logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମାଲକାନଗିରିରେ ରକ୍ତଦାନ ଶିବିର ଅନୁଷ୍ଠିତ ରକ୍ତଦାତାଙ୍କୁ ସମ୍ମାନିତ କଲେ ବିଧାୟକ l

ମାଲକାନଗିରି:୦୮/୦୪:(ସନ୍ତୋଷ କୁମାର ପଣ୍ଡା):ମାଲକାନଗିରିରେ ରକ୍ତଦାନ ଶିବିର ଅନୁଷ୍ଠିତ ରକ୍ତଦାତାଙ୍କୁ ସମ୍ମାନିତ କଲେ ବିଧାୟକମାଲକାନଗିରି ଆଜି ଓଡ଼ିଆ ପର୍ବ ଅବସରରେ ମାଲକାନଗିରି ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ସ୍ଥାନୀୟ ଶିକ୍ଷକ କଲେଜ ଛାତ୍ରଛାତ୍ରୀ ଏବଂ ଜନସାଧାରଣ ବହୁ ଉତ୍ସାହର ସହ ଅଂଶଗ୍ରହଣ କରି ରକ୍ତଦାନ କରିଛନ୍ତି।
ଜିଲ୍ଲା ଜରୁରୀକାଳୀନ ବିଭାଗ ମାଲକାନଗିରି।
​ଶିକ୍ଷକ, କଲେଜ ଛାତ୍ର ଏବଂ ସ୍ଥାନୀୟ ଯୁବକ।
​ଜରୁରୀକାଳୀନ ସମୟରେ ରକ୍ତର ଅଭାବ ଦୂର କରିବା ଏବଂ ରକ୍ତଭଣ୍ଡାରରେ ରକ୍ତ ମହଜୁଦ ରଖିବା।
ଏହି ଅବସରରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ରକ୍ତଦାନ ଏକ ମହତ କାର୍ଯ୍ୟ। ଜରୁରୀ ସମୟରେ ରକ୍ତର ଆବଶ୍ୟକତା ପୂରଣ କରିବା ପାଇଁ ଏହି ଶିବିରର ଆୟୋଜନ କରାଯାଇଛି। ଯେଉଁମାନେ ରକ୍ତଦାନ କରିଛନ୍ତି, ସେମାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।ଆଜି ମଧ୍ୟାହ୍ନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାଲକାନଗିରି ବିଧାୟକ ମାନ୍ୟବର ନରସିଂହ ମାଡ଼କାମୀ ରକ୍ତଦାତାମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରି ସମ୍ମାନିତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସମସ୍ତ ସ୍ୱେଚ୍ଛାସେବୀଙ୍କୁ ସାଧୁବାଦ ଜଣାଯାଇଛି।
ବାଇଟ ୧- ଜିଲ୍ଲାପାଳ

ମାଲକାନାଗିରି ରୁ ମାନସ୍ ନେତାମ୍ ଙ୍କ ରିପୋର୍ଟ ଚର୍ଚ୍ଚା ନ୍ୟୁଜ୍....

0
0 views

Comment