logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

47677C


ଅସ୍ତରଙ୍ଗ, ଖବର ୧୧ ଏପ୍ରିଲ ୨୦୨୬: ଅସ୍ତରଙ୍ଗ ବଜାର ଦେଇ ପ୍ରବାହିତ ମୁଖ୍ୟ କେନାଲ ଏବେ ଅଳିଆ ଆବର୍ଜନାରେ ପୋତି ହୋଇଯାଉଛି। ସ୍ଥାନୀୟ ଅଭିଯୋଗ ଅନୁଯାୟୀ, ବଜାର ଅଞ୍ଚଳର କିଛି ହୋଟେଲ ଓ ଢାବା ବ୍ୟବସାୟୀ ପ୍ରତିଦିନ ଖାଦ୍ୟ ଅବଶିଷ୍ଟ, ପ୍ଲାଷ୍ଟିକ ପ୍ଲେଟ, ପଲିଥିନ ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁ ସିଧା କେନାଲକୁ ଫିଙ୍ଗୁଛନ୍ତି।

ମୁଖ୍ୟ ସମସ୍ୟା
• ଜଳ ପ୍ରଦୂଷଣ: କେନାଲ ପାଣି କଳା ପଡିଯାଇଛି ଓ ଦୁର୍ଗନ୍ଧ ବାହାରୁଛି। ଚାଷ ଓ ଦୈନନ୍ଦିନ କାମରେ ବ୍ୟବହାର କରୁଥିବା ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। • ଜଳ ନିଷ୍କାସନ ବାଧାପ୍ରାପ୍ତ: ଅଳିଆ ଜମି ରହିବାରୁ କେନାଲରେ ପାଣି ପ୍ରବାହ କମିଯାଇଛି। ବର୍ଷା ଦିନେ ବଜାର ଅଞ୍ଚଳରେ କୃତ୍ରିମ ବନ୍ୟା ଆଶଙ୍କା ଦେଖାଦେଇଛି। • ସ୍ୱାସ୍ଥ୍ୟ ସମସ୍ୟା: ଅଳିଆ ଗଦା ଯୋଗୁଁ ମଶା, ମାଛି ବଢିବା ସହ ଡେଙ୍ଗୁ, ମ୍ୟାଲେରିଆ ଭଳି ରୋଗ ବ୍ୟାପିବା ଆଶଙ୍କା କରୁଛନ୍ତି ସ୍ଥାନୀୟ ବାସିନ୍ଦା। 🙏🙏🙏🙏🙏

6
312 views

Comment