logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଅଭୟ ଆଞ୍ଜେନେୟ ମନ୍ଦିର ପରିସରରେ ଜୟନ୍ତୀ ପାଳନ ଅବ୍ଯବହିତ ପୂର୍ବରୁ ଅଧିବାସରେ କଳସ ଯାତ୍ରା ଓ ବିଶ୍ବଶାନ୍ତି ଯଜ୍ଞର ଶୁଭାରମ୍ଭ। ଦାମନଯୋଡି,କୋରାପୁଟ।

ହନୁମାନ ଜୟନ୍ତୀ ପାଳନ ଅବ୍ଯବହିତ ପୂର୍ବରୁ ଅଧିବାସରେ କଳସ ଯାତ୍ରା ଓ ବିଶ୍ଵଶାନ୍ତି ଯଜ୍ଞର ଶୁଭାରମ୍ଭ
ଦାମନଯୋଡ଼ି,୧୨/୦୪: ଓଡ଼ିଶାର ସର୍ବୋଚ୍ଚ ଶ୍ରୀଅଭୟ ଆଞ୍ଜେନେୟଙ୍କ ବିଗ୍ରହ ଓ ଅଷ୍ଟଧାତୁ ମୂର୍ତ୍ତୀଙ୍କ ୪ଦିନ ବ୍ୟାପି ହେଉଥିବା ଜୟନ୍ତୀ ଉତ୍ସବ ଉପଲକ୍ଷେ ରବିବାର କଳସାଧିବାସ,ଆଚାର୍ଯ୍ୟାଦି ବରଣ,ମଣ୍ଡଳାଦି ପୂଜନ,ଅଗ୍ନି ସଂସ୍କାର ଓ ହବନ ଅନୁଷ୍ଠିତ ହୋଇଯାଇଛି।ସକାଳେ ପୂଜାର୍ଚ୍ଚନା ପରେ ହନୁମାନ ବାଟିକା ପରିସରରେ ଥିବା ସରଯୁ ପୁଷ୍କରିଣୀରୁ କର୍ତ୍ତାକର୍ତ୍ତ୍ରୀ ଓ ଶତାଧିକ ଶ୍ରଦ୍ଧାଳୁ ମହିଳା କଳସରେ ଜଳ ଆଣି ଯଜ୍ଞ ମଣ୍ଡପରେ ସ୍ଥାପନ କରିଥିଲେ।ହରିବୋଲ,ହୁଳହୁଳି,ପାରମ୍ପରିକ ବାଦ୍ୟ ଓ ସଙ୍କୀର୍ତ୍ତନ ସହିତ ଜୟ ଶ୍ରୀରାମ ଓ ଜୟ ବଜରଙ୍ଗବାଲି ନାରା ମଧ୍ୟରେ କାର୍ଯ୍ୟ ସମ୍ପନ୍ନ ହୋଇଥିଲା।ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରୁ ଆସିଥିବା ପଣ୍ଡିତ ବିନୟ କୁମାର ମିଶ୍ର,ପଣ୍ଡିତ ଅଜୟ କୁମାର ଦାଶ,ପଣ୍ଡିତ ଜନାର୍ଦନ ମିଶ୍ର,ପଣ୍ଡିତ ସର୍ବେଶ୍ଵର ନନ୍ଦ,ପଣ୍ଡିତ ପ୍ରଶାନ୍ତ କୁମାର ବ୍ରହ୍ମା,ପଣ୍ଡିତ ମହେଶ୍ୱର ପଣ୍ଡା,ପଣ୍ଡିତ ଶ୍ରୀଧର କୁମାର ଦାଶ,ପଣ୍ଡିତ ଦୀନବନ୍ଧୁ ମହାରଥୀ ପ୍ରମୁଖଙ୍କ ସହିତ ଶ୍ରୀଅଭୟ ଆଞ୍ଜେନେୟଙ୍କ ମନ୍ଦିରର ନିୟମିତ ପୂଜକ ବଳରାମ ରଥ ଓ ପ୍ରଭାତ କୁମାର ପଣ୍ଡା ପୂଜାନୀତି ସମ୍ପନ୍ନ କରିଥିଲେ।ଶ୍ରୀ ଯଜ୍ଞ ବରାହଙ୍କ କର୍ତ୍ତାକର୍ତ୍ରୀ ରୂପେ ନାଲକୋ ମୁଖ୍ୟ ମହାପ୍ରବନ୍ଧକ ସଞ୍ଜୟ କୁମାର ପଟ୍ଟନାୟକ ଓ ତାଙ୍କ ଧର୍ମପତ୍ନୀ ସ୍ମିତା ପଟ୍ଟନାୟକ,ଋଷିକେଶ ବାହାଦୁର ସିଂ ଓ ତାଙ୍କ ଧର୍ମପତ୍ନୀ ସରିତା ସିଂ,ଏନ ରବି କୁମାର ତାଙ୍କ ଧର୍ମପତ୍ନୀ ରେଣୁକା,କ୍ଷୀରୋଦ କୁମାର ବିଷୋୟୀ ଓ ତାଙ୍କ ଧର୍ମପତ୍ନୀ ରାକ୍ଷୀ ସାହୁ ଦାୟିତ୍ୱ ତୁଲାଇଥିଲେ।ଶ୍ରୀଅଭୟ ଆଞ୍ଜେନେୟ ମନ୍ଦିର ପରିଚାଳନା ସମିତି କର୍ମକର୍ତ୍ତା ସରୋଜ କୁମାର ସ୍ବାଇଁ,ଶତୃଘ୍ନ ଖରା,ଶୁଭ୍ରଜିତ ଜେନା, ଶମ୍ଭୁପ୍ରସାଦ ପାତ୍ର,ଶ୍ୟାମସୁନ୍ଦର ପଣ୍ଡା,ହରି ଗଦବା,ସଦାନନ୍ଦ ସାହୁ ଓ ଆଲୋକ ଚୌଧୁରୀ ପ୍ରମୁଖ ପରିଚାଳନା କରିଥିଲେ।ହନୁମାନ ବାଟିକା ବାହାରେ ଷ୍ଟଲ୍ ଗୁଡ଼ିକରେ ଭାରତର ବିଭିନ୍ନ ପ୍ରାନ୍ତରୁ ହସ୍ତତନ୍ତ ଓ ହସ୍ତଶିଳ୍ପ ସହିତ ଖାଦ୍ୟ ମେଳା ବ୍ୟବସ୍ଥା ହୋଇଛି।

62
2064 views

Comment