତ କଳସଧାରି ଏବଂ କାର୍ଯ୍ୟ କର୍ତ୍ତା ମାନଙ୍କ ପାଇଁ ଅର୍ଣ୍ଣ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା। ଏବଂ ଆଗକୁ ଦୁଇଦିନଧରି ଏହିପରି ଅନ୍ୟାନ୍ୟ କାର୍ଯ୍ୟକ୍ରମ ଜାରିରହିବ ବୋଲି ମନ୍ଦିର ଟ୍ରଷ୍ଟି ଶ୍ରୀ ଚଉଧୁରି ମତ ପ୍ରକାଶ କରିଛନ୍ତି।

0
130 views

Comment