ଓଡ଼ିଆ ପକ୍ଷର ଏକାଦଶ ଦିବସରେ ଅମୃତପିଢି ସାରସ୍ୱତ ସମାରୋହ
ଦେବଗଡ଼, ତା ୧୧/୦୪/୨୦୨୬ ରିଖ :-
ଓଡ଼ିଆ ପକ୍ଷ ପାଳନ ଅବସରରେ ଏକାଦଶ ଦିବସରେ ଦେବଗଡ଼ରେ ଅମୃତପିଢି ସାରସ୍ୱତ ସମାରୋହ ଓ କବିତା ପାଠ ଉତ୍ସବ ଆୟୋଜିତ ହୋଇଯାଇଛି।
ଆଜି ଦେବଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ମୁକେଶ କୁମାର ଭୋଇଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ, ଉପଜିଲ୍ଲାପାଳ ପରିକ୍ଷିତ ସାହୁ ସଭାପତିତ୍ୱ କରିଥିଲେ।
ବରେଣ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ତଥା ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ସୁବାଷ ଚନ୍ଦ୍ର ପାଣିଗ୍ରାହୀ ଓ ପୌରପରିଷଦ ଅଧ୍ୟକ୍ଷ ପ୍ରଜିତ କୁମାର ଭୋଜ ଉପସ୍ଥିତ ଥିଲେ। ସମସ୍ତ ଅତିଥିମାନେ ଯୋଗଦେଇ କବିତା ପାଠ ଉତ୍ସବକୁ ଶୁଭାରମ୍ଭ କରିଥିଲେ। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୭୩ ଜଣ କବି ଓ କବିତ୍ରୀ ଅଂଶଗ୍ରହଣ କରି ସ୍ୱରଚିତ କବିତା ପାଠ କରିଥିଲେ। ପରବର୍ତ୍ତୀ କାର୍ଯ୍ୟକ୍ରମରେ ଅତିଥିମାନଙ୍କ ଦ୍ୱାରା ସମସ୍ତ କବି କବିତ୍ରୀଙ୍କୁ ପୁସ୍ତକ ଓ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ମହିଳା ମହାବିଦ୍ୟାଳୟର ଅଧ୍ୟାପକ ଚିତ୍ତରଞ୍ଜନ ଦାସ ସଂଯୋଜନା କରିଥିବାବେଳେ, ଶେଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ଧନ୍ୟବାଦ ଅର୍ପଣ କରିଥିଲେ।