ସପ୍ତମ ସଂନ୍ଧ୍ଯାରେ ମଞ୍ଚସ୍ଥ ହେଲା ନାଟକ "ପାହାଚିହ୍ନାଁ ଓ ଆହାତ ଆଲୋକ ",ପଞ୍ଚପଟ୍ଟମାଳି ନାଟ୍ଯ ମହୋତ୍ସବ,ଦାମନଯୋଡି,କୋରାପୁଟ, ଓଡ଼ିଶା ।ତା ୯/୪/୨୬
ସପ୍ତମ ସଂନ୍ଧ୍ଯାରେ ମଞ୍ଚସ୍ଥ ନାଟକ "ପାହାଚିହ୍ନାଁ" ଓ ଆହାତ ଆଲୋକ"
ଦାମନଯୋଡି:-୯/୪ ପଞ୍ଚପଟ୍ଟମାଳି ନାଟ୍ଯ ମହୋତ୍ସବର ସପ୍ତମ ସଂନ୍ଧ୍ଯାରେ ଦୁଇଟି ନାଟକ ପରିବେଷଣ କରାଯାଇଥିଲା ।ମିରର ଥିଏଟର ବେଲପାହାଡ ଦ୍ବାରା ପ୍ରଦର୍ଶିତ ନାଟକ "ପାହାଚାହାଁ" ରଚନା ଓ ନିର୍ଦ୍ଦେଶନା ସୁବାସ ଚନ୍ଦ୍ର ପ୍ରଧାନ , ଦ୍ବିତୀୟ ନାଟକ ଅନ୍ବେଷା ଥିଏଟର ଗ୍ରୁପର "ଆହାତ ଆଲୋକ" ରଚନା ସରୋଜ ମିଶ୍ର ଓ ନିର୍ଦ୍ଦେଶନା ଅଭିମନ୍ଯୁ ମିଶ୍ର।କଳାକାରମାନଙ୍କ ନିଖୁଣ ଅଭିନୟ ସମବେତ ଦର୍ଶକ ମାନଙ୍କୁ ବିମୋହିତ କରି ଶେଷ ପର୍ଯ୍ୟନ୍ତ ବାନ୍ଧିରଖିଥିଲା ।ଆଜି ସଂନ୍ଧ୍ଯାର ମୁଖ୍ଯ ଅତିଥି ମୁଖ୍ଯ ମହାପ୍ରବନ୍ଧକ ବିଛନ୍ଦ ଚରଣ ଦାଶ ଓ ମନୋରଞ୍ଜନ ପଣ୍ଡା ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଶୁଭାରମ୍ଭ କରିଥିଲେ ।ଅନ୍ଯାନ୍ଯ ମୁଖ୍ଯ ମହାପ୍ରବନ୍ଧକଗଣ ସହ , ସଂପାଦକ ନିର୍ମଳ କୁମାର ରାଉତ, ନାଟ୍ଯ ମହୋତ୍ସବର କର୍ମକର୍ତ୍ତା ନାଗେଶ୍ଵର ପାତ୍ର,ରଂଜନ କୁମାର କାନୁନଗୋ ,ସୁନିଲ କୁମାର ଦାଶ, ଅଲେଖ ମହାକୁଡ, ଏନ ରବି କୁମାର, ଉତ୍ତମ ପଟ୍ଟନାୟକ, ମୁରଲୀଧର ଦାସ,ଚିତ୍ତରଞ୍ଜନ ଦାଶ, ବିଶ୍ବଜିତ ମିଶ୍ର,ଶ୍ରୀକାନ୍ତ ସାହୁ,ଶିଶିର କୁମାର ପରିଡା,ମାନସରାଜ ପଣ୍ଡା,ଅରୁଣ ମିଶ୍ର, ସ୍ବପ୍ନରାଜ ମିଶ୍ର, ଗୌତମ ବିଷୋୟୀ ଓ ସୁଶାନ୍ତ କୁମାର ଦାଶ ସାହାଯ୍ଯ ଓ ସହଯୋଗ କରିଥିଲେ ।ଏନ୍ ରବି କୁମାର ଓ ନିର୍ମଳ ରାଉତ ମଞ୍ଚ ସଂଯୋଜନା କରିଥିଲେ ।ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଏହି ନାଟକ ପ୍ରତିଯୋଗିତା ଚାଲୁ ରହିବ ।ବହୁସଂଖ୍ୟରେ ଦର୍ଶକ ଉପସ୍ଥିତ ରହି ମନଭରି ନାଟକ ଉପଭୋଗ କରିବା ସହ ଖାଦ୍ୟ ଓ ବାଣିଜ୍ଯ ମେଳାର ଫାଇଦା ଉଠାଇବାକୁ କମିଟି ତରଫରୁ ଆହ୍ବାନ କରାଯାଇଛି ।ଖାଦ୍ୟ ଓ ବାଣିଜ୍ଯ ମେଳାରେ ଜନସମାଗମ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି ।ଧିରେ ଧିରେ ମଞ୍ଚ ନାଟକ ପ୍ରତି ଦର୍ଶକମାନଙ୍କର ଆଗ୍ରହ ଓ ଉତ୍ସାହ ବଢିବାର ପରିଲକ୍ଷିତ ହେଉଛି ।