logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଖବର ପ୍ରସାରଣ ପରେ ମଧ୍ୟ ହେଉନି କାର୍ଯ୍ୟାନୁଷ୍ଠାନ l ଦୁର୍ନୀତିର ଗନ୍ତାଘର ପାଲଟିଛି ଟିଗଲ ପଞ୍ଚାୟତ l ଫାର୍ମ ପଣ୍ଡ ନାମରେ ଲକ୍ଷାଧିକ ଟଙ୍କା ଚଳୁ ଘଟଣାର କେବେ ହେବ ତଦନ୍ତ ?

ମାଲକାନଗିରି:୦୮/୦୪:(ସନ୍ତୋଷ କୁମାର ପଣ୍ଡା): ଆଦିବାସୀ ଅଧ୍ୟୁଷିତ କାଲିମେଳା ବ୍ଲକ ଅନ୍ତର୍ଗତ ଟିଗଲ ଗ୍ରାମପଞ୍ଚାୟତରେ ମିଥ୍ୟା ବିଲ୍ କରି ଲକ୍ଷାଧିକ ଟଙ୍କା ଲୁଟ କରାଯିବା ଅଭିଯୋଗ ହୋଇଛି । ଆର୍ଥିକ ବର୍ଷ ୨୦୨୪-୨୫ ରେ ମନୋରେଗା ଯୋଜନା ର ଫାର୍ମ ପୋଣ୍ଡ ଖନନ ନାଁରେ ତିନୋଟି କେସ ରେକର୍ଡ ଖୋଲା ଯାଇଥିଲା । ସେଥିରେ ଏମଭି -୧୧୨ ଗ୍ରାମର ତିନି ଜଣଙ୍କୁ ହିତାଧିକାରୀ ଦର୍ଶାଯାଇଛି । ଏମାନଙ୍କ କୋଡ଼ ନଂ ହେଲା ୨୪୩୧୦୧୦୦୨୦/ଆଇ ଏଫ/ ୧୧୨୦୪୧୮୯,୧୧୨୩୨୮୪୨ ଓ ୧୧୨୩୨୯୦୩ ରହିଅଛି । ଏବଂ ଗୋଟିଏ ଫାର୍ମ ପୋଣ୍ଡ ଖନନ ପିଛା ଦେଢ଼ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ମୂଲ୍ୟ ରହିଅଛି । ତେବେ ଏହି ଘଟଣାକୁ ନେଇ ବିଭିନ୍ନ ଖବରକାଗଜରେ ଖବର ପ୍ରକାଶିତ ହେବା ପରେ ମଧ୍ୟ ଅଜି ପର୍ଯ