ପଞ୍ଚମ ସଂନ୍ଧ୍ଯାରେ ନାଟକ "ହେଲୋ ନିଲେଶ୍" ଓ "ଅବାନ୍ତର " ଦର୍ଶକଙ୍କ ମନ ମୋହିଲା ,ପଞ୍ଚପଟ୍ଟମାଳି ନାଟ୍ଯ ମହୋତ୍ସବ,ଦାମନଯୋଡି,କୋରାପୁଟ।
ପଞ୍ଚମ ସଂନ୍ଧ୍ଯାରେ ମନମୋହିଲା ନାଟକ "ହେଲୋ ନିଲେଶ୍" ଓ ଅବାନ୍ତର"
ଦାମନଯୋଡି:-୭/୪ ପଞ୍ଚପଟ୍ଟମାଳି ନାଟ୍ଯ ମହୋତ୍ସବର ପଞ୍ଚମ ସଂନ୍ଧ୍ଯାରେ ଦୁଇଟି ନାଟକ ପରିବେଷଣ କରାଯାଇଥିଲା ।ପ୍ରତିବିମ୍ବ, ରାଉରକେଲା ଦ୍ବାରା ପ୍ରଦର୍ଶିତ ନାଟକ "ହେଲୋ ନିଲେଶ୍" ରଚନା ପ୍ରଭାକର ପାତ୍ର, ନିର୍ଦ୍ଦେଶନା ପ୍ରଫୁଲ୍ଲ ଚନ୍ଦ୍ର ସେଠୀ, ଦ୍ବିତୀୟ ନାଟକ ଉତ୍କଳ ସାଂସ୍କୃତିକ ପରିଷଦ ସୁନାବେଡ଼ାର "ଅବାନ୍ତର" ରଚନା ଓ ନିର୍ଦ୍ଦେଶନା ପ୍ରଦୀପ ମହାନ୍ତି।କଳାକାରମାନଙ୍କ ନିଖୁଣ ଅଭିନୟ ସମବେତ ଦର୍ଶକ ମାନଙ୍କୁ ବିମୋହିତ କରି ଶେଷ ପର୍ଯ୍ୟନ୍ତ ବାନ୍ଧିରଖିଥିଲା ।ଆଜି ସଂନ୍ଧ୍ଯାର ମୁଖ୍ଯ ଅତିଥି ମୁଖ୍ଯ ମହାପ୍ରବନ୍ଧକ ଆଲୁମିନା ରିଫାଇନାରୀ ଦିଲ୍ଲୀପ ବାଗ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଶୁଭାରମ୍ଭ କରିଥିଲେ ।ଅନ୍ଯାନ୍ଯ ମୁଖ୍ଯ ମହାପ୍ରବନ୍ଧକଗଣ ସହ ସଭାପତି ତଥା ମୁଖ୍ଯ ମହାପ୍ରବନ୍ଧକ ବିଛନ୍ଦ ଚରଣ ଦାଶ, ସଂପାଦକ ନିର୍ମଳ କୁମାର ରାଉତ, ନାଟ୍ଯ ମହୋତ୍ସବର କର୍ମକର୍ତ୍ତା ନାଗେଶ୍ଵର ପାତ୍ର,ରଂଜନ କୁମାର କାନୁନଗୋ, ଅଲେଖ ମହାକୁଡ, ଏନ ରବି କୁମାର, ଉତ୍ତମ ପଟ୍ଟନାୟକ, ମୁରଲୀଧର ଦାସ, ବିଶ୍ବଜିତ ମିଶ୍ର,ଶ୍ରୀକାନ୍ତ ସାହୁ,ଶିଶିର କୁମାର ପରିଡା,ମାନସରାଜ ପଣ୍ଡା,ଅରୁଣ ମିଶ୍ର, ସ୍ବପ୍ନରାଜ ମିଶ୍ର, ଗୌତମ ବିଷୋୟୀ ଓ ସୁଶାନ୍ତ କୁମାର ଦାଶ ସାହାଯ୍ଯ ଓ ସହଯୋଗ କରିଥିଲେ ।ମନୋଜ ପୃଷ୍ଟି ଓ ନିର୍ମଳ ରାଉତ ମଞ୍ଚ ସଂଯୋଜନା କରିଥିଲେ ।ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଏହି ନାଟକ ପ୍ରତିଯୋଗିତା ଚାଲୁ ରହିବ ।ବହୁସଂଖ୍ୟରେ ଦର୍ଶକ ଉପସ୍ଥିତ ରହି ମନଭରି ନାଟକ ଉପଭୋଗ କରିବା ସହ ଖାଦ୍ୟ ଓ ବାଣିଜ୍ଯ ମେଳାର ଫାଇଦା ଉଠାଇବାକୁ କମିଟି ତରଫରୁ ଆହ୍ବାନ କରାଯାଇଛି ।ଖାଦ୍ୟ ଓ ବାଣିଜ୍ଯ ମେଳାରେ ଜନସମାଗମ ଅଧିକ ଥିବାସ୍ଥଳେ ନାଟକ ଦେଖିବା ଦର୍ଶକଙ୍କ ସଂଖ୍ୟା ତା ତୁଳନାରେ କମ୍ ରହୁଥିବାର ପରିଲକ୍ଷିତ ହେଉଛି ।