logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଅସହାୟ ଙ୍କ ସାହାରା ପାଲଟିଛି ସେବତୀ ଙ୍କ ଆଇଡିଏ ଆନନ୍ଦାଶ୍ରମ।

ଅସହାୟ ଙ୍କ ସାହାରା ପାଲଟିଛି ସେବତୀ ଙ୍କ ଆଇଡିଏ ଆନନ୍ଦାଶ୍ରମ।

କେନ୍ଦୁଝର:୧୨/୦୪, କେନ୍ଦୁଝର ଜିଲ୍ଲା ସଦର ବ୍ଲକ ମହାଦେଇଯୋଡ଼ା ଗ୍ରାମ ପଞ୍ଚାୟତ ସ୍ଥିତ ବନାଯୋଡି ଠାରେ ରହିଛି ସେବତୀ ସିଂଙ୍କ ଆନନ୍ଦାଶ୍ରମ। ଆଇଡିଏ ତରଫରୁ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା, ମହିଳା ମାନେ କିପରି ସ୍ୱାବଲମ୍ବୀ ହୋଇପାରିବେ ଏବଂ ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୃଷ୍ଟିର ସମ୍ଭାବନା ଦିଗରେ ଗୁରୁତ୍ୱ ଦେବା ସହ ଶିକ୍ଷା, ସ୍ୱାସ୍ଥ୍ୟ ଉପରେ ଆଇଡିଏ ସଂସ୍ଥା ମାଧ୍ୟମରେ ତିଆରି କରୁଛନ୍ତି ନୂଆ ଆଶା ଏବଂ ନୂଆ ସମ୍ଭାବନା। ଯାହା ଫଳରେ ଆଜି ଓଡ଼ିଶା ରାଜ୍ୟର କେନ୍ଦୁଝର ସୁନ୍ଦରଗଡ଼, ଅନୁଗୁଳ, ଯାଜପୁର, ମୟୂରଭଞ୍ଜ ସମେତ ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମସିଂଭୂମ ଜିଲ୍ଲାରେ ବିଭିନ୍ନ ପ୍ରକାରର ପନିପରିବା ଚାଷ କାର୍ଯ୍ୟ ଆଇଡିଏ ମାଧ୍ୟମରେ କରାଇ ମହିଳା ମାନଙ୍କୁ ସ୍ଵାବଲମ୍ବୀ କରାଉଛନ୍ତି।
ବନାଯୋଡି ଆନନ୍ଦାଶ୍ରମ ରେ ବର୍ତ୍ତମାନ ଅସହାୟ ଙ୍କ ସାହାରା ପାଲଟିଛି ଏବେବି ଏହି ଆନନ୍ଦାଶ୍ରମ ରେ ୬୦ ରୁ ଉର୍ଦ୍ଧ ବୃଦ୍ଧା ବୃଦ୍ଧ ରହୁଛନ୍ତି ଏବଂ ୪୩ ଜଣ ଅନାଥ ପିଲା ମଧ୍ୟ ରହିଛନ୍ତି। ସେମାନଙ୍କ ରହିବା ପାଇଁ ଅଲଗା କୋଠରୀ ରହିଥିବା ବେଳେ , ସଂକ୍ରମଣ ରୋଗୀଙ୍କ ପାଇଁ ରହିଛି ସ୍ୱତନ୍ତ୍ର କୋଠରୀ ତା ସହ ବସିକରି ଖାଇବା ପିଇବା ପାଇଁ ରହିଛି ସୁନ୍ଦର କ୍ୟାଣ୍ଟିନ ସହ ସ୍ୱତନ୍ତ୍ର ବ୍ୟବସ୍ଥା। ଆନନ୍ଦାଶ୍ରମ ରେ ରହୁଥିବା ସମସ୍ତ ସଦସ୍ୟ କିଭଳି ଭଲ ସୁସ୍ୱାଦୁ ଖାଦ୍ୟ ପାଇପାରିବେ ସେଥିପାଇଁ ଆଇଡିଏ ତରଫରୁ ଜୈବିକ ଉପାୟରେ ମଧ୍ୟ ଧାନ ଚାଷ, ବିଲାତି, ବାଇଗଣ, କଲରା ଠୁ ଆରମ୍ଭ କରି ବିଭିନ୍ନ ପ୍ରକାର ଚାଷ ଜାରି ରହିଛି ତା ସହ ମାଛ ଚାଷ ମଧ୍ୟ ଆରମ୍ଭ ହୋଇଛି। କ୍ଷୀର, ଦହି, ଛେନା ଖାଇବା ପାଇଁ ଆନନ୍ଦାଶ୍ରମ ରେ ଗାଈ ମଧ୍ୟ ରଖାଯାଇଛି। ସେବତୀ ଙ୍କ ଠାରୁ ସ୍ନେହ ଶ୍ରଦ୍ଧା ପାଇ ସମସ୍ତ ବୃଦ୍ଧ ବୃଦ୍ଧା ଖୁସି ଥିବାର ଦେଖା ଯାଇଥାଏ ତା ସହ ଏଠାରେ ରହୁଥିବା ଅନାଥ ପିଲାମାନଙ୍କ ପାଇଁ ପାଲଟି ଯାଇଛନ୍ତି ସେବତୀ "ମା'।
ଆନନ୍ଦାଶ୍ରମରେ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ସେବାର ବ୍ୟବସ୍ଥା ମଧ୍ୟ ରହିଛି ଏଠାରେ ଅନ୍ତେବାସୀଙ୍କ ଦେହ ଖରାପ ହେଲେ ପ୍ରାଥମିକ ଚିକିତ୍ସା ମଧ୍ୟ କରା ଯାଇଥାଏ। ତା ସହ ମାନସିକ ରୋଗୀ ମାନଙ୍କ ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତରଫରୁ ସେଠାରେ ଚିକିତ୍ସା ଯୋଗାଇ ଦିଆ ଯାଉଥିବାର ଦେଖିବାକୁ ମିଳିଥିଲା। ଅନାଥ ପିଲାମାନଙ୍କ ପାଇଁ ପାଠପଢା ପାଇଁ ରହିଛି ସ୍ୱତନ୍ତ୍ର ବିଦ୍ୟାଳୟ କୋଠରୀ ପାଠପଢା ଏଠାରେ ବହୁ ଉଚ୍ଚ କୋଟିର। ଏହି ଆନନ୍ଦାଶ୍ରମ କୁ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ନିଜେ ମଧ୍ୟ ବୁଲି ଯାଇଛନ୍ତି ଏବଂ ବହୁ ପ୍ରଶଂସା ମଧ୍ୟ କରିଛନ୍ତି। ବର୍ତ୍ତମାନର ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯେତେବେଳେ ବିଧାୟକ ଥିଲେ ସେତେବେଳେ ବହୁବାର ଏହି ବନାଯୋଡି ସ୍ଥିତ ଆନନ୍ଦାଶ୍ରମ ରେ ଥିବା ଅନ୍ତେବାସୀଙ୍କ ସହ ମିଶିଛନ୍ତି ଏବଂ ଖୁସି ବ୍ୟକ୍ତ ମଧ୍ୟ କରିଛନ୍ତି। ଅନ୍ୟପକ୍ଷରେ ସମାଜ ସେବା କ୍ଷେତ୍ରରେ ସେବତୀ ସିଂ ଜିଲ୍ଲା, ରାଜ୍ୟ, ଦେଶ, ବିଦେଶରେ ମଧ୍ୟ ପୁରସ୍କୃତ ହୋଇଛନ୍ତି। ବର୍ତ୍ତମାନ ଯୁବପିଢ଼ି କିଭଳି ସ୍ୱାବଲମ୍ବୀ ହୋଇପାରିବେ ସେ ଦିଗରେ ଚେଷ୍ଟା ଚଳାଇଛନ୍ତି ଅଳ୍ପ ଦିନ ପୂର୍ବରୁ କେନ୍ଦୁଝର ଜିଲା୍ଲାପାଳ ବିଶାଲ ସିଂ ମଧ୍ୟ ଏହି ଆନନ୍ଦାଶ୍ରମ କୁ ବୁଲିବାକୁ ଆସିଥିଲେ ଏବଂ ଏଠାରେ ଥିବା ଅନ୍ତେବାସୀଙ୍କ ସହ ମିଶିଥିଲେ ଏବଂ ଏଠାକାର ପରିବେଶ ପାରିପାର୍ଶ୍ୱିକ ସ୍ଥିତିକୁ ଦେଖି ଖୁସି ହୋଇଥିଲେ,ପାଖରେ ଜିଲାପାଳ କୁ ପାଇଁ ମଧ୍ୟ ରହୁଥିବା ବହୁ ମଉସା ମାଉସୀ ବହୁତ ଖୁସି ବୋଲି ପ୍ରକାଶ କରିଛନ୍ତି। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ମକା ମିଶନ ଦ୍ୱାରା ମକାଚାଷ ହାତକୁ ନେଇ ଚର୍ଚ୍ଚାରେ ରହିଛନ୍ତି ଏହି ଭଳି ଅନେକ ଯୋଜନା ତିଆରି ରହିଥିବା ବେଳେ ତାହା ସରକାରୀ ସାହାଯ୍ୟ ଅପେକ୍ଷାରେ ଯଦି ସରକାରୀ ସାହାଯ୍ୟ ମିଳିପାରନ୍ତା ତାହେଲେ ଆନନ୍ଦାଶ୍ରମ ହସି ଉଠନ୍ତା ଏବଂ ବହୁ ଯୋଜନା କାର୍ଯ୍ୟକାରୀ ହୋଇ ପାରନ୍ତା। ଯୋଜନା କାର୍ଯ୍ୟକାରୀ ହେଲେ ବହୁ ଯୁବବର୍ଗଙ୍କୁ କାର୍ଯ୍ୟ କରିବା ପାଇଁ ନିଯୁକ୍ତି ସୃଷ୍ଟି ହୋଇପାରନ୍ତା, ଅନ୍ୟ ପଟରେ ବହୁ ମହିଳା ମଧ୍ୟ ସ୍ୱାବଲମ୍ବୀ ହୋଇପାରିବେ ବୋଲି ଆଇଡିଏ ତଥା ଆନନ୍ଦାଶ୍ରମ ରେ ପ୍ରତିଷ୍ଠାତା ସେବତୀ କହିଛନ୍ତି।

ଖଣ୍ଡାଧାର ନିଉଜ- ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

13
611 views

Comment