logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସିଲିପୁଞ୍ଜି ଛକରେ ଶ୍ରୀ ଜଗନ୍ନାଥ କଥାମୃତ ର ପଞ୍ଚମ ସନ୍ଧ୍ଯା ରେ ଉଦଯାପନୀ।

ସିଲିପୁଞ୍ଜି ଛକରେ ଶ୍ରୀ ଜଗନ୍ନାଥ କଥାମୃତ ର ପଞ୍ଚମ ସନ୍ଧ୍ଯା ରେ ଉଦଯାପନୀ।

ଚମ୍ପୁଆ -୧୦/୦୪(ଖଣ୍ଡାଧାର ନିଉଜ) ଚମ୍ପୁଆ ବ୍ଲକ ଚନ୍ଦ୍ରଶେଖରପୁର ପଞ୍ଚାୟତ ଅନ୍ତର୍ଗତ ସିଲିପୁଞ୍ଜି ଛକ ଚନ୍ଦ୍ରଶେଖରପୁର ଗ୍ରାମ ଚନ୍ଦ୍ରଶେଖର ଶିବ ମନ୍ଦିର ପ୍ରାଙ୍ଗଣରେ ଶୁକ୍ରବାର ସନ୍ଧ୍ୟା ୭ ଘଟିକା ରେ ଶ୍ରୀ ଜଗନ୍ନାଥ କଥାମୃତ ର ପଞ୍ଚମ ଉଦଯାପନୀ ସନ୍ଧ୍ୟା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କୁନି ପ୍ରବଚକ କେଶବ ଦାସ ଦ୍ୱିତିକୃଷ୍ଣ ଙ୍କ ଜଗନ୍ନାଥ କଥାମୃତ ପ୍ରବଚନ ଶୁଣିବାକୁ ଗ୍ରାମ ତଥା ଅଞ୍ଚଳରୁ ହଜାର ହଜାର ପୁରୁଷ, ମହିଳା ଆବାଳ ବୃଦ୍ଧ ବନିତା ଙ୍କ ଶେଷ ଦିନରେ ମଧ୍ୟ ସମାଗମ ହୋଇଥିଲା l
ଯୁବ ସଂଗଠକ ଦିବାକର ମହାନ୍ତ ଙ୍କ ସଂଯୋଜନା ରେ ଅନୁଷ୍ଠିତ ପ୍ରବଚନ କାର୍ଯ୍ୟକ୍ରମରେ ଅତିଥି ଭାବେ ଚମ୍ପୁଆ ବ୍ଲକ ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ନାୟକ, ପାଟଣା ବିଧାୟକ ଙ୍କ ଚମ୍ପୁଆ ବ୍ଲକ ପ୍ରତିନିଧି କବି, ପ୍ରବଚକ ଭାବଗ୍ରାହୀ ମହାନ୍ତ, ଚନ୍ଦ୍ରଶେଖରପୁର ସରପଞ୍ଚ ଜୟମଣୀ ନାୟକ, ସାଂସଦ ପ୍ରତିନିଧି ସିଦ୍ଧାର୍ଥ କୁମାର ସିଂହ, ଚମ୍ପୁଆ ଓକିଲ ସଙ୍ଘ ସଭାପତି, ବରିଷ୍ଠ ବିଜେପି ନେତା ରମେଶ ଚନ୍ଦ୍ର ପ୍ରଧାନ, କରଞ୍ଜିଆ ସରପଞ୍ଚ ସୁପ୍ରିୟା ମୁଣ୍ଡା ପ୍ରମୁଖ ଯୋଗ ଦେଇଥିଲେ l
