logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଏଗାରତମ ଶୁଭାଶିଷ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ।

ଏଗାରତମ ଶୁଭାଶିଷ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ।

କେନ୍ଦୁଝର:୦୭/୦୪, କେନ୍ଦୁଝରର ଅଗ୍ରଣୀ କ୍ରୀଡାଅନୁଷ୍ଠାନ ଫେମସ କ୍ଲବ ତରଫରୁ ଆୟୋଜିତ ଏଗାର ତମ ଶୁଭାଶିଷ ମେମୋରିଆଲ ଆନ୍ତରାଜ୍ୟ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠାନିକ ଭାବରେ କେନ୍ଦୁଝର ଷ୍ଟାଡିଅ ମ ଠାରେ ଉଦଘାଟିତ ହୋଇଯାଇଛି l ଏହି ଉଦଘାଟନ ଉତ୍ସବରେ ତେଲକୋଇ ବିଧାୟକ ତଥା ଜିଲ୍ଲା ପ୍ଲାନିଂ କମିଟିର ଅଧ୍ୟକ୍ଷ ଡକ୍ଟର ଫକୀରମୋହନ ନାଏକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ l ସନମାନିତ ଅତିଥିଭାବେ କେନ୍ଦୁଝର ବନଖଣ୍ଡଅଧିକାରୀ ଏଚ. ଡ଼ି ଧନ୍ ରାଜ ଆରକ୍ଷୀ ଅଧିକ୍ଷକ ନିତିନ କୁସଲକର କେନ୍ଦୁଝର ମୁନିସିପାଲିଟିର ଅଧ୍ୟକ୍ଷା ଶ୍ରୀ ମତି ନିକୁ ସାହୁ ଏବଂ ବିଜେପିର ଯୁବନେତା ଦିଲୀପ କୁମାର ପଣ୍ଡା ଉପସ୍ଥିତ ଥିଲେ l ଫେମସ କ୍ଲବର ସଭାପତି ତଥା ଜିଲ୍ଲା ବିଜେପି ସମ୍ପାଦକ ଶ୍ରୀ ବିଶ୍ୱଜିତ ତ୍ରିପାଠୀ ଉପସ୍ଥିତ ରହି ମଞ୍ଚାସିନ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ l କେନ୍ଦୁଝରର ରାଷ୍ଟ୍ର ଦେବତା ଶ୍ରୀଶ୍ରୀ ବଳଦେବଜୀଉ ରାଷ୍ଟ୍ର ଦେବି ମାତାରିଣୀ ଏବଂ ସ୍ବର୍ଗତ ଶୁଭାଶିଷ ବେହେରାଙ୍କ ଫଟଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ କରିଥିଲେ l କ୍ଲବର ସକ୍ରିୟସଦସ୍ୟ ପ୍ରକାଶ ଅଗ୍ରୟାଲ ରାଜେଶ ପରମାର ସୁମିତ ନନ୍ଦନ ମହାନ୍ତି ୟାସୀମ ନାୟର ସୁନୀଲ ନାଏକ ପ୍ରଶାନ୍ତ ସାମନ୍ତ ଅଭିମନ୍ୟୁ ସାହୁ ପୂର୍ବତନ କ୍ରିକେଟର ଶୁଭେନ୍ଦୁ ପଟ୍ଟନାୟକ ମଳୟ ରାଉତଙ୍କ ସମେତ ବହୁ କର୍ମକର୍ତା ଉପସ୍ଥିତ ଥିଲେ l କେନ୍ଦୁଝରର ଅଗ୍ରଣୀ ସଂଗୀତ ଶିକ୍ଷାନୁଷ୍ଠାନ ସୁରନିକେତନ ତରଫରୁ ଜାତୀୟ ସଂଗୀତ ପରିବେଷଣ କରାଯାଇଥିଲା l ବୁଦ୍ଧିଜୀବୀ ସତ୍ୟଜିତ ମିଶ୍ର କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିଲେ l

ଖଣ୍ଡାଧାର ନିଉଜ- ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

13
840 views

Comment