logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବସିରା ଗ୍ରାମରେ ଶ୍ରୀ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ମହାମନ୍ତ୍ର ଅଖଣ୍ଡ ଚବିଶ ପ୍ରହର ନାମଯଜ୍ଞ

ଚମ୍ପୁଆ, (୧୨/୪) : ଚମ୍ପୁଆ ବ୍ଲକ କାଳିକାପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ବସିରା ଗ୍ରାମରେ ଶ୍ରୀ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ମହାମନ୍ତ୍ର ଅଖଣ୍ଡ ଚବିଶ ପ୍ରହର ନାମଯଜ୍ଞ ସଂକୀର୍ତ୍ତନ ଶ୍ରଦ୍ଧା ଓ ଭକ୍ତିର ସହିତ ଅନୁଷ୍ଠିତ ହୋଇଯାଇଛି । ଏହି ପବିତ୍ର କାର୍ଯ୍ୟକ୍ରମ ଅବସରରେ ଗ୍ରାମବାସୀମାନେ ଏକତ୍ରିତ ହୋଇ ଭଗବାନଙ୍କ ନାମ ସ୍ମରଣ କରିବା ସହିତ ଭଜନ-କୀର୍ତ୍ତନରେ ଲୀନ ହୋଇଥିଲେ । ଗତ ଆଠ ତାରିଖ ଠାରୁ ଆରମ୍ଭ ଏହି ଅଖଣ୍ଡ ଚବିଶ ପ୍ରହର ନାମଯଜ୍ଞ ସଂକୀର୍ତ୍ତନର ସମସ୍ତ ପୂଜାବିଧି ସ୍ଥାନୀୟ ନନା ଭୀମସେନ ପଣ୍ଡାଙ୍କ ଦ୍ୱାରା ସମ୍ପର୍ଣ୍ଣ ହୋଇଥିବା ବେଳେ ଏଥିରେ ପାଞ୍ଚ ଟି କୀର୍ତ୍ତନ ଦଳ ଅଂଶଗ୍ରହଣ କରିଥିଲେ l ଦିନ-ରାତି ନିରନ୍ତର ଭାବେ ହରିନାମ ସଂକୀର୍ତ୍ତନ ଚାଲିଥିବା ସହ ଶତାଧିକ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ପାଞ୍ଚଦିନ ଧରି ଚାଲିଥିବା ନାମଯଜ୍ଞର ଚତୁର୍ଥ ଦିନରେ ମୁଖ୍ୟ ଅତିଥି ଭାବେ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଜେପି ଜନନେତା, ବିଜେପି କୃଷକ ମୋର୍ଚ୍ଚା ପୂର୍ବତନ ରାଜ୍ୟ ସଂଯୋଜକ ତଥା କେନ୍ଦୁଝର ଜ଼ିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବିଶିଷ୍ଠ ସମାଜସେବୀ ଶ୍ରୀମନ୍ତ କୁମାର ତ୍ରିପାଠୀଙ୍କ ସହିତ ଗଣେଶ୍ୱର ପାତ୍ର ଯୋଗ ଦେଇଥିଲେ। କମିଟି ସଦସ୍ୟ ଦେବାଶିଷ ଗିରି, ସରୋଜ ପ୍ରଧାନ, ରାଜୀବ, ସୁରେଶ, ଶୁକ ଙ୍କ ସହିତ ଗ୍ରାମର ସମସ୍ତ ମହିଳା, ପୁରୁଷ ପ୍ରଥମେ ଅତିଥିଙ୍କୁ ଶଙ୍ଖ ହୁଳହୁଳି ସହିତ ବନ୍ଦାପନା କରି ପୂଜା ମଣ୍ଡପକୁ ପାଛୋଟି ନେବା ପରେ ଶ୍ରୀ ତ୍ରିପାଠୀ ସେଠାରେ ମଣ୍ଡପ ପରିକ୍ରମା କରି ଠାକୁରଙ୍କୁ ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ ଶତାଧିକ ଭକ୍ତଙ୍କ ଜନ ସମାଗମ ଏବଂ ନାମ ସଂକୀର୍ତ୍ତନରେ ଚତୁପାର୍ଶ୍ଵ ଏକ ଆଧ୍ୟାତ୍ମିକ ଓ ଉତ୍ସାହର ବାତାବରଣରେ ପରିପୂର୍ଣ୍ଣ ହୋଇ ରହିଥିଲା । ଭଗବାନଙ୍କୁ ଯଦି ପ୍ରାପ୍ତ କରିବାର ଅଛି ଜଣେ ହିନ୍ଦୁ ଧର୍ମ ଅନୁସାରେ ନିଜ ନିଜର ମାର୍ଗ ନିରୂପଣ କରିଥାଏ ଏବଂ ପରମ ଶାନ୍ତି ଅନୁଭବ କରିବା ସହିତ ମୋକ୍ଷ ପ୍ରାପ୍ତି ଦିଗକୁ ଅଗ୍ରସର ହୋଇଥାଏ । ତେଣୁ ସେହି ଭକ୍ତି ମାର୍ଗରେ ଏକ ଭକ୍ତି ହେଉଛି ଭଗବାନ ଶ୍ରୀକୃଷ୍ଣଙ୍କ ନାମ ଯଜ୍ଞ ତଥା ସଂକୀର୍ତନ । ଚବିଶ ପ୍ରହର ନାମଯଜ୍ଞ ରେ " ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେରାମ ହରେରାମ ରାମ ରାମ ହରେ ହରେ " ଠାକୁରଙ୍କ ନାମ ସଂକୀର୍ତ୍ତନର ଭକ୍ତି ଗୀତ ସଂଗୀତର ଧ୍ୱନି ଚାରିପଟେ ବ୍ୟାପି ଯାଇଥିଲା l ଯଜ୍ଞ ଅବସରରେ ପୂଜା-ଅର୍ଚ୍ଚନା, ହୋମ-ଯଜ୍ଞ, ଭଜନ ସନ୍ଧ୍ୟା ଓ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଅନେକ ଅତିଥି ଓ ପଣ୍ଡିତମାନେ ଉପସ୍ଥିତ ହୋଇ ଧାର୍ମିକ ଉପଦେଶ ଦେଇଥିଲେ।

6
5 views

Comment