logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଫିଲ୍ଟର ଲାଗିଛି ମାତ୍ର ଦୁଇ ବର୍ଷ ରୁ ଉର୍ଦ୍ଧ ହେବ ପାଣି ନାହିଁ, ଲୋକମାନେ ପିଇବା ପାଣି ନ ପାଇ ଡହଲବିକଳ।

ତାରିଖ-12/4/26

ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ କାଲିମେଳା ଗ୍ରାମ ପଞ୍ଚାୟତ ଓ କୋଇମେଟଲା ଗ୍ରାମ ପଞ୍ଚାୟତ ରେ ମୁଖ୍ୟ ରାସ୍ତା କଡ଼ରେ ଠିଆ ହୋଇଛି ଫିଲ୍ଟର କିନ୍ତୁ ପାଣି ନାହିଁ। କାହା ସ୍ଵାର୍ଥରେ ରଖାଯାଇଛି ଏହି ଫିଲ୍ଟର। ଲୋକ ଦେଖାଣିଆ ଭାବେ ରାଖା ଯାଇ କାର୍ଯ୍ୟକ୍ଷମ ହୋଇପାରୁ ନ ଥିବା ଏହି ଫିଲ୍ଟର ଦୁଇ ବର୍ଷ ରୁ ଉର୍ଦ୍ଧ ହେବ ପାଣି ନାହିଁ, ଲୋକମାନେ ପିଇବା ପାଣି ନ ପାଇ ଡହଲ ବିକଳ ହେଉଛନ୍ତି। ସରକାର ଙ୍କ ଯୋଜନା ଯୋଜନା ବାଟ ରେ ଯାଉଛି କିନ୍ତୁ ଲୋକମାନେ ଏହି ତ୍ରାହି ଖରା ରେ ଥଣ୍ଡା ପାଣି ଟିକେ ପାଇପାରୁନାହାନ୍ତି।ଏହି ଫିଲ୍ଟର କୋଇମେଟଲା ପଞ୍ଚାୟତ ମୁଖ୍ୟ ବସଷ୍ଟାଣ୍ଡ ନିକଟରେ ଲାଗିଥିବା ବେଳେ କାଲିମେଳା ପଞ୍ଚାୟତ ର ମୁଖ୍ୟ ଛକ ନିକଟରେ ଲାଗିଛି। ଲୋକଙ୍କ ଅଭିଯୋଗ ଖରା ଦିନେ ଲୋକମାନେ ଯେମିତି ଟିକେ ପାଣି ପାଇ ପାରିବେ ତାହା ଲାଗି ଅତିଶୀଘ୍ର ବ୍ୟବସ୍ଥା କରାଯାଉ।

23
940 views

Comment