logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବରଗଡ଼ ଜିଲ୍ଲା ବରପାଲି ଥାନା ବରମକେଳା - ଗ୍ରୀଣ୍ଡୋଳା ଜଙ୍ଗଲ ରେ ଚାଲିଥିଲା ଘୁଡଘୁଡୁ ପଟି ଜୁଆ ଖେଳ କାରବାର।

ବରମକେଳା - ଗ୍ରୀଣ୍ଡୋଳା ଜଙ୍ଗଲ ରେ ଚାଲିଥିଲା ଘୁଡଘୁଡୁ ପଟି ଜୁଆ ଖେଳ କାରବାର। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବରପାଲି ପୋଲିସ ଚଢ଼ାଉ କରି 16 ଜଣ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂଚନା ଦେଇଛି।
ସହରଠାରୁ ଦୂରରେ ଜଙ୍ଗଲ ଭିତରେ ଗୁପ୍ତରେ ଚାଲିଥିଲା ଲକ୍ଷ ଲକ୍ଷ ଟଙ୍କାର ଜୁଆ ଖେଳ। କିନ୍ତୁ ପୋଲିସର ଚତୁରତା ଆଗରେ ହାର ମାନିଲେ ଜୁଆଡ଼ି। କ’ଣ ଜଙ୍ଗଲ ଏବେ ଅପରାଧୀଙ୍କ ପାଇଁ ସୁରକ୍ଷିତ ଆଶ୍ରୟସ୍ଥଳୀ ପାଲଟିଛି କି? କିପରି ଏତେ ସଂଖ୍ୟାରେ ଲୋକ ଏକାଠି ହୋଇ ଜୁଆ ଖେଳୁଥିଲେ, ସେ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
ବରଗଡ଼ ଜିଲ୍ଲା ବରପାଲି ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଗତକାଲି ସନ୍ଧ୍ୟାରେ କୌଣସି ସୂତ୍ରରୁ ଖବର ପାଇ ପୋଲିସ ଟିମ୍ ବରମକେଲା-ଗିରିନ୍ଦୋଲା ଜଙ୍ଗଲ ଭିତରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ହଠାତ୍ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ପୋଲିସ ଘଟଣାସ୍ଥଳରୁ ୧୬ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ବରଗଡ଼ ସମେତ ସୁନ୍ଦରଗଡ଼ ଏବଂ ପଡ଼ୋଶୀ ଛତିଶଗଡ଼ର ଜସପୁର ଅଞ୍ଚଳର ବୋଲି ଜଣାପଡ଼ିଛି।
ପୋଲିସ ଘଟଣାସ୍ଥଳରୁ ନଗଦ ୧,୦୯,୩୮୦ ଟଙ୍କା ସମେତ ୧୫ଟି ମୋଟରସାଇକେଲ, ୨ଟି କାର୍, ୧୨ଟି ମୋବାଇଲ୍ ଫୋନ୍ ଏବଂ ଜୁଆ ଖେଳରେ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ବହୁ ପ୍ରଭାବଶାଳୀ ବ୍ୟକ୍ତି ଥିବା ସୂଚନା ମିଳିଛି। ବରପାଲି ପୋଲିସ ମାମଲା ରୁଜୁ କରି (କେସ୍ ନଂ ୧୪୯/୨୦୨୬) ଅଧିକ ତଦନ୍ତ ଜାରି ରଖିଛି। ଜଙ୍ଗଲ ମଧ୍ୟରେ ଏଭଳି ବଡ଼ ଧରଣର ଜୁଆ ଖେଳ ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

19
537 views

Comment