logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଜଳସୁଆଁ ରେ ପାଲା ଉଦଯାପନୀ ସମାରୋହ- ଯୁବ ପୀଢ଼ି ଙ୍କୁ ଆକୃଷ୍ଟ କରୁଛି ପାଲା।

ଜଳସୁଆଁ ରେ ପାଲା ଉଦଯାପନୀ ସମାରୋହ- ଯୁବ ପୀଢ଼ି ଙ୍କୁ ଆକୃଷ୍ଟ କରୁଛି ପାଲା।

ଆନନ୍ଦପୁର,୧୧।୪ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଅନ୍ତର୍ଗତ ଜଳସୁଆଁ ଗ୍ରାମରେ ଧାର୍ମିକ ଓ ସାଂସ୍କୃତିକ ପରିବେଶ ମଧ୍ୟରେ ସତ୍ୟନାରାୟଣ ପାଲା ଆୟୋଜନ ଭବ୍ୟ ଭାବେ ସମାପ୍ତ ହୋଇଛି। ଗତ ମଙ୍ଗଳବାର ଠାରୁ ଜଳସୁଆଁ ପାଲା ମଣ୍ଡପରେ ସତ୍ୟନାରାୟଣ ପାଲା କମିଟି ପକ୍ଷରୁ ଆୟୋଜିତ ଏହି ପାଲା କାର୍ଯ୍ୟକ୍ରମରେ ଓଡିଶାର ପ୍ରସିଦ୍ଧ ପାଲା ଗାୟକ ଓ ଗାୟିକାମାନେ ଯୋଗଦେଇ ଭକ୍ତିମୟ ପରିବେଷଣ କରିଥିଲେ। ମଙ୍ଗଳ ଓ ବୁଧବାର ଦିନ ପାଲା ଗାୟକ ବିଶାରଦ ସଚ୍ଚିଦାନନ୍ଦ ଦାଶ ନିଜ ମଧୁର କଣ୍ଠରେ ପାଲା ପରିବେଷଣ କରିଥିବା ବେଳେ, ଗୁରୁବାର ଠାରୁ ଶନିବାର ପର୍ଯ୍ୟନ୍ତ ପାଲା ଗାୟିକା କଳକଣ୍ଠି ଗୌରିବାଳା ସ୍ୱାଇଁ ଦର୍ଶକମାନଙ୍କୁ ମୋହିତ କରିଥିଲେ। ଆଜି ସନ୍ଧ୍ୟାରେ ଏହାର ଉଦଯାପନୀ ସମାରୋହ ଭବ୍ୟ ଭାବେ ପାଳିତ ହୋଇଥିଲା। ସତ୍ୟନାରାୟଣ ପାଲା କମିଟିର ସଭାପତି ବିଷ୍ଣୁ ଚରଣ ମାଝୀ କାର୍ଯ୍ୟକ୍ରମକୁ ସୁଚାରୁ ଭାବେ ପରିଚାଳନା କରିଥିବା ବେଳେ, ସମ୍ପାଦକ ମୋହନ ଚରଣ ଅଧିକାରୀ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସଫଳ ଭାବେ ସମ୍ପାଦନ କରିଥିଲେ। ଏହି ପାଲା କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଓ ସଂସ୍କୃତିପ୍ରେମୀ ଯୋଗଦେଇଥିଲେ। ପାଲା ମଞ୍ଚରେ ପାଳିଆମାନେ ଭକ୍ତିମୟ ଓ ନୈତିକ ଗଳ୍ପ ଉପସ୍ଥାପନ କରି ସମସ୍ତଙ୍କୁ ଆକର୍ଷିତ କରିଥିଲେ। ଏହା ସହ ଆଖପାଖ ଅଞ୍ଚଳର ୫୦ରୁ ଅଧିକ ଶିକ୍ଷାବିତ, ପ୍ରତିଭାଶାଳୀ ବ୍ୟକ୍ତି ଓ ସମାଜସେବୀଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଅତିଥିମାନେ ଏହି ଅବସରରେ ପାଲା ପରମ୍ପରାକୁ ରକ୍ଷା କରିବା ସହ ଆଗକୁ ବଢ଼ାଇବା ପାଇଁ ଏପରି କାର୍ଯ୍ୟକ୍ରମର ଆବଶ୍ୟକତା ଉପରେ ଜୋର ଦେଇଥିଲେ। ସମଗ୍ର କାର୍ଯ୍ୟକ୍ରମ ଭକ୍ତିମୟ ପରିବେଶ ଓ ଉତ୍ସାହର ମଧ୍ୟରେ ସଫଳ ଭାବେ ସମ୍ପନ୍ନ ହୋଇଥିଲା। ଗ୍ରାମବାସୀ ଓ କମିଟି ସଦସ୍ୟମାନଙ୍କ ସହଯୋଗ ଏହି ଆୟୋଜନକୁ ସଫଳ କରିଥିଲା।

ଖଣ୍ଡାଧାର ନିଉଜ- ବିଜୟ ଜେନାଙ୍କ ରିପୋର୍ଟ।

12
755 views

Comment