logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବୈଶାଖର ଏହି ପ୍ରଚଣ୍ଡ ରୌଦ୍ରତାପ ଓ ଟାଣ ଖରା ମଧ୍ୟରେ ଦେଖିବାକୁ ମିଳିଛି ଭକ୍ତି ଓ ବିଶ୍ୱାସର ଏକ ନିଆରା ଚିତ୍ର।

ବୈଶାଖର ଏହି ପ୍ରଚଣ୍ଡ ରୌଦ୍ରତାପ ଓ ଟାଣ ଖରା ମଧ୍ୟରେ ଦେଖିବାକୁ ମିଳିଛି ଭକ୍ତି ଓ ବିଶ୍ୱାସର ଏକ ନିଆରା ଚିତ୍ର। ନିଜର ମନସ୍କାମନା ପୂରଣ ପାଇଁ ହେଉ କିମ୍ବା ମା'ଙ୍କ ପ୍ରତି ଥିବା ଅଗାଧ ଭକ୍ତି, ସବୁକିଛିକୁ ପଛରେ ପକାଇ ଖାଲି ପାଦରେ ନଡ଼ିଆ ଭାର ବୋହି ଯାତ୍ରା କରୁଛନ୍ତି ଦୁଇ ଶ୍ରଦ୍ଧାଳୁ ଭକ୍ତ। ସେମାନେ ହେଲେ ଅସ୍ତରଙ୍ଗ ଗ୍ରାମର ସଞ୍ଜୟ କୁମାର ବିଶ୍ୱାଳ ଏବଂ ଅଠିରା ଗ୍ରାମର ଗୁଣନିଧି ନାୟକ।
ମୁଖ୍ୟ ଖବର:
ସୂଚନା ଅନୁଯାୟୀ, ସଞ୍ଜୟ ଓ ଗୁଣନିଧି ସ୍ଥାନୀୟ ମା' ମଙ୍ଗଳାଙ୍କ ମନ୍ଦିର ନିକଟରୁ ଏହି ପବିତ୍ର ଯାତ୍ରା ଆରମ୍ଭ କରିଛନ୍ତି। ସେଠାରୁ ବାହାରି ସେମାନେ ପ୍ରାୟ ଅନେକ କିଲୋମିଟର ଦୂରରେ ଥିବା ପ୍ରସିଦ୍ଧ ମା' ଶାରଳାଙ୍କ ପୀଠ ଅଭିମୁଖେ ଯାଉଛନ୍ତି। ଏହିଭଳି ନଡ଼ିଆ ଭାର ନେଇ ଯିବା ଆମ ଅଞ୍ଚଳରେ ଏହା ପ୍ରଥମ ଘଟଣା ବୋଲି ସ୍ଥାନୀୟ ଲୋକେ ଚର୍ଚ୍ଚା କରୁଛନ୍ତି।
ଭକ୍ତି ଆଗରେ ହାର ମାନିଛି ଖରା:
ବର୍ତ୍ତମାନ ବାହାରେ ପ୍ରବଳ ତାତି ହେଉଥିବା ବେଳେ ରାସ୍ତା ଘାଟ ସମ୍ପୂର୍ଣ୍ଣ ଉତ୍ତପ୍ତ ହୋଇ ରହିଛି। କିନ୍ତୁ ସଞ୍ଜୟ ଓ ଗୁଣନିଧିଙ୍କ ମନରେ ମା'ଙ୍କ ପ୍ରତି ଥିବା ନିଷ୍ଠା ଓ ଧୈର୍ଯ୍ୟ ଏହି କଷ୍ଟକୁ ତୁଚ୍ଛ କରିଦେଇଛି। କାନ୍ଧରେ ନଡ଼ିଆ ଭାର ଓ ମୁଖରେ ମା'ଙ୍କ ନାମ ଧରି ସେମାନେ ଆଗକୁ ବଢ଼ି ଚାଲିଛନ୍ତି।🙏🙏🙏🙏🙏🙏

14
1551 views

Comment