କୁନି ପ୍ରବଚକ କେଶବ ଙ୍କ ସହିତ ଅତିଥିମାନେ ପ୍ରଭୁ ଜଗନ୍ନାଥଙ୍କ ପ୍ରତିମା ଠାରେ ମାଲ୍ୟାର୍ପଣ, ଧୂପ, ପ୍ରଦୀପ ପ୍ରଯ୍ୟଳନ ପରେ ପ୍ରବଚନ କାର୍ଯ୍ୟ ଆରମ୍ଭ ହୋଇଥିଲା l କୁନି ପ୍ରବଚକ କେଶବ ଦାସ ଶ୍ରୀ ଜଗନ୍ନାଥଙ୍କ ମହିମା, ଲୀଳା ଓ ଧାର୍ମିକ ମୂଲ୍ୟ ବିଷୟରେ ଆଲୋକପାତ କରିଥିଲେ l ଭକ୍ତ ଓ ଭଗବାନ ଙ୍କ ବିଭିନ୍ନ ଉପାଖ୍ୟାନ ସବୁ ଗଳ୍ପ କଥା ମାଧ୍ୟମରେ ନୀତିଶିକ୍ଷା, ସମାଜ ସଚେତନତା ମୂଳକ ବାଣୀମାନ ଉପସ୍ଥାପନା କରିଥିଲେ l ଭକ୍ତିମୟ ଆଧ୍ୟାତ୍ମିକ ପରିବେଶରେ ସମସ୍ତେ ଭାବ ବିହ୍ୟଳ ହୋଇଯାଇଥିଲେ l ବିଭିନ୍ନ ଅଞ୍ଚଳ ରୁ ଭକ୍ତ ଶ୍ରଦ୍ଧାଳୁମାନେ ଯୋଗ ଦେଇ ଅଂଶ ଗ୍ରହଣ କରିଥିବା ବେଳେ ସମସ୍ତଙ୍କୁ ଚନ୍ଦ୍ରଶେଖର ମନ୍ଦିର କମିଟି ତରଫରୁ ଅନ୍ନ ପ୍ରସାଦ ପରିବେଷଣ କରାଯାଇଥିଲା l ବିଭିନ୍ନ ଦିବସରେ ଅନ୍ନ ପ୍ରସାଦ ରେ ଅଭିମନ୍ୟୁ ମହାନ୍ତ, ଶିକ୍ଷକ ବିଜୟ କୁମାର ବାରିକ,
ଧର୍ମ ପରାୟଣ ବ୍ୟକ୍ତି ଶ୍ରୀମନ୍ତ କୁମାର ତ୍ରିପାଠୀ, କ୍ଷିତୀଶ ଦାସ, ସୁଧୀର ପ୍ରଧାନ, ଦିଲ୍ଲୀପ ନାଏକ, ଧର୍ମାନନ୍ଦ ନାଏକ, ଅଳମ୍ବୁ ନାଏକ, ଜଗବନ୍ଧୁ ନାଏକ ପ୍ରମୁଖ ଦାନ କରିଥିବା ବେଳେ କାର୍ଯ୍ୟକ୍ରମକୁ ସମାଜସେବୀ ମୋହନ ନାୟକ, ରବୀନ୍ଦ୍ର ପ୍ରଧାନ, ଡମ୍ବରୁଧର ନାୟକ(ବାବୁଲା), କୈଳାସ ଚନ୍ଦ୍ର ନାଏକ,ରତ୍ନାକର ନାଏକ, ଚନ୍ଦ୍ରମୋହନ ତିରିଆ, କାନ୍ହୁ ଚରଣ ମହାନ୍ତ, ରୂପା ମହାନ୍ତ, ଧ୍ରୁବଚରଣ ମହାନ୍ତ, ଯତନ ମହାନ୍ତ, ଗିରିଶ ଚନ୍ଦ୍ର ମହାନ୍ତ ପ୍ରମୁଖ କମିଟି ସଦସ୍ୟ ମାନଙ୍କ ସୁପରିଚାଳନା ରେ ପାଞ୍ଚରାତ୍ର ଜଗନ୍ନାଥ କଥାମୃତ ପରିଚାଳିତ ହୋଇଥିଲା l

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

17
1297 views

Comment