logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସିଲିପୁଞ୍ଜି ଛକରେ ଶ୍ରୀ ଜଗନ୍ନାଥ କଥାମୃତ ର ଚତୃର୍ଥ ସନ୍ଧ୍ୟା।

ସିଲିପୁଞ୍ଜି ଛକରେ ଶ୍ରୀ ଜଗନ୍ନାଥ କଥାମୃତ ର ଚତୃର୍ଥ ସନ୍ଧ୍ୟା।

ଚମ୍ପୁଆ -୦୯/୦୪(ଖଣ୍ଡାଧାର ନିଉଜ) ଚମ୍ପୁଆ ବ୍ଲକ ଚନ୍ଦ୍ରଶେଖରପୁର ପଞ୍ଚାୟତ ଅନ୍ତର୍ଗତ ସିଲିପୁଞ୍ଜି ଛକ ଚନ୍ଦ୍ରଶେଖରପୁର ଗ୍ରାମ ଚନ୍ଦ୍ରଶେଖର ଶିବ ମନ୍ଦିର ପ୍ରାଙ୍ଗଣରେ ଗୁରୁବାର ସନ୍ଧ୍ୟା ୭ ଘଟିକା ରେ ଶ୍ରୀ ଜଗନ୍ନାଥ କଥାମୃତ ର ଚତୃର୍ଥ ସନ୍ଧ୍ୟା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କୁନି ପ୍ରବଚକ କେଶବ ଦାସ ଦ୍ୱିତିକୃଷ୍ଣ ଙ୍କ ଜଗନ୍ନାଥ କଥାମୃତ ପ୍ରବଚନ ଶୁଣିବାକୁ ଗ୍ରାମ ତଥା ଅଞ୍ଚଳରୁ ହଜାର ହଜାର ପୁରୁଷ, ମହିଳା ଆବାଳ ବୃଦ୍ଧ ବନିତା ଙ୍କ ସମାଗମ ହୋଇଥିଲା l
ଯୁବ ସଂଗଠକ ଦିବାକର ମହାନ୍ତ ଙ୍କ ସଂଯୋଜନା ରେ ଅନୁଷ୍ଠିତ ପ୍ରବଚନ କାର୍ଯ୍ୟକ୍ରମରେ ଅତିଥି ଭାବେ ଚମ୍ପୁଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ମୃତି ରଞ୍ଜନ ସାହୁ, ଜଳ ବିଭାଜିକା ପ୍ରକଳ୍ପ ନିର୍ଦେଶକ ବନମାଳୀ ପାତ୍ର, ଚମ୍ପୁଆ ବ୍ଲକ ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ନାୟକ, ଚନ୍ଦ୍ରଶେଖରପୁର ପଞ୍ଚାୟତ ସରପଞ୍ଚ ଜୟମଣୀ ନାୟକ ପ୍ରମୁଖ ଯୋଗ ଦେଇଥିଲେ l
କୁନି ପ୍ରବଚକ କେଶବ ଙ୍କ ସହିତ ଅତିଥିମାନେ ପ୍ରଭୁ ଜଗନ୍ନାଥଙ୍କ ପ୍ରତିମା ଠାରେ ମାଲ୍ୟାର୍ପଣ, ଧୂପ, ପ୍ରଦୀପ ପ୍ରଯ୍ୟଳନ ପରେ ପ୍ରବଚନ କାର୍ଯ୍ୟ ଆରମ୍ଭ ହୋଇଥିଲା l କୁନି ପ୍ରବଚକ କେଶବ ଦାସ ଶ୍ରୀ ଜଗନ୍ନାଥଙ୍କ ମହିମା, ଲୀଳା ଓ ଧାର୍ମିକ ମୂଲ୍ୟ ବିଷୟରେ ଆଲୋକପାତ କରିଥିଲେ l ଭକ୍ତ ଓ ଭଗବାନ ଙ୍କ ବିଭିନ୍ନ ଉପାଖ୍ୟାନ ସବୁ ଗଳ୍ପ କଥା ମାଧ୍ୟମରେ ନୀତିଶିକ୍ଷା, ସମାଜ ସଚେତନତା ମୂଳକ ବାଣୀମାନ ଉପସ୍ଥାପନା କରିଥିଲେ l ଭକ୍ତିମୟ ଆଧ୍ୟାତ୍ମିକ ପରିବେଶରେ ସମସ୍ତେ ଭାବ ବିହ୍ୟଳ ହୋଇଯାଇଥିଲେ l ବିଭିନ୍ନ ଅଞ୍ଚଳ ରୁ ଭକ୍ତ ଶ୍ରଦ୍ଧାଳୁମାନେ ଯୋଗ ଦେଇ ଅଂଶ ଗ୍ରହଣ କରିଥିବା ବେଳେ ସମସ୍ତଙ୍କୁ ଚନ୍ଦ୍ରଶେଖର ମନ୍ଦିର କମିଟି ତରଫରୁ ଅନ୍ନ ପ୍ରସାଦ ପରିବେଷଣ କରାଯାଇଥିଲା l

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

23
1072 views

Comment