ଓଡ଼ିଆ ପକ୍ଷର ଅଷ୍ଟମ ଦିବସରେ ରକ୍ତଦାନ ଶିବିର ଆୟୋଜିତ
ଦେବଗଡ଼, ତା ୦୮/୦୪/୨୦୨୬ ରିଖ :-
ଓଡ଼ିଆ ପକ୍ଷ ପାଳନର ଅଷ୍ଟମ ଦିବସ ଅବସରରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଏକ ରକ୍ତଦାନ ଶିବିର ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରସ୍ଥିତ ବ୍ଲଡ଼ ବ୍ୟାଙ୍କରେ ସକାଳ ୯ଟାରେ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ମୁଖ୍ୟ ଅତିଥି ଭାବେ ବିଧାୟକ ରୋମାଞ୍ଚ ରଞ୍ଜନବିଶ୍ୱାଳଯୋଗଦେଇଥିବାବେଳେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ, ପୂର୍ବତନ ବିଧାୟକ ଓ ସାଂସଦ ପ୍ରତିନିଧି ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ଉପଜିଲ୍ଲାପାଳ ପରକ୍ଷିତ ସାହୁ ଓ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଧନଞ୍ଜୟ ମହନ୍ତ ଉପସ୍ଥିତ ରହି ଫିତା କାଟି ଶିବିରର ଶୁଭାରମ୍ଭ କରିଥିଲେ।
ଅତିଥିମାନେ “ରକ୍ତଦାନ ହେଉଛି ଜୀବନଦାନ” ବୋଲି ଉଲ୍ଲେଖ କରି ସମସ୍ତଙ୍କୁ ସ୍ୱଇଚ୍ଛାରେ ରକ୍ତଦାନ କରି ଅମୂଲ୍ୟ ଜୀବନ ରକ୍ଷାରେ ସହଯୋଗ କରିବାକୁ ଆହ୍ୱାନ ଜଣାଇଥିଲେ।
ଏହି ଶିବିରରେ ଜିଲ୍ଲା ସଂସ୍କୃତି ଅଧିକାରୀ ମୁକେଶ କୁମାର ଭୋଇ, ଡେପୁଟି କଲେକ୍ଟର ପ୍ରିୟା ତିର୍କି, ଜିଲ୍ଲା ପଞ୍ଚାୟତ ଅଧିକାରୀ ହେମନ୍ତ ସିଂ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ସହିତ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ, ରେଡକ୍ରସ୍ ସଦସ୍ୟ, ରକ୍ତଦାତା ଓ ସାଧାରଣ ଲୋକ ଉପସ୍ଥିତ ଥିଲେ।
ଶିବିରରେ ମୋଟ ୨୨ ଜଣଙ୍କ ଠାରୁ ରକ୍ତ ସଂଗ୍ରହ କରାଯାଇଥିଲା