ଅଷ୍ଟମ ସଂନ୍ଧ୍ଯାରେ ମନ ମୋହିଲା ନାଟକ "ଏକ ଅବିବାହିତଙ୍କ ପ୍ରେମ କାହାଣୀ ଓ ଥୋବରା", ପଞ୍ଚପଟ୍ଟମାଳି ନାଟ୍ଯ ମହୋତ୍ସବ, ଦାମନଯୋଡି,କୋରାପୁଟ, ଓଡ଼ିଶା ।ତା୧୦/୪/୨୬
ଅଷ୍ଟମ ସଂନ୍ଧ୍ଯାରେ ମଞ୍ଚସ୍ଥ ନାଟକ "ଏକ ଅବିବାହିତଙ୍କ ପ୍ରେମ କାହାଣୀ" ଓ ଥୋବରା"
ଦାମନଯୋଡି::-୧୦/୪ ପଞ୍ଚପଟ୍ଟମାଳି ନାଟ୍ଯ ମହୋତ୍ସବର ଅଷ୍ଟମ ସଂନ୍ଧ୍ଯାରେ ଦୁଇଟି ନାଟକ ପରିବେଷଣ କରାଯାଇଥିଲା ।ଜାଗରଣ ଆର୍ଟ ଇଣ୍ଟରନେସନାଲ ଦେବଗଡ ଦ୍ବାରା ପ୍ରଦର୍ଶିତ ନାଟକ "ଏକ ଅବିବାହିତଙ୍କ ପ୍ରେମ କାହାଣୀ" ରଚନା ଅଶୋକକୁମାର ବହିଦାର, ନିର୍ଦ୍ଦେଶନା ସୁଜିତକୁମାର ପାତ୍ର, ଦ୍ବିତୀୟ ନାଟକ ଏସ ଆଣ୍ଡ ପି ଅନୁଗୁଳର "ଥୋବରା" ରଚନା ଓ ନିର୍ଦ୍ଦେଶନା ସୁରେନ୍ଦ୍ର ମଲ୍ଲିକ।କଳାକାରମାନଙ୍କ ନିଖୁଣ ଅଭିନୟ ସମବେତ ଦର୍ଶକ ମାନଙ୍କୁ ବିମୋହିତ କରି ଶେଷ ପର୍ଯ୍ୟନ୍ତ ବାନ୍ଧିରଖିଥିଲା ।ଆଜି ସଂନ୍ଧ୍ଯାର ମୁଖ୍ଯ ଅତିଥି ମୁଖ୍ଯ ମହାପ୍ରବନ୍ଧକ ଦୁର୍ଯୋଧନ ବେହେରା ଓ ନଗେନ ବେହେରା ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଶୁଭାରମ୍ଭ କରିଥିଲେ ।ଅନ୍ଯାନ୍ଯ ମୁଖ୍ଯ ମହାପ୍ରବନ୍ଧକଗଣ ସହ ସଭାପତି ତଥା ମୁଖ୍ଯ ମହାପ୍ରବନ୍ଧକ ବିଛନ୍ଦ ଚରଣ ଦାଶ, ସଂପାଦକ ନିର୍ମଳ କୁମାର ରାଉତ, ନାଟ୍ଯ ମହୋତ୍ସବର କର୍ମକର୍ତ୍ତା ନାଗେଶ୍ଵର ପାତ୍ର,ରଂଜନ କୁମାର କାନୁନଗୋ ,ସୁନିଲ କୁମାର ଦାଶ, ଅଲେଖ ମହାକୁଡ, ଏନ ରବି କୁମାର, ଉତ୍ତମ ପଟ୍ଟନାୟକ, ମୁରଲୀଧର ଦାସ,ଚିତ୍ତରଞ୍ଜନ ଦାଶ, ବିଶ୍ବଜିତ ମିଶ୍ର,ଶ୍ରୀକାନ୍ତ ସାହୁ,ଶିଶିର କୁମାର ପରିଡା,ମାନସରାଜ ପଣ୍ଡା ,ମନୋଜ ପୃଷ୍ଟି,ଅରୁଣ ମିଶ୍ର, ସ୍ବପ୍ନରାଜ ମିଶ୍ର, ଗୌତମ ବିଷୋୟୀ ଓ ସୁଶାନ୍ତ କୁମାର ଦାଶ ସାହାଯ୍ଯ ଓ ସହଯୋଗ କରିଥିଲେ ।ଶ୍ରୀଧର ପରିଡା ଓ ନିର୍ମଳ ରାଉତ ମଞ୍ଚ ସଂଯୋଜନା କରିଥିଲେ ।ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଏହି ନାଟକ ପ୍ରତିଯୋଗିତା ଚାଲୁ ରହିବ ।ବହୁସଂଖ୍ୟରେ ଦର୍ଶକ ଉପସ୍ଥିତ ରହି ମନଭରି ନାଟକ ଉପଭୋଗ କରିବା ସହ ଖାଦ୍ୟ ଓ ବାଣିଜ୍ଯ ମେଳାର ଫାଇଦା ଉଠାଇବାକୁ କମିଟି ତରଫରୁ ଆହ୍ବାନ କରାଯାଇଛି ।ଖାଦ୍ୟ ଓ ବାଣିଜ୍ଯ ମେଳାରେ ଜନସମାଗମ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି ।ଧିରେ ଧିରେ ମଞ୍ଚ ନାଟକ ପ୍ରତି ଦର୍ଶକମାନଙ୍କର ଆଗ୍ରହ ଓ ଉତ୍ସାହ ବଢିବାର ପରିଲକ୍ଷିତ ହେଉଛି ।ଆସନ୍ତାକାଲି ୧୧/୪ରିଖ ଦିନ ଉନ୍ମେଷ କାର୍ଯ୍ୟକ୍ରମରେ ଦିନରେ ନାଟକ ଶିବିର ଆଲୋଚନା,ସଂନ୍ଧ୍ଯାରେ ସ୍ଥାନୀୟ ପାଞ୍ଚଟି ସ୍କୁଲର ଛାତ୍ରଛାତ୍ରୀମାନେ ନାଟକ ପରିବେଷଣ କରିବେ ।