କେନ୍ଦୁଝର ସିଟିଜେନ ଫୋରମ୍ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା।
କେନ୍ଦୁଝର ସିଟିଜେନ ଫୋରମ୍ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା।
କେନ୍ଦୁଝର:୧୨/୦୪ (ଖଣ୍ଡାଧାର ନିଉଜ ବ୍ୟୁରୋ) କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା ଓ ବିକାଶ ପାଇଁ ବିଧାୟକ ଭାବେ ଅତୀତରେ ଆନ୍ଦୋଳନ ରେ ସାମିଲ ହୋଇ ସଫଳ କରିଥିବା କେନ୍ଦୁଝର ମାଟି ର ଗୋୖରବ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ୍ ଚରଣ ମାଝୀ ଇଞ୍ଜିନିୟରିଂ କଲେଜକୁ ଦେଶର ଶ୍ରେଷ୍ଠ ବୈଷୟିକ ଶିକ୍ଷାନୁଷ୍ଠାନ ଭାବେ ନିର୍ମାଣ ପାଇଁ ଦୃଢ଼ ନିଷ୍ପତ୍ତି ନେଇଥିବା ରୁ 'କେନ୍ଦୁଝର ସିଟିଜେନ ଫୋରମ୍' ତରଫରୁ ଇଂଜିନିୟରିଙ୍ଗ କଲେଜ ର ରୋୖପ୍ୟ ଜୟନ୍ତୀ ଉତ୍ସବ ରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି ସମ୍ବର୍ଦ୍ଧନା ପର୍ବ ରେ ଫୋରମ୍ ସଭାପତି ଡାକ୍ତର ଅରୁଣ କୁମାର ସାହୁ, ସଂପାଦକ ଇଂଜିନିୟର ଅଜୟ କୁମାର ସାହୁ, ବରିଷ୍ଠ ସଦସ୍ୟ ଚକ୍ରଧର ସାହୁ, ବଳଭଦ୍ର ସାହୁ, ରାମନାରାୟଣ ଦ୍ୱିବେଦୀ, ବିଶ୍ୱନାଥ ପଟ୍ଟନାୟକ, ନୀଳମଣି ସାହୁ, କୃଷ୍ଣ ଚନ୍ଦ୍ର ପରିଡା, ପ୍ରସନ୍ନ କୁମାର ଦାଶ,ଭରତ ଚନ୍ଦ୍ର ପାତ୍ର, ଇଂଜିନିୟର ରାଜୀବ କୁମାର ସାହୁ, ଇଂଜିନିୟର ପ୍ରଶାନ୍ତ ଦଳେଇ, ବାବାଜୀ ପାତ୍ର, ସୁବଳ ସାହୁ, ଅଧ୍ୟାପକ ଗୟାଧର ଦାଶ, ସରୋଜ ଦାଶ, ଅବିନାଶ ଦାସ
ଯୋଗ ଦେଇଥିଲେ।
ଏହି ଅବସରରେ ଧରଣୀଧର ସ୍ଵୟଂଶାସିତ ମହାବିଦ୍ୟାଳୟ ସୁରକ୍ଷା ମଞ୍ଚ ର ସଭାପତି ଚକ୍ରଧର ସାହୁ ଧରଣୀଧର ମହାବିଦ୍ୟାଳୟ କୁ ବିଶ୍ୱବିଦ୍ୟାଳୟ ରୁ ପୃଥକୀକରଣ କରି ସ୍ୱୟଂଶାସିତ ସ୍ଥିତି କୁ ଫେରେଇ ଆଣିବା ପ୍ରସଙ୍ଗରେ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ସମ୍ବର୍ଦ୍ଧନା ସମୟରେ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଡଃ ଫକୀର ମୋହନ ନାୟକ, ବିଧାୟକ ଅଖିଳ ଚନ୍ଦ୍ର ନାଏକ, ଜିଲ୍ଲାପାଳ ବିଶାଳ ସିଂ, ଵିପିୟୁଟି ର କୂଳପତି ଓ ଇଂଜିନିୟରିଂ କଲେଳ ର ପ୍ରିନ୍ସପାଲ ସମସ୍ତ ଅଧ୍ୟାପକ ଉପସ୍ଥିତ ଥିଲେ।