logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କାଳବୈଶାଖୀ ପ୍ରପିଡ଼ିତଙ୍କୁ ଭେଟିଲେ ସାଂସଦ ଙ୍କ ଜିଲ୍ଲା ପ୍ରତିନିଧି।

କାଳବୈଶାଖୀ ପ୍ରପିଡ଼ିତଙ୍କୁ ଭେଟିଲେ ସାଂସଦ ଙ୍କ ଜିଲ୍ଲା ପ୍ରତିନିଧି।

ପାଟଣା-୦୯/୦୪, କେନ୍ଦୁଝର ସାଂସଦ ଅନନ୍ତ ନାୟକ ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ରେ ସାମିଲ ଥିବାରୁ ମଙ୍ଗଳବାର ଦିନ ପାଟଣା ଅଞ୍ଚଳରେ କାଳବୈଶାଖୀ ଯୋଗୁ କ୍ଷୟକ୍ଷତି ପ୍ରପିଡ଼ିତଙ୍କୁ ଭେଟି ସମସ୍ୟା ସଂଗ୍ରହ ପାଇଁ ତାଙ୍କ ପ୍ରତିନିଧି ହରିହର ମହାନ୍ତ ଙ୍କୁ ପଠାଇ ଥିଲେ। ଆଜି ଶ୍ରୀ ମହାନ୍ତ ଙ୍କ ସହ ପାଟଣା ବ୍ଲକ ପ୍ରତିନିଧି ପ୍ରହ୍ଲାଦ ପଲେଇ ଓ ମଣ୍ଡଳ ପ୍ରତିନିଧି ତ୍ରିନାଥ ମହାନ୍ତ ଙ୍କୁ ନେଇ ବଡ଼ପାଟଣା, ସାରାସ କୋଲା ଓ ମୁଷାଖୋରୀ ପଞ୍ଚାୟତ କୁ ଯାଇ ଲୋକମାନଙ୍କୁ ଭେଟି ସେମାନଙ୍କ ସୁବିଧା ଅସୁବିଧା, ସରକାରୀ ସହାୟତା ଆଦି ବିଷୟରେ ବୁଝିଥିଲେ। ଯେଉଁ ଅଞ୍ଚଳରେ ସାହାଯ୍ୟ ପହଞ୍ଚି ନାହିଁ ସେଠାରେ ତୁରନ୍ତ ସାହାଯ୍ୟ କିପରି ପହଞ୍ଚି ପାରିବ ଉପରିସ୍ଥ ଅଧିକାରୀ ଙ୍କ ସହ ସିଧା କଥା ହୋଇଥିଲେ। ଏହାପରେ ପାଟଣା ବିଡିଓ ମାନସ କୁମାର ଦଣ୍ଡପାଟ ଓ ତହସିଲଦାର ଅଶ୍ୱିନୀ କୁମାର ନାଏକଙ୍କ ସହ ତାଙ୍କ କାର୍ଯ୍ୟାଳୟ କୁ ଯାଇ ଆଲୋଚନା କରିଥିବା ଜଣାପଡ଼ିଛି।

ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

6
242 views

Comment