logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମା ତାରିଣୀଙ୍କ ୯୦ ତମ ଚଇତି ପର୍ବ ଉପଲକ୍ଷେ

ଦିବାରାତ୍ର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିବା ପାଇଁ ଘଟଗାଁରେ ପ୍ରବଳ ଜନସମାଗମ

କେନ୍ଦୁଝର,୧୨/୪ : ବିଶ୍ବ ବନ୍ଦିତା ଜଗତଜନନୀ ମା ତାରିଣୀଙ୍କ ବହୁ ପ୍ରତିକ୍ଷୀତ ୯୦ ତମ ଚଇତି ପର୍ବର ତୃତୀୟ ଓ ଚତୁର୍ଥ ଦିବସରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି ।
ତୃତୀୟ ଦିବସରେ ମା କାତ୍ୟାୟନୀ ଓ ଚତୁର୍ଥ ଦିବସରେ ସୁନାବେଶରେ ମା ତାରିଣୀ ଦିବ୍ୟ ଦର୍ଶନ ଦେଇ ଭକ୍ତ ମାନଙ୍କୁ ବିମୋହିତ କରିବା ସହିତ ଦେହୁରୀ ମାନଙ୍କ ଶାବରୀ ମନ୍ତ୍ର, ଭକ୍ତ ମାନଙ୍କ ଘଣ୍ଟ ଧ୍ଵନି, ହୋଳହୋଳି ଓ ହରିବୋଲ ଶବ୍ଦ ରେ ଘଟଗାଁ ପୀଠ ଉଠୁଛି ପଡୁଛି, ପ୍ରାତଃ ସମୟରୁ ବ୍ରାହ୍ମଣମାନଙ୍କ ଗୀତା ପାଠ,ଦେବୀ ସ୍ତୁତି, ଭାଗବତ ପଠନ, ହୋମଯଜ୍ଞ କରାଯାଇ ଷୋଡ଼ଶ ଉପଚାରରେ ମା" ଙ୍କ ପୂଜାର୍ଚ୍ଚନା ଚାଲୁଅଛି। ଭକ୍ତ ମାନଙ୍କ ଭିଡ଼କୁ ଲକ୍ଷ୍ୟ ରଖି ମନ୍ଦିର ଟ୍ରଷ୍ଟ ତରଫରୁ ବ୍ୟାରିକେଡ଼ କରାଯାଇ ଶୃଙ୍ଖଳିତ ଭାବରେ ମା ଙ୍କ ଦର୍ଶନ କରାଯାଉଛି।
ପ୍ରତ୍ୟହ ଭକ୍ତ ମାନଙ୍କୁ ମନ୍ଦିର ଟ୍ରଷ୍ଟ ଜରିଆରେ ଦାତା ମାନଙ୍କ ତରଫରୁ ଅନ୍ନପ୍ରସାଦ,ଜଳ ବିନା ମୂଲ୍ୟରେ ଯୋଗାଇ ଦିଆଯାଉଛି। ଦିନବେଳା ମନ୍ଦିର ବେଢ଼ା ମଧ୍ୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ମନ୍ଦିର ଟ୍ରଷ୍ଟ ତରଫରୁ ମା ' ତାରିଣୀଙ୍କ ମହିମା କୁ ନେଇ ଅନୁଷ୍ଠିତ ହେଉଥିବା ପ୍ରଶ୍ନ ମଞ୍ଚ କାର୍ଯ୍ୟକ୍ରମ ରେ ଭାଗନେଇ ପୁରସ୍କୃତ ହୋଇ ଭକ୍ତ ଆନନ୍ଦରେ ବିଭୋର ହେବାର ଦୃଶ୍ୟ ଦେଖିବାକୁ ମିଳୁଛି। ସନ୍ଧ୍ୟା ଓ ରାତି ବେଳା ମନ୍ଦିର ଟ୍ରଷ୍ଟ ତରଫରୁ ପାଲା ମଣ୍ଡପରେ ଦାଶକାଠିଆ, ପ୍ରବଚନ ଓ ବାଦୀ ପାଲା ପ୍ରତ୍ୟହ ପରିବେଷଣ କରାଯାଇ ଭକ୍ତମାନଙ୍କୁ ଭରପୁର ମନୋରଞ୍ଜନ ଯୋଗାଇ ଦିଆଯାଉଛି।
ଗାଡ଼ି ଗୁଡ଼ିକର ଭିଡ଼କୁ ଦୃଷ୍ଟିରେ ରଖି କଲେଜ ଛକ, ସରସ୍ଵତୀ ଶିଶୁ ମନ୍ଦିର ଛକ ଏବଂ ବାଇପାସ୍ ଛକରେ ପାର୍କିଂ ବ୍ଯବସ୍ଥା କରାଯାଇ ଭକ୍ତ ମାନଙ୍କୁ ଯିବା ଆସିବା କରିବାପାଇଁ ଟ୍ରଷ୍ଟ ତରଫରୁ ମାଗଣାରେ ବସ୍ ଯୋଗାଇ ଦିଆଯାଇଛି।
ଉକ୍ତ ଚଇତି ପର୍ବକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ପାଇଁ ମନ୍ଦିର ଟ୍ରଷ୍ଟ , ପ୍ରଶାସନିକ ବିଭାଗ,ସ୍ବାସ୍ଥ୍ୟ ବିଭାଗ, ଅଗ୍ନିଶମ ବିଭାଗ, ପୋଲିସ ବିଭାଗ, ବିଭିନ୍ନ ସ୍ବେଛାସେବୀ, ମହିଳା ସଂଗଠନ ଆଦି ସହାୟତା କରୁଛନ୍ତି।
ସୌଜନ୍ଯ ଡମ୍ବରୁ ମହାନ୍ତ ଖଣ୍ଡାଧାର
ଉପସ୍ଥାପନା ବାବୁଲାଲ ପଲେଇ ଆଇମା ମିଡିଆ
ମୋବାଇଲ୍ : ୯୪୩୭୧୫୨୯୩୬

12
3422 views

Comment