logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଚଇତି ପର୍ବର ତୃତୀୟ ଦିବସରେ ମା ତାରିଣୀଙ୍କ ଦିବ୍ୟ ଦର୍ଶନ

ଘଟଗାଁ:୧୧/୦୪(ସମ୍ବିତ କୁମାର ସାହୁ) - କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ତଥା ରାଜ୍ଯ ପ୍ରସିଦ୍ଧ ଘଟଗାଁ ମା ତାରିଣୀଙ୍କର ପବିତ୍ର ଚଇତି ପର୍ବର ତୃତୀୟ ଦିବସ ଆଜି। ଚଇତି ପର୍ବର ତୃତୀୟ ଦିବସରେ ମା' ତାରିଣୀଙ୍କୁ ବିଧି ଅନୁଯାୟୀ ସ୍ବତନ୍ତ୍ର ରୀତିନୀତିରେ ପୂଜା କରାଯାଉଥିବା ବେଳେ, ପ୍ରତ୍ୟହ ବ୍ରାହ୍ମ ମୁହୂର୍ତ୍ତରେ ଘଟଗାଁ ବ୍ରାହ୍ମଣ ସମାଜ ଦ୍ୱାରା ଦେବୀ ସ୍ତୁତି, ଗୀତା ପାଠ ସହିତ ଭାଗବତ ପାଠ ଓ ଚଣ୍ଡୀ ପାଠ ଏବଂ ପାଲା ମଣ୍ଡପରେ ସତ୍ୟନାରାୟଣ ପୂଜା ଅନୁଷ୍ଠିତ ହେଉଅଛି। ଚଇତି ପର୍ବର ପ୍ରତି ଦିବସରେ ମା' ତାରିଣୀ ସୁନାବେଶରେ ଶ୍ରଦ୍ଧାଳୁ ମାନଙ୍କୁ ଦିବ୍ୟ ଦର୍ଶନ ଦେଉଥିବା ବେଳେ, ଆଜି ପର୍ବର ତୃତୀୟ ଦିବସ ଅବସରରେ ଘଟଗାଁରେ ବିଶେଷ ଜନଗହଳି ପରିଲକ୍ଷିତ ହୋଇଛି। ଘଟଗାଁର ବିଭିନ୍ନ ସ୍ଥାନରେ ବିଭିନ୍ନ ଅଞ୍ଚଳର ବ୍ୟକ୍ତି ବିଶେଷ ଏଵଂ ସଂଗଠନ ମାନଙ୍କ ପକ୍ଷରୁ ପଣା ଓ ଅନ୍ନ ପ୍ରସାଦ ବିତରଣ ଚାଲିଥିବା ବେଳେ, ମନ୍ଦିର ପ୍ରାଙ୍ଗଣରେ ଭୁବନେଶ୍ଵରର ଶୁଭ୍ରାଂଶୁ ଶେଖର ମହାରଣାଙ୍କ ପକ୍ଷରୁ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଅନ୍ନ ପ୍ରସାଦ ବିତରଣ କରା ଯାଉଅଛି। ସେହିଭଳି ପ୍ରବଳ ଖରା ଏବଂ ଗ୍ରୀଷ୍ମ ପ୍ରବାହ ଦାଉରୁ ଶ୍ରଦ୍ଧାଳୁ ମାନଙ୍କୁ ସାମାନ୍ୟ ଆଶ୍ୱସ୍ତି ନିମନ୍ତେ ବିଭିନ୍ନ ସଂସ୍ଥା ଏବଂ ସଂଗଠନ ପକ୍ଷରୁ ଶୀତଳ ଓ ସୁବାସିତ ଜଳ ସିଞ୍ଚନ ବ୍ୟବସ୍ଥା ଦେଖିବାକୁ ମିଳିଛି।

ଚଇତି ପର୍ବ ଅବସରରେ ମା' ତାରିଣୀ ମନ୍ଦିର ପରିସରସ୍ଥ ସାଂସ୍କୃତିକ ମଣ୍ଡପରେ ପ୍ରଥମ ପର୍ଯ୍ୟାୟରେ ସକାଳ ୯ ଘଟିବାରୁ ୧୧.୩୦ ପର୍ଯ୍ୟନ୍ତ କଟକ ଅଞ୍ଚଳର କିଶୋର କବି କଳା କଳ୍ପନା ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଛି। ଦ୍ଵିତୀୟ ପର୍ଯ୍ୟାୟ ପୂର୍ବାହ୍ନ ୧୧.୪୫ ଠାରୁ ୨.୩୦ ଯାଏ ପ୍ରଖ୍ୟାତ ଓଡ଼ିଆ କଣ୍ଠଶିଳ୍ପୀ ବିଷ୍ଣୁ ମୋହନ କବି ଏବଂ ଗ୍ରୁପ ଦ୍ଵାରା ଭଜନ ପରିବେଷଣ କାର୍ଯକ୍ରମ ଅନୁଷ୍ଠିତ ହୋଇଥିବା ବେଳେ, ଅପରାହ୍ନ ୨.୪୫ ଠାରୁ ସଂଧ୍ୟା ୬ ୩୦ ଯାଏ ଖୋର୍ଦ୍ଧା ପାଇକ ଆଖଡ଼ା ପରିବେଷିତ ହୋଇଛି। ସେହିଭଳି ଘଟଗାଁ ପାଲା ମଣ୍ଡପରେ ସନ୍ଧ୍ୟାରେ ପ୍ରଥମ ପର୍ଯ୍ୟାୟରେ ସନ୍ଧ୍ୟା ୫ ଘଟିକାରୁ ଗଞ୍ଜାମ ଦିଗପହଣ୍ଡି ଅଞ୍ଚଳର ଗାୟକ ବିପିନ ବିହାରୀ ଦାସ ଦାସ ଦାସକାଠିଆ ପରିବେଷଣ କରୁଥିବା ବେଳେ, ସଂଧ୍ୟା ୬.୩୦ ରୁ ଭୁବନେଶ୍ଵରର କୁନି ପ୍ରବଚକ ଦ୍ଵିତିକୃଷ୍ଣ କେଶବ ଦାସଙ୍କ ଦ୍ଵାରା ଧର୍ମ ପ୍ରବଚନ କାର୍ଯକ୍ରମ ଏଵଂ ତୃତୀୟ ପର୍ଯ୍ୟାୟରେ ରାତ୍ର ୯.୩୦ ରୁ ପ୍ରାତ ୫ ଘଟିକା ଯାଏ କଟକ ନିଆଳି ଅଞ୍ଚଳର ଗାୟକ ବିଶାରଦ ସଚ୍ଚିଦାନନ୍ଦ ଦାସ ଏଵଂ କେନ୍ଦୁଝର ନରଣପୁରର ଗାୟକ ଯୁବଜ୍ୟୋତି ଧୀରେନ ମହାନ୍ତି ପାଲା ପରିବେଷଣ କରିବେ।

1
0 views

Comment