ନିତ୍ୟାନନ୍ଦପୁର ଠାରୁ ବକ୍ସିବାରିଗାଁ ରାସ୍ତା ପାଲଟିଛି ମରଣ ଯନ୍ତା: ବାରମ୍ବାର ଦାବି ପରେ ହେଉନି ମରାମତି।
ନିତ୍ୟାନନ୍ଦପୁର ଠାରୁ ବକ୍ସିବାରିଗାଁ ରାସ୍ତା ପାଲଟିଛି ମରଣ ଯନ୍ତା: ବାରମ୍ବାର ଦାବି ପରେ ହେଉନି ମରାମତି।
ହରିଚନ୍ଦନପୁର: ୦୭/୦୪ (ଖଣ୍ଡାଧାର ନିଉଜ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବକ୍ସିବାରିଗାଁ ଗ୍ରାମ ପଞ୍ଚାୟତ ନିତ୍ୟାନନ୍ଦପୁର ଠାରୁ ବକ୍ସିବାରିଗାଁ ପର୍ଯ୍ୟନ୍ତ ଯାଇଥିବା ରାସ୍ତା ପାଲଟିଛି ମରଣ ଯନ୍ତା! ଅଦିନିଆ ବର୍ଷା ରେ ମଧ୍ୟ୍ୟ ରାସ୍ତାର ଖାଲ ଢିପ ପାଣିରେ ଭର୍ତ୍ତି, ଆଗକୁ ବର୍ଷା ଋତୁ ଆସୁଛି ଖରା ଦିନରେ ଯଦି ରାସ୍ତାର ଅବସ୍ଥା ଏମିତି, ତେବେ ବର୍ଷା ଦିନରେ ରାସ୍ତାର ଅବସ୍ଥା କଣ ରହିବ! ଏହା ନେଇ ଜନସାଧାରଣ ରେ ପ୍ରଶ୍ନବାଚୀ ସ୍ରୁଷ୍ଟି କରିଛି। ଏହି ରାସ୍ତାରେ ପ୍ରତ୍ୟେକ ଦିନ ସର୍ବସାଧାରଣ ଲୋକମାନଙ୍କୁ ଯାତାୟତରେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ନିତ୍ୟାନନ୍ଦପୁର, ବଲାଣି ପଶି, ଧାନବେଣି, କୁଣ୍ଢେଇ, ବିଶିରାଭାଡ଼ି ଗ୍ରାମର ଲୋକ ମାନଙ୍କର ଜରୁରୀ କାଳୀନ ଅସୁବିଧା ହେଲେ ବକ୍ସି ବାରିଗାଁ ରେ ମେଡିକାଲ ସୁବିଧା ଥିବାରୁ ଲୋକମାନେ ବହୁତ ଅସୁବିଧା ରେ ଯିବା ଆସିବା କରୁଛନ୍ତି। ବର୍ତ୍ତମାନ କେନ୍ଦ୍ର ଏବଂ ରାଜ୍ୟରେ ଡବଲ ଇଞ୍ଜିନ ସରକାର ର ଡବଲ ବିକାଶ ନାଁ ନେଇ ଚାରିଆଡେ ହଇଚଇ ସୃଷ୍ଟି କରୁଥିବା ବେଳେ ତୃଣମୂଳ ସ୍ତରରେ ପ୍ରଶାସନିକ ଅଧିକାରୀଙ୍କ ଖାମଖିଆଲି ମନଭାବ ଯୋଗୁଁ ଏପରି ସମସ୍ୟାର ସୁଧାର ଆସୁନାହିଁ ବୋଲି ଅଞ୍ଚଳ ବାସୀ ପ୍ରକାଶ କରିଛନ୍ତି। ଏପରି ସମସ୍ୟାକୁ ଦୃଷ୍ଟିରେ ରଖି ତୁରନ୍ତ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାର ରାସ୍ତା କାର୍ଯ୍ୟ ନିର୍ମାଣ କରିବା ପାଇଁ ଗ୍ରାମ ବାସୀନ୍ଦା ଦାବି କରିଛନ୍ତି। (ଶୂନ୍ଯ ରଞ୍ଜନ ଘଣା ଙ୍କ ରିପୋର୍ଟ)