logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

*ଶ୍ରୀମଦ୍ ଭାଗବତ କଥାଯଜ୍ଞ ଓ ପରାୟଣ*


ଦାମନଯୋଡି: ଶିଳ୍ପାଞ୍ଚଳ ଦାମନଯୋଡି ସନ୍ନିକଟ ଭେଜାପୁଟ ସ୍ଥିତ ଶ୍ରୀ ଶ୍ରୀ ସିଦ୍ଧେଶ୍ୱର ମନ୍ଦିର ସମ୍ମୁଖରେ ସପ୍ତାହେ ବ୍ୟାପି ହେବାକୁ ଥିବା ଶ୍ରୀମଦ୍ ଭାଗବତ କଥାଯଜ୍ଞ ଓ ପରାୟଣ ଗତକାଲି କଳସାଧିବାସ ସହିତ ଶୁଭାରମ୍ଭ ହୋଇଯାଇଛି । ଅପରାହ୍ନରେ ମାଥାଲପୁଟ ସ୍ଥିତ ଶ୍ରୀ ରାଧାକୃଷ୍ଣ ମନ୍ଦିର ପରିସରରୁ କୀର୍ତ୍ତନ ମଣ୍ଡଳୀ ଙ୍କ ଅଖଣ୍ଡ ନାମ ସହିତ ସହସ୍ରାଧିକ ମହିଳା କଳସରେ ଜଳ ଆଣି ସ୍ଥାପନ କରିବା ପରେ ବୃନ୍ଦାବତୀ ଙ୍କୁ ଆବାହନ ପୂର୍ବକ ସନ୍ଧ୍ୟା ଆଳତି କରାଯାଇଥିଲା । ବୃନ୍ଦାବନ ରୁ ଆସିଥିବା ତ୍ରିଦଣ୍ଡି ସ୍ୱାମୀ ଭକ୍ତିଭୂଷଣ ବୋଧାୟନ ମହାରାଜ ପ୍ରବଚନ ଦେଇଥିଲେ । ସହସ୍ରାଧିକ ମହିଳା ଓ ପୁରୁଷ ଙ୍କ ସମେତ ଆବାଳ ବୃଦ୍ଧ ବନିତା ଭାଗବତ କଥା ଶ୍ରବଣ କରିବା ସହିତ ହରିନାମ ସଂକୀର୍ତ୍ତନରେ ନିଜକୁ ହଜାଇ ଦେଇଥିଲେ । ସୁନାବେଡା ଶ୍ରୀକୃଷ୍ଣ ଚୈତନ୍ଯ ମିଶନ, ଗୌଡ଼ିୟ ମଠାଧୀଶ ଶ୍ରୀ ଆଲୋକ ପର୍ବତ ମହାରାଜ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଦାମନଯୋଡିର ସୁପରିଚିତ ସମାଜସେବୀ ହରିବନ୍ଧୁ ବିଶ୍ବାଳ ପରିଚାଳନା କରୁଛନ୍ତି । ଗତକାଲି ଇତି ଅବସରରେ ଶ୍ରୀ ବିଶ୍ୱାଳ ଓ ଶ୍ରୀମତୀ ଝୁନୁ ବିଶ୍ୱାଳ ଙ୍କ ପୌତ୍ର ହର୍ଷିତ ର ପ୍ରଥମ ଜନ୍ମ ବାର୍ଷିକ ପାଳନ କରାଯାଇଥିଲା । ସପ୍ତାହ ବ୍ୟାପୀ ହେବାକୁ ଥିବା ଏହି କଥାଯଜ୍ଞରେ ପୁରୀର ଶ୍ରୀମଦ୍ ଭକ୍ତି ବୈଭବ ଗୋସ୍ୱାମୀ ମହାରାଜ, ଭକ୍ତି ସୌଧ କେଶବ ଗୋସ୍ୱାମୀ ମହାରାଜ, ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ଠାକୁର ପ୍ରଭୁପାଦ, ଶ୍ରୀମଦ୍ ଭକ୍ତି ବିଚାର ବିଷ୍ଣୁ ଗୋସ୍ୱାମୀ ମହାରାଜ ପ୍ରମୁଖ ଉପସ୍ଥିତ ରହି ଶ୍ରୋତା ମାନଙ୍କୁ ନିଜ ବାଣୀ ମାଧ୍ୟମରେ ଦିବ୍ୟ ଜ୍ଞାନ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଆୟୋଜକ ଙ୍କ ପକ୍ଷରୁ ସୂଚନା ମିଳିଛି । ଶ୍ରୀ ଶ୍ରୀ ସିଦ୍ଧେଶ୍ୱର ମନ୍ଦିର ପରିଚାଳନା କମିଟି, ବଜାର କମିଟି ଓ ଗ୍ରାମବାସୀ ମିଳିତ ଭାବରେ ଏହି କାର୍ଯ୍ୟକ୍ରମ ସହଯୋଗ କରୁଛନ୍ତି ।

16
777 views

Comment