logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସିଲିପୁଞ୍ଜି ରେ ଶ୍ରୀ ଜଗନ୍ନାଥ କଥାମୃତ ର ଉଦଘାଟନ ଉତ୍ସବ।

ସିଲିପୁଞ୍ଜି ରେ ଶ୍ରୀ ଜଗନ୍ନାଥ କଥାମୃତ ର ଉଦଘାଟନ ଉତ୍ସବ।

ଚମ୍ପୁଆ -୦୬/୦୪(ଖଣ୍ଡାଧାର ନିଉଜ) ଚମ୍ପୁଆ ବ୍ଲକ ଚନ୍ଦ୍ରଶେଖରପୁର ପଞ୍ଚାୟତ ଅନ୍ତର୍ଗତ ସିଲିପୁଞ୍ଜି ଛକ ଚନ୍ଦ୍ରଶେଖରପୁର ଗ୍ରାମ ଚନ୍ଦ୍ରଶେଖର ଶିବ ମନ୍ଦିର ପ୍ରାଙ୍ଗଣରେ ସୋମବାର ପ୍ରତିକୂଳ ପାଗ ସତ୍ୟେ ପଞ୍ଚରାତ୍ର ଶ୍ରୀ ଜଗନ୍ନାଥ କଥାମୃତ ର ପ୍ରଥମ ରାତ୍ରରେ କଥାମୃତ ପ୍ରବଚନ ର ପ୍ରଥମ ଦିନ ଉଦଘାଟିତ ହୋଇଯାଇଛି l
ପ୍ରବଳ ଝଡ଼ ବର୍ଷା ସତ୍ୟେ ସ୍ୱlଭାବିକ ପାଗ ହେବାପରେ ରାତ୍ର ୯ ଘଟିକାରେ ଜଗନ୍ନାଥ ଧାମ ପୁରୀ ରୁ ଆସିଥିବା ଆଜ୍ଞାମାଳ ମଞ୍ଚକୁ ଗଲା ପରେ ମା ' ମାଉସୀ ମାନେ ଶଙ୍ଖ, ହୁଳହୁଳି ଦେଇ କୁନି ପ୍ରବଚକ କେଶବ ଦାସ ଦ୍ୱିତିକୃଷ୍ଣ ଙ୍କୁ ମଞ୍ଚକୁ ପାଛୋଟି ନିଆଯାଇଥିଲା l
ଚନ୍ଦ୍ରଶେଖରପୁର ପଞ୍ଚାୟତ ସରପଞ୍ଚ ଜୟମନୀ ନାୟକ ଙ୍କ ସହିତ ସମାଜସେବୀ ମୋହନ ନାୟକ, ଯୁବ ସଂଗଠକ ଦିବାକର ମହାନ୍ତ, ଦିଲ୍ଲୀପ ମହାନ୍ତ, ଗ୍ରାମର ମୁରବୀ ବୟୋଜ୍ୟେଷ୍ଠ ବ୍ୟକ୍ତି କୈଳାସ ନାଏକ, ମନ୍ଦିର କମିଟି ସଦସ୍ୟ ଙ୍କ ସହିତ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କ ପ୍ରତିମା ଠାରେ ଧୂପ, ପ୍ରଦୀପ ପ୍ରଯ୍ୟଳନ ପରେ କାର୍ଯ୍ୟକ୍ରମ ର ଶୁଭlରମ୍ଭ
କରାଯାଇଥିଲା l କୁନି ପ୍ରବଚକ କେଶବ ଦାସ ପ୍ରଭୁ ଜଗନ୍ନାଥଙ୍କ ଜନ୍ମ ବୃତ୍ତାନ୍ତ ଉପରେ ଆଲୋକପାତ କରି ଜଗନ୍ନାଥ ଙ୍କ ବିଭିନ୍ନ ବେଶ, ରୂପ ଗୁଣର ବର୍ଣନା କରି ଭକ୍ତ ଓ ଭଗବାନ ଙ୍କର ସମ୍ପର୍କ ଉପରେ ପ୍ରବଚନ ପ୍ରଦାନ କରିଥିଲେ l ମଙ୍ଗଳମୟ ପ୍ରଭୁ ଜଗନ୍ନାଥଙ୍କ ଠାରେ ଭକ୍ତ ସମର୍ପିତ ହେଲେ ଭକ୍ତ ର ସମସ୍ତ ଇଛା ପୂରଣ କରି ଦୁଃଖ ଦୂର କରନ୍ତି ବୋଲି କୁନି ପ୍ରବଚକ ଉଦବୋଧନ ଦେଇଥିଲେ l
ପ୍ରଥମେ ସକାଳୁ ବୈତରଣୀ ନଦୀ କେଶରୀ କୁଣ୍ଡ ରୁ ଅଞ୍ଚଳର ମହିଳା ମାନେ ୧୦୧ କଳସରେ ପବିତ୍ର ଜଳ ଆଣି କଳସ ଶୋଭାଯାତ୍ରl ରେ ଗ୍ରାମ (ଯାମୁଣ୍ଡି ) ଚନ୍ଦ୍ରଶେଖରପୁର ପରିକ୍ରମା କରି ମାଉସୀ ମା (ଗୋପବନ୍ଧୁ ମହାନ୍ତ ) ଘରୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ତିନି ଠାକୁରଙ୍କୁ ଆସ୍ଥାନକୁ ଅଣାଯାଇଥିଲା l ପୂଜକ ରାଜେନ୍ଦ୍ର ମୁଖାର୍ଜୀ ରୀତିନୀତି ଅନୁଯାୟୀ ପୂଜା ଅର୍ଚନା କରିଥିଲେ l କଳସ ଶୋଭାଯାତ୍ରା ରେ ଚନ୍ଦ୍ରଶେଖରପୁର, ଗୁଲୁଦିପଶି, ସିଲିପୁଞ୍ଜି, ବାଲେଶ୍ୱର, ଡୁରୁକୁଳିଆ ଇତ୍ୟାଦି ଗ୍ରାମରୁ ଭକ୍ତ ଶ୍ରଦ୍ଧାଳୁ ମହିଳା ମାନେ ସାମିଲ ହୋଇଥିବା ବେଳେ ପୋଖରୀଆ ଗ୍ରାମ ସଂକୀର୍ତନ ମଣ୍ଡଳୀ ଦ୍ଵାରା ହରିନାମ ନିଆଯାଇଥିଲା l
ଗ୍ରାମ ତଥା ଅଞ୍ଚଳରୁ ସହସ୍ରାଧିକ ଭକ୍ତ ଶ୍ରଦ୍ଧାଳୁ ଜଗନ୍ନାଥ କଥାମୃତ ପ୍ରବଚନ ଶୁଣିବାକୁ ସମାଗମ ହୋଇଥିଲା l ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ଚନ୍ଦ୍ରଶେଖର ମନ୍ଦିର କମିଟି ଦ୍ଵାରା ଆୟୋଜନ ହୋଇଥିଲା l ପ୍ରବଚନ କାର୍ଯ୍ୟକ୍ରମ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ l

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

25
1467 views

Comment