logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମା ମଙ୍ଗଳା ଙ୍କ ୫୦ତମ ବାର୍ଷିକ ଉତ୍ସବ।

ମା ମଙ୍ଗଳା ଙ୍କ ୫୦ତମ ବାର୍ଷିକ ଉତ୍ସବ।

ଅରୁଆ ଚାଉଳ ଗୁଆ ବସାଇଲେ ହେଉଛି ମାନସିକ ପୂର୍ଣ୍ଣ

ଆନନ୍ଦପୁର,୭।୪ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ୍ ବାତୋ ପଂଚାୟତ ଅନ୍ତର୍ଗତ ଅତା ଗ୍ରାମରେ ମା ମଙ୍ଗଳା ଙ୍କ ୫୦ତମ ବାର୍ଷିକ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ପୂଜକ ରବି ଶତପଥୀ, ମା"ଙ୍କ ନୀତି ପୂଜକ ସଙ୍କସର୍ଣ ବେହେରା ଙ୍କ ଦ୍ୱାରା ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା। ପୂର୍ବାହ୍ନ ରୁ ପୁଣ୍ୟତୋୟା ବୈତରଣୀ ନଦୀରୁ ୧୦୮ବ୍ରତ ଧାରୀ କଳସ ବୁଡାଇବା ପରେ ଶୁଭ କଳସ କୁ ଗ୍ରାମ ପରିକ୍ରମା କରି ଯଜ୍ଞ ମଣ୍ଡପରେ କଳସ ସ୍ଥାପନ କରିଥିଲେ। ସଙ୍କଳ୍ପ କାର୍ଯ୍ୟ ସରସ୍ୱତୀ ନାଥ, ସରସ୍ୱତୀ ପାଗଳ ତୁଲାଇ ଥିବା ବେଳେ ବିଶ୍ୱର ଶାନ୍ତି ନିମନ୍ତେ ହୋମ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ମା ଙ୍କ ଭକ୍ତ ଭାନୁମତୀ ପାଲ, ରଶ୍ମୀ ପାଗଳ କହିଛନ୍ତି ମା କରୁଣା ଅପାର ଯେତେବେଳେ ଯାହା ଭକ୍ତିରେ ମାଗିଲେ ମା ଦିଅନ୍ତି ଏବଂ ବିଭିନ୍ନ ସ୍ଥାନରୁ ଶହ ଶହ ଭକ୍ତ ଆସି ମା ଙ୍କ ପୀଠରେ ଅରୁଆ ଚାଉଳ ଗୁଆ ବସାଇଲେ ମାନସିକ ପୂର୍ଣ୍ଣ ହେଉଛି। ଅନେକ ଭକ୍ତଙ୍କ ର ମାନସିକ ପୂର୍ଣ୍ଣ ମଧ୍ୟ ହେଉଛି ବୋଲି ପ୍ରକାଶ କରିଛନ୍ତି। ଭକ୍ତ ମାନଙ୍କ ନିମନ୍ତେ ପ୍ରସାଦ ସେବନ ବ୍ୟବସ୍ତା କରାଯାଇଥିବା ବେଳେ ସଂନ୍ଧ୍ୟା ରେ ଗ୍ରାମର କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଏବଂ ମାଙ୍କ ପୀଠରେ ସଂକୀର୍ତ୍ତନ ମଣ୍ଡଳୀ ଦ୍ଵାରା ନାମ ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା। ଗ୍ରାମର ସମସ୍ତ ଗ୍ରାମବାସୀଙ୍କ ସହଯୋଗ ହୋଇଥିବା ବେଳେ ପ୍ରଫୁଲ୍ଲ ପାଗଳ, ଲକ୍ଷ୍ମୀଧର ନାଥ, ମଙ୍ଗୁଳି ନାଥ, ଅନାଦି ନାଥ, ରବିନ ନାଥ, ସୁନନ୍ଦ୍ ସାହୁ, ରାମଚନ୍ଦ୍ର ପାଗଳ, ଚନ୍ଦନ ନାଥ, ସନ୍ତୋଷ ସାହୁ, ଟୁଲୁ ପଣ୍ତା ଙ୍କ ସହ ଅନେକ ଯୁବ ପୀଢ଼ି ଉପସ୍ଥିତ ରହି ସହଯୋଗ କରିଥିଲେ।

ଖଣ୍ଡାଧାର ନିଉଜ- ବିଜୟ ଜେନାଙ୍କ ରିପୋର୍ଟ।

14
782 views

Comment