ମାଲ୍ଯବନ୍ତ ଆର୍ଟିଷ୍ଟ ଆସୋସିଏସନର ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି।
୧୦/୦୪/୨୦୨୬। ତାରିଖ ଶୁକ୍ରବାର ମାଲ୍ଯବନ୍ତ ଆର୍ଟିଷ୍ଟ ଆସୋସିଏସନର ମାସିକ ବୈଠକ ଜିଲ୍ଲା ସଭାପତି ଶ୍ରୀ କେ ଦେଶି ରାଜୁ ଆଚାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କରାଯାଇଛି। ଶ୍ରୀ ରାଜୁ ଆଚାରୀ କହିଛନ୍ତି ଉକ୍ତ ବୈଠକରେ କରାଯାଇଥିବା ଆଲୋଚନା ସମସ୍ତ ରଙ୍ଗ ତୁଳୀ କଳାକାର ଭାଇ ମାନେ ଜାଣିବା ଆବଶ୍ୟକ।
* ଖଇରପୁଟ ବ୍ଲକ ପ୍ରତ୍ୟେକ ମାସର ୧୦ ତାରିଖ ଦିନ ମାସିକ ବୈଠକ ରଖିବେ ଓ ଗଣେଶ କାଟି ଏହାର ପ୍ରତିନିଧିତ୍ଵ କରିବେ ।
* ମାଲକାନଗିରି ବ୍ଲକ ପ୍ରତ୍ୟେକ ମାସର ୨୦ ତାରିଖ ଦିନ ମାସିକ ବୈଠକ ରଖିବେ ଓ ଶିବା ଆଚାରୀ ଏହାର ପ୍ରତିନିଧିତ୍ଵ କରିବେ ।
* କାଲିମେଳା ବ୍ଲକ ପ୍ରତ୍ୟେକ ମାସର ୧୫ ତାରିଖ ଦିନ ମାସିକ ବୈଠକ ରଖିବେ ଓ କାଲିପଦ/ ପ୍ରତାପ ଏହାର ପ୍ରତିନିଧିତ୍ଵ କରିବେ ।
* କୋରୁକୋଣ୍ଡା ବ୍ଲକ ପ୍ରତ୍ୟେକ ମାସର ୦୫ ତାରିଖ ଦିନ ମାସିକ ବୈଠକ ରଖିବେ ଓ ଇରମା ମାଡକାମି ଏହାର ପ୍ରତିନିଧିତ୍ଵ କରିବେ।
* ଚିତ୍ରକୋଣ୍ଡା ବ୍ଲକ ପ୍ରତ୍ୟେକ ମାସର ୨୫ ତାରିଖ ଦିନ ମାସିକ ବୈଠକ ରଖିବେ ଓ ସୁବାସ ପ୍ରଧାନ ଏହାର ପ୍ରତିନିଧିତ୍ଵ କରିବେ।
* ପୋଡ଼ିଆ ବ୍ଲକ ପ୍ରତ୍ୟେକ ମାସର ୧୫ ତାରିଖ ଦିନ ମାସିକ ବୈଠକ ରଖିବେ ଓ ନାଗେଶ୍ଵର କୋରପୁ ଏହାର ପ୍ରତିନିଧିତ୍ଵ କରିବେ।
* ମାଥିଲି ବ୍ଲକ ପ୍ରତ୍ୟେକ ମାସର ୧୧ ତାରିଖ ଦିନ ମାସିକ ବୈଠକ ରଖିବେ ଓ ସାଗର ବାକା ଏହାର ପ୍ରତିନିଧିତ୍ଵ କରିବେ
*ପ୍ରତ୍ୟେକ ବ୍ଲକରେ ହେବାକୁ ଥିବା ମାସିକ ବୈଠକରେ ଜିଲ୍ଲା କମିଟିର ସଭାପତି ବା ପ୍ରତିନିଧି ଉପସ୍ଥିତ ରହିବେ ଓ ମାସିକ ଆଦାୟ କରାଯିବ* ।
ସଭା ଶେଷରେ ଜିଲ୍ଲା ସମ୍ପାଦକ ଶ୍ରୀ ସୁକୁମାର ମଣ୍ଡଲ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି