logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

୧୭୭ ବାଟାଲିୟନ ବିଏସଏଫ ଙ୍କ ପକ୍ଷରୁ ମାଗଣା ଚକ୍ଷ୍ୟୁ ଓ ରକ୍ତ ଦାନ ଶିବିର ଅନୁଷ୍ଠିତ

ଚିତ୍ରକୋଣ୍ଡା -: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଠାରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ବିଏସଏଫ ୧୭୭ ବାହିନୀ ତରଫରୁ ଏକ ରକ୍ତଦାନ ଶିବିର ଓ ଚକ୍ଷୁ ପରୀକ୍ଷା କେନ୍ଦ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ରେ କମାଣ୍ଡାଣ୍ଟ ଶ୍ରୀଯୁକ୍ତ ଏମ ନୌସାଦ ରକ୍ତ ଦାନ ଶିବିର ଏବଂ ଚକ୍ଷୁ ପରୀକ୍ଷା କେନ୍ଦ୍ର ଉଦଘାଟନ କରିବା ସହ ମାଲକାନଗିରି କମାଣ୍ଡାଣ୍ଟ ଶ୍ରୀଯୁକ୍ତ ସୁଶୀଲ କୁମାର ସହିତ ରକ୍ତ ଦାନ କରିଥିଲେ । ରକ୍ତଦାନ ଶିବିର ଓ ଚକ୍ଷୁ ପରୀକ୍ଷା କେନ୍ଦ୍ର ଟି ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଡଃ ସୌରଭ କୁମାର ଙ୍କ ତଦାରଖରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡଃ ତୃଷ୍ଣା ନିଷଙ୍କ, ରକ୍ତ ଭଣ୍ଡାର ର ଡଃ ସାଗର କୁମାର ଵାଲା ଙ୍କ ସହଯୋଗରେ କରାଯାଇଥିଲା । ସମୁଦାୟ ୩୮ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଚକ୍ଷୁ ପରୀକ୍ଷା ୩୨ ଜଣ ବିଏସଏଫ ଯବାନ ଙ୍କ ସମେତ ୪୭ ଜଣ ଅଞ୍ଚଳର ଜନସାଧାରଣ ସମୁଦାୟ ୭୯ ଜଣ ଚକ୍ଷୁ ପରୀକ୍ଷା କରାଇଥିଲେ ଏବଂ ମାଗଣାରେ ଚଷମା ଦିଆଯାଇଥିଲା ଏବଂ ଅନ୍ୟାନ୍ୟ ଔଷଧ ପରାମର୍ଶ ଦିଆଯାଇଥିଲା । ବିଏସଏଫ ଙ୍କ ଏହି ଭଳି ଜନସମ୍ପର୍କ କାର୍ଯ୍ୟକ୍ରମ କୁ ସାଧାରଣ ଲୋକେ ପ୍ରଶଂସା କରିଛନ୍ତି ।

3
145 views

Comment