ଚମ୍ପୁଆ ଲ୍ୟାମ୍ପ୍ସ ର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ
ଚମ୍ପୁଆ (୧୨/୦୪): ଚମ୍ପୁଆ ବ୍ଲକ ରଜିଆ ପଞ୍ଚାୟତ ଅନ୍ତର୍ଗତ ମହେଶ୍ୱରପୁର ଗ୍ରାମ ମନ୍ଦିର ପରିସରରେ ଚମ୍ପୁଆ ଲ୍ୟାମ୍ପ୍ସ ପକ୍ଷରୁ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇ ଯାଇଛି। ଚମ୍ପୁଆ ଲ୍ୟାମ୍ପ୍ସ ପରିଚାଳକ ରଜତ କୁମାର ଗିରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ସଭାରେ ଲ୍ୟାମ୍ସ ସଭାପତି ଲଳିତ ସିଂ ସଭାପତିତ୍ୱ କରିଥିଲେ। ଏଥିରେ ଲ୍ୟାମ୍ପ୍ସ ରୁ ଚାଷୀଙ୍କୁ ମିଳୁଥିବା ସୁବିଧା ସୁଯୋଗର କିପରି ଲାଭ ଉଠାଇ ପାରିବେ, ଠିକ ସମୟରେ କିପରି ସାର ବିହନ ପାଇ ପାରିବେ, ବିନା ସୁଦ୍ଧରେ କିପରି ଋଣ ନେଇ ଚାଷ କାର୍ଯ୍ୟରେ ଲଗାଇ ପାରିବେ ଆଦି ବିଭିନ୍ନ ବିଷୟରେ ଆଲୋଚନା କରିବା ସହିତ ଧାନ ବିକ୍ରୟ ପାଇଁ ଚାଷୀ କିପରି ନିର୍ଭୁଲ ଭାବରେ ପଞ୍ଜିକରଣ କରି ସରକାରଙ୍କୁ ଧାନ ବିକ୍ରି କରି ଲାଭବାନ ହୋଇ ପାରିବେ ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରା ଯାଇଥିଲା। ଏହି ଅବସରରେ ଜାମୁଦଲକ ଲ୍ୟାମ୍ପ୍ସ ଶାଖା ପରିଚାଳକ ସୁଶୀଲ ଗିରୀ, ରିମୁଳି ଲ୍ୟାମ୍ପ୍ସ ଶାଖା ପରିଚାଳକ ଦେବଦତ୍ତ ମହାରଣା, ପରିଚାଳନା ପରିଷଦର ନିର୍ଦେଶକ ପ୍ରଦୀପ ମହାନ୍ତ, ପରିଚାଳନା ପରିଷଦ ସଦସ୍ୟ ଦୀନବନ୍ଧୁ ଗିରୀ, ଜଗନ୍ନାଥ ଲାଗୁରୀ ସୁକାନ୍ତି ମୁଣ୍ଡା ପ୍ରମୁଖଙ୍କ ସହିତ ଅଞ୍ଚଳର ବହୁ ଚାଷୀ ଉପସ୍ଥିତ ଥିଲେ।