ସ୍ସ୍କଲ୍ ଫାଟକରେ ତାଲା ଝୁଲାଇ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ। ଏମଭି-୯ ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସ୍କୁଲ ପୂର୍ବତନ ପ୍ରଧାନ ଶିକ୍ଷକଙ୍କ ମାନମୁଖୀ ଶାସନ l
ମାଲକାନଗିରି:୦୮/୦୪:(ସନ୍ତୋଷ କୁମାର ପଣ୍ଡା):ସ୍କୁଲରେ ତାଲା, ଖରାରେ ଛାତ ଛାତ୍ରୀ ସ୍କୁଲ୍ ଫାଟକରେ ଝୁଲୁଛି ତାଲା। ପ୍ରଚଣ୍ଡ ଖରାରେ ଗେଟ୍ ସାମ୍ନାରେ ଧାରଣାରେ ବସିଛନ୍ତି କୋମଳମତି ଛାତ୍ରଛାତ୍ରୀ। ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି ଏମଭି-୯ ଗ୍ରାମର ସରକାରୀ ବିଦ୍ୟାଳୟରେ। ଜଣେ ପୂର୍ବତନ ପ୍ରଧାନ ଶିକ୍ଷକଙ୍କ ଦାୟିତ୍ୱହୀନତା ପାଇଁ ଆଜି ଛାତ୍ରଛାତ୍ରୀମାନେ ନିଜର ଶିକ୍ଷାଗତ ଅଧିକାରରୁ ବଞ୍ଚିତ ହେଉଛନ୍ତି।
ଦୀର୍ଘ ଦିନ ହେବ ସ୍କୁଲରେ ଏଭଳି ପରିସ୍ଥିତି ଲାଗି ରହିଛି। ଅଭିଯୋଗ ଅନୁଯାୟୀ, ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ସାମନ୍ତରାୟ ୨୦୧୨ ମସିହା ଠାରୁ ବିଦ୍ୟାଳୟର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ଓ ଉପସ୍ଥାନ ଖାତା ନିଜ ସାଙ୍ଗରେ ନେଇଯାଇଛନ୍ତି। ଯେଉଁଥିପାଇଁ ବର୍ତ୍ତମାନ ପିଲାମାନେ ଅନ୍ୟ ସ୍କୁଲରେ ନାମ ଲେଖାଇବା ପାଇଁ ଆବଶ୍ୟକ ଟିସି ପାଇପାରୁନାହାନ୍ତି। ଫଳରେ ସେମାନଙ୍କ ଉଚ୍ଚଶିକ୍ଷା ଓ ଭବିଷ୍ୟତ ଏବେ ଅନିଶ୍ଚିତତା ଘେରରେ lଏନେଇ ବର୍ତ୍ତମାନର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରିନାହିଁ। ଦସ୍ତାବିଜ୍ ନଫେରିବା ପର୍ଯ୍ୟନ୍ତ ଏବଂ ଦୋଷୀ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବା ଯାଏଁ ଧାରଣାରୁ ହଟିବେ ନାହିଁ ବୋଲି ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକ ଚେତାବନୀ ଦେଇଛନ୍ତି।