logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କେନ୍ଦୁଝର ଜିଲ୍ଲା ପ୍ରଶାସନର ଦାୟିତ୍ବହୀନ ପାଇଁ ଗ୍ୟାସ୍ ଉପଭୋକ୍ତା ହେଉଛନ୍ତି ହନ୍ତସନ୍ତ।

କେନ୍ଦୁଝର ଜିଲ୍ଲା ପ୍ରଶାସନର ଦାୟିତ୍ବହୀନ ପାଇଁ ଗ୍ୟାସ୍ ଉପଭୋକ୍ତା ହେଉଛନ୍ତି ହନ୍ତସନ୍ତ।

କେନ୍ଦୁଝର:୦୯/୦୪, (ଖଣ୍ଡାଧାର ନିଉଜ ବ୍ୟୁରୋ) ଆମକୁ ହସ୍ତଗତ ହୋଇଥିବା ସୂଚନା ଅନୁସାରେ ଅଦ୍ଯାବଧି ଅଧିକାଶଂ ଗ୍ୟାସ୍ ଉପଭୋକ୍ତା ମାନେ ନାହିଁ ନଥିବା ହିନସ୍ତା ଏବଂ ହନ୍ତସନ୍ତ ହେଉଥିବା ଖବର ମିଳୁଅଛି। ଘରୟୀ ଗ୍ୟାସ୍ ଉପଭୋକ୍ତା ମାନେ ଗ୍ୟାସ୍ ବୁକିଂ କରିବା ସତ୍ତ୍ବେ ସଠିକ୍ ସମୟ ମଧ୍ଯରେ ଉପଭୋକ୍ତା ମାନଙ୍କୁ ଗ୍ୟାସ୍ ସିଲିଣ୍ଡର ଡେଲିଭରି କରାଯାଉନାହିଁ। କିନ୍ତୁ ଗ୍ୟାସ୍ ଉପଭୋକ୍ତା ମାନଙ୍କୁ ଗ୍ୟାସ୍ ସିଲିଣ୍ଡର ଡେଲିଭରି କରାଯାଇଛି ବୋଲି ମେସେଜ୍ କରାଯାଇଛି। ଏହା ଜିଲ୍ଲା ଯୋଗାଣ ବିଭାଗର ଅପାରଗତା ଓ ଦାୟିତ୍ୱ ହୀନର ପରିଚୟକୁ ସ୍ପଷ୍ଟ ପ୍ରମାଣିତ କରୁଥିବା ଜଣାପଡୁଛି। ଯଦି ଗ୍ୟାସ୍ ବୁକିଂ କରୁଥିବା ଘରୟୀ ଗ୍ୟାସ୍ ଉପଭୋକ୍ତା ମାନଙ୍କୁ ଗ୍ୟାସ୍ ସିଲିଣ୍ଡର ଡେଲିଭରି କରାଯାଇଛି। ତେବେ ଉପଭୋକ୍ତା ମାନେ ପାଖ ପୋଡଶୀ ତଥା ଚିହ୍ନା ପରିଚିତ ବ୍ଯକ୍ତିଙ୍କ ନିକଟରୁ ଗ୍ୟାସ୍ ସିଲିଣ୍ଡର ଉଧାର ନେଇ ଚଳୁଛନ୍ତି କାହିଁକି? ଯାହା ଜଣାପଡୁଛି ଜିଲ୍ଲା ଯୋଗାଣ ବିଭାଗର ସଲାସୁତୁରା ରେ ଗ୍ୟାସ୍ ଏଜେନ୍ସି ସହିତ ମୁନାଫା କମାଇବା ପାଇଁ ଭିତିରିଆ ଷଡଯନ୍ତ୍ର କରାଯାଇଛି। ଘରୟୀ ଗ୍ୟାସ୍ ଉପଭୋକ୍ତା ମାନେ ଗ୍ୟାସ୍ ବୁକିଂ କରୁଛନ୍ତି, କିନ୍ତୁ ଉପଭୋକ୍ତା ମାନଙ୍କୁ ଗ୍ୟାସ୍ ସିଲିଣ୍ଡର ଡେଲିଭରି କରାଯାଉନାହିଁ। ତାହା ମିଥ୍ଯା ରେ ଡେଲିଭରି କରାଯାଇଛି ବୋଲି ମେସେଜ୍ କରାଯାଇଛି। କିନ୍ତୁ ପ୍ରକୃତ କଥା ହେଉଛି, ଗ୍ୟାସ୍ ଏଜେନ୍ସି ପ୍ରଶାସନର ଗୋଚରେ ଚୋରାରେ କାରବାର କରାଯାଉଛି। ଯାହା ଫଳରେ ପ୍ରକୃତ ହିତାଧିକାରୀ ଉପଭୋକ୍ତା ମାନଙ୍କୁ ଗ୍ୟାସ୍ ମିଳିବାରେ ନାହିଁ ନଥିବା ହିନସ୍ତା ହେବାକୁ ପଡୁଅଛି।

ଉଦାହରଣ ସ୍ବରୂପ ଜଣେ ଗ୍ୟାସ୍ ଉପଭୋକ୍ତା ବିଶ୍ବନାଥ ଭଟ୍ଟାଚାର୍ଯ୍ୟଙ୍କ ସମସ୍ୟା ସମ୍ପର୍କରେ ଏଠାରେ ତଥ୍ଯ ପ୍ରଦାନ କରାଯାଇଛି। ଯିଏକି ଜଣେ ହିନ୍ଦୁସ୍ଥାନ ପେଟ୍ରୋଲିୟମ ଗ୍ୟାସର ଏକ ଘରୟୀ ଗ୍ୟାସ୍ ଉପଭୋକ୍ତା ଅଟନ୍ତି। ଉପଭୋକ୍ତା ଙ୍କର ନମ୍ବର: 625748। ଉପଭୋକ୍ତା ତା:୩୦/୦୩/୨୦୨୬ରିଖରେ ବ୍ରହ୍ମେଶ୍ୱର HP ଗ୍ୟାସ ଏଜେନ୍ସିରୁ ଏକ ରିଫିଲ୍ ଗ୍ୟାସ ସିଲିଣ୍ଡର ବୁକ୍ କରିଥିଲି। କିନ୍ତୁ ଉକ୍ତ ବୁକିଂକୁ ମା ତାରିଣୀ ଗ୍ୟାସ୍ ସର୍ଭିସ୍, ଯୋଡ଼ା, କେନ୍ଦୁଝରକୁ ସ୍ଥାନାନ୍ତର କରାଯାଇଛି। ଯେହେତୁ ବ୍ରହ୍ମେଶ୍ୱର ଗ୍ୟାସ୍ ଏଜେନ୍ସି କୁ ସସପେଣ୍ଡ କରାଯାଇଛି, ତାଙ୍କ ପ୍ରତିବଦଳରେ ମା'ତାରିଣୀ ଗ୍ୟାସ୍ ସର୍ଭିସ ଏଜେନ୍ସି କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ମା'ତାରିଣୀ ଗ୍ୟାସ୍ ସର୍ଭିସ ଏଜେନ୍ସି ତରଫରୁ ଆଜି (ତା:୦୯/୦୪/୨୦୨୬) ଗ୍ୟାସ୍ ସପ୍ଲାଏ ଅର୍ଥାତ୍ ଡେଲିଭରି କରାଯାଇଛି ବୋଲି ମେସେଜ୍ ପଠାଇଛି ଯେ ମୋର ବୁକ୍ କରାଯାଇଥିବା ରିଫିଲ୍ ଗ୍ୟାସ୍ ସିଲିଣ୍ଡର ଡେଲିଭରୀ ହୋଇଯାଇଛି। କିନ୍ତୁ ବାସ୍ତବରେ ଏପର୍ଯ୍ୟନ୍ତ ମୋର ବୁକ୍ କରାଯାଇଥିବା ଗ୍ୟାସ୍ ସିଲିଣ୍ଡର ମୋତେ ମିଳିନାହିଁ। ଗ୍ୟାସ୍ ସିଲିଣ୍ଡର ନମିଳିବାରୁ ମୋ ପରିବାର ଅଧିକ ଅସୁବିଧାରେ ପଡ଼ିଛି ଏବଂ ପ୍ରତିଦିନର ରୋଷେଇ କରିବା ପାଇଁ ପାଖ ପୋଡଶୀ ତଥା ଚିହ୍ନା ପରିଚିତ ପଡ଼ୋଶୀଙ୍କ ଠାରୁ ଗ୍ୟାସ୍ ସିଲିଣ୍ଡର ଉଧାରରେ ଆଣି ଚଳିବାକୁ ପଡୁଛି। ମୋ ପରିବାରରେ ୭୨ ବର୍ଷୀୟ ବରିଷ୍ଠ ନାଗରିକ ଅସୁବିଧାରେ ରହିଛନ୍ତି। ଯେହେତୁ ତାଙ୍କର ବୟସାଧିକ୍ୟ କାରଣରୁ ବିଭିନ୍ନ ପ୍ରକାରର ଶାରୀରିକ ଓ ମାନସିକ ସମସ୍ୟା ରହିଛି। ଏପରି ଅଭାବନୀୟ ସମୟ ଓ ପରିସ୍ଥିତିରେ ଘରୟୀ ଗ୍ୟାସ୍ ଉପଭୋକ୍ତା ମାନଙ୍କୁ ଗ୍ୟାସ୍ ଏଜେନ୍ସି ତରଫରୁ ସଠିକ୍ ସମୟ ମଧ୍ଯରେ ଗ୍ୟାସ୍ ଯୋଗାଣରେ ଅବହେଳା ପାଇଁ ଜିଲ୍ଲା ଯୋଗାଣ ବିଭାଗର ଦାୟିତ୍ୱ ହୀନର ପରିଚୟକୁ ସ୍ପଷ୍ଟ ପ୍ରମାଣିତ କରିଦେଉଛି ବୋଲି ଗ୍ୟାସ୍ ଉପଭୋକ୍ତା ଶ୍ରୀ ଭଟ୍ଟାଚାର୍ଯ୍ୟ କ୍ଷୋଭ ପ୍ରକାଶ କରିଛନ୍ତି।

18
877 views

Comment