logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଶବସତ୍କାର କରିଥିଲା, ଶୁଦ୍ଧିକ୍ରିୟା ସହାୟତା ମଧ୍ୟ ଯୋଗାଇଲା ଭରସା ପରିବାର ଟ୍ରଷ୍ଟ।

ଶବସତ୍କାର କରିଥିଲା, ଶୁଦ୍ଧିକ୍ରିୟା ସହାୟତା ମଧ୍ୟ ଯୋଗାଇଲା ଭରସା ପରିବାର ଟ୍ରଷ୍ଟ।

କେନ୍ଦୁଝର:୧୨/୦୪ (ଖଣ୍ଡାଧାର ନିଉଜ) ମଣ୍ଡୁଆର ତୁଳସୀ ମୁଣ୍ଡା ନାମକ ଅସହାୟ ମହିଳାଙ୍କ କେହି ଆତ୍ମୀୟ ନଥିବାରୁ ଶବସତ୍କାର ହୋଇପାରୁ ନଥିଲା। ଭରସା ପରିବାର ଟ୍ରଷ୍ଟକୁ ଖବର ମିଳିବାରୁ ଶବକୁ ଧାଙ୍ଗରପଡା ସ୍ଥିତ ଆଦର୍ଶ ଶ୍ମଶାନରେ ସମ୍ମାନର ସହିତ ଅନ୍ତେଷ୍ଟି କ୍ରିୟା କରାଯାଇଥିଲା। ସାହି ପୋଡିଶାଙ୍କ ଅନୁରୋଧ ରକ୍ଷା କରି ସଭାପତି ଲମ୍ବୋଦର ମହାନ୍ତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତାଙ୍କ ଘରକୁ ଯାଇ ଶୁଦ୍ଧିକ୍ରିୟା ପାଇଁ ଆବଶ୍ୟକୀୟ ତେଜରାତି ସାମଗ୍ରୀ ପ୍ରଦାନ କରାଯାଇଛି। ଟ୍ରଷ୍ଟ ପକ୍ଷରୁ ଜିଲ୍ଲା ସଭାନେତ୍ରୀ ବୈଶାଖୀ ମହାନ୍ତ, ସଂଯୋଜିକା ମମତାମୟୀ ପାତ୍ର, ଜିଲ୍ଲା ସଂଯୋଜକ ଶୁନ୍ୟରଞ୍ଜନ ଘଣା, ରକ୍ତଦାତା ସଂଯୋଜକ ସେକ ତହିଦ ଉପସ୍ଥିତ ଥିଲେ। ଟ୍ରଷ୍ଟ କର୍ମକର୍ତ୍ତାଙ୍କ ଦାନ ଅର୍ଥରାଶିରେ ଶୁଦ୍ଧିକ୍ରିୟା ସହାୟତା କରାଯାଇଥିଲା। ଆଞ୍ଚଳିକ ବୁଦ୍ଧିଜୀବୀ ଭରସା ପରିବାର ଟ୍ରଷ୍ଟର ନିଃସ୍ୱାର୍ଥପର ସେବା କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।

ଖଣ୍ଡାଧାର ନିଉଜ- ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

16
589 views

Comment