logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମାଲକାନଗିରିରେ ଓଡ଼ିଆ ପକ୍ଷ - ୨୦୨୬ ଅବସରରେ ରକ୍ତଦାନ ଶିବିର

*ମାଲକାନଗିରିରେ ଓଡ଼ିଆ ପକ୍ଷ - ୨୦୨୬ ଅବସରରେ ରକ୍ତଦାନ ଶିବିର : ବିଧାୟକ ଓ ଜିଲ୍ଲାପାଳଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ସାମିଲ*

*ମାଲକାନଗିରି, ୦୮ ଏପ୍ରିଲ:*

ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ସାରା ରାଜ୍ୟରେ ଓଡ଼ିଆ ପକ୍ଷ - ୨୦୨୬ ମହାସମାରୋହରେ ପାଳିତ ହେଉଥିବା ବେଳେ, ଏହି ଅବସରରେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥିତ ଏଫ୍.ଏଲ୍.ସି ହଲ୍ ଠାରେ ଆୟୋଜିତ ଏହି ଶିବିରକୁ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ଏବଂ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ।ଏହି ଅବସରରେ ମାନ୍ୟବର ବିଧାୟକ ନିଜ ଅଭିଭାଷଣରେ କହିଥିଲେ ଯେ, ଓଡ଼ିଆ ପକ୍ଷ କେବଳ ଭାଷା ଓ ସଂସ୍କୃତିର ଉତ୍ସବ ନୁହେଁ, ଏହା ମାନବିକତାର ସେବା କରିବାର ମଧ୍ୟ ଏକ ସୁଯୋଗ।ରକ୍ତଦାନ କରି ଆମେ ଅନ୍ୟର ଜୀବନ ବଞ୍ଚାଇ ପାରିବା, ଯାହାକି ସବୁଠାରୁ ବଡ଼ ପୁଣ୍ୟ କାର୍ଯ୍ୟ।
ସେହିପରି ଜିଲ୍ଲାପାଳ କହିଥିଲେ, ପ୍ରଶାସନ ସବୁବେଳେ ଲୋକଙ୍କ ସେବା ପାଇଁ ସଂକଳ୍ପବଦ୍ଧ। ଓଡ଼ିଆ ପକ୍ଷ ପାଳନ ସମୟରେ ଏହି ରକ୍ତଦାନ ଶିବିର ମାଧ୍ୟମରେ ଆମେ ଜରୁରୀକାଳୀନ ସମୟରେ ରକ୍ତର ଅଭାବ ଦୂର କରିବାକୁ ଲକ୍ଷ୍ୟ ରଖିଛୁ। ଯୁବପିଢ଼ି ଏଥିରେ ଅଧିକ ସଂଖ୍ୟାରେ ସାମିଲ ହେବା ଉଚିତ୍।ଏହି ଶିବିରରେ ମାଲକାନଗିରି ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ୍ ଏଚ୍., ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥି ସରାବୁ ଏବଂ ଉପ-ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଦୀପ୍ତି ରଞ୍ଜନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ବରିଷ୍ଠ ରାଜସ୍ୱ ସହାୟକ କୁନା ନାୟକ ସହଯୋଗ କରିଥିଲେ। ଏହି ଶିବିରରେ ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗର କର୍ମଚାରୀ ଓ ସ୍ୱେଚ୍ଛାସେବୀମାନେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ।

908 views

Comment