logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ବାର୍ଷିକ ଉତ୍ସବ

ଚିତ୍ରକୋଣ୍ଡା -: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଠାରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ରଜତ ଜୟନ୍ତୀ ମହୋତ୍ସବ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ରାଜେଶ୍ୱରୀ ଖିଲ ଯୋଗ ଦେଇଥିଲେ । ଅନ୍ୟାନ୍ୟ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଚିତ୍ରକୋଣ୍ଡା ବିଧାୟକ ପ୍ରତିନିଧି ଶ୍ରୀ ବିଦେଶୀ ଗୌଡ଼, ଚିତ୍ରକୋଣ୍ଡା ତହସିଲଦାର ଶ୍ରୀ ନଟବର ଗରଡ଼ା, ଶିକ୍ଷା ବିକାଶ ସମିତି ଓଡ଼ିଶାର ମାଲକାନଗିରି ସହଜିଲ୍ଲା ପ୍ରମୁଖ ଶ୍ରୀ ଚିତ୍ତରଞ୍ଜନ ନାୟକ, ବିଦ୍ୟାଳୟ ପରିଚାଳନା ସମିତି ର ସଭାପତି ଶ୍ରୀ ସତ୍ୟବାଦୀ ବେହେରା, ସମ୍ପାଦକ ଶ୍ରୀ ଶଶାଙ୍କ ଶେଖର କର, ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ନରସିଂହ କପେ ଉପସ୍ଥିତ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ ର ମାଲକାନଗିରି ସହଜିଲ୍ଲା ସମ୍ପର୍କ ପ୍ରମୁଖ ଶ୍ରୀ ବିଶ୍ୱନାଥ ସାହୁ ଯୋଗ ଦେଇଥିଲେ । ପ୍ରଥମେ ସମସ୍ତ ଅତିଥି ମାନଙ୍କ ଦ୍ୱାରା ମା ସରସ୍ୱତୀଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରଯାଇଥିଲା । ଅତିଥି ମାନଙ୍କୁ ଉତରୀୟ ଏବଂ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ କରାଯାଇଥିଲା । ଏହାପରେ ପ୍ରଧାନ ଆଚାର୍ଯ୍ୟ ବିଦ୍ୟାଳୟ ର ବାର୍ଷିକ ବିବରଣୀ ପାଠ କରିଥିଲେ । ପରେ ସମସ୍ତ ଅତିଥି ନିଜ ନିଜ ବକ୍ତବ୍ୟ ଉପସ୍ଥାପନା କରିଥିଲେ । କୋମଳ ମତି ଛାତ୍ରଛାତ୍ରୀ ମାନଙ୍କୁ କେମିତି ଶୈକ୍ଷିକ, ବୌଦ୍ଧିକ, ମାନସିକ, ଶାରୀରିକ, ନୈତିକ ଆଧ୍ୟାତ୍ମିକ ସମସ୍ତ ଦିଗରୁ ଉନ୍ନତ ହୋଇପାରିବେ ସେହି ବାବଦରେ ମୁଖ୍ୟ ବକ୍ତା ସମସ୍ତଙ୍କୁ ଜଣାଇଥିଲେ । ବିଦ୍ୟାଳୟ ର ଉନ୍ନତି ସାଧନ ନିମନ୍ତେ ବ୍ଲକ ଅଧ୍ୟକ୍ଷା, ତହସିଲଦାର ଏବଂ ବିଧାୟକ ପ୍ରତିନିଧି ନିଜ ତରଫରୁ ପୂର୍ଣ୍ଣ ସହଯୋଗ କରିବା ପାଇଁ କହିଥିଲେ । ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ନିର୍ମାଣ ନିମନ୍ତେ ଅଭିଭାବକ, ଗୁରୁଜୀ ଗୁରୁମା ସମସ୍ତଙ୍କର ଦାଇତ୍ୱ ବୋଲି ସମସ୍ତ ଅତିଥି ମତ ରଖିଥିଲେ । ଏହା ପରେ ବିଭିନ୍ନ ପ୍ରତିଯୋଗିତା, ବାର୍ଷିକ କ୍ରୀଡ଼ା, ବୃତ୍ତି ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ସମସ୍ତ ଶ୍ରେଣୀ ର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ବିଦ୍ୟାଳୟ ର ଛାତ୍ର ଚାନ୍ଦରାଜ ଭୂୟାଁ ଏବଂ ଛାତ୍ରୀ ଅର୍ପିତା ଦାସ ମଞ୍ଚ ପରିଚାଳନା କରିଥିଲେ । ପରିଶେଷରେ ଗତ ୨୫ ବର୍ଷ ଧରି ବିଦ୍ୟାଳୟ ର ଉନ୍ନତି ସାଧନ ନିମନ୍ତେ ନିଜକୁ ନିୟୋଜିତ କରିଥିବା ପୂର୍ବତନ ଓ ବର୍ତ୍ତମାନ ର ପରିଚାଳନା ସମିତିର ସମସ୍ତ ସଦସ୍ୟ, ଗୁରୁଜୀ, ଗୁରୁମା ସମସ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାପତି ଶ୍ରୀ ସତ୍ୟବାଦୀ ବେହେରା ଙ୍କ ମଞ୍ଚ ପରିଚାଳନା କରିଥିଲେ ଏବଂ ସମ୍ପାଦକ ଶ୍ରୀ ଶଶାଙ୍କ ଶେଖର କର ଧନ୍ୟବାଦ ଅର୍ପଣ ପୂର୍ବକ ସଭାସାଙ୍ଗ କରିଥିଲେ । ସମିତିର ସମସ୍ତ ସଦସ୍ୟ ଏବଂ ମାତୃମଣ୍ଡଳୀ ର ସମସ୍ତ ମା ମାନଙ୍କ ସହଯୋଗ ମଧ୍ୟ ରହିଥିଲା । ସଭାପତି ଙ୍କ ତତ୍ୱବାଧାନରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ନରସିଂହ କପେ, ଗୁରୁଜୀ ସୁବାସ ମାଝୀ, ସୌମ୍ୟ ରଞ୍ଜନ ଗୁଡ଼ିଆ, ସୁବାସ ମାଝୀ, ସମ୍ବିତ କୁମାର ଗିରି, ଗୁରୁମା ସବିତମୟୀ ମହାପାତ୍ର, କେ ଭାରତୀ, ତାରା ଖରା, ସୁମତି ପାଇକରାୟ, ଶିବନୀ ରଥ ଏବଂ ସେବିକା ମଇନା ସଗାରିଆ, ମିନି ବାଘ ଙ୍କ ସହଯୋଗ କ୍ରମେ ସଫଳ ରୂପାୟନ ହୋଇପାରିଛି ।

1
122 views

Comment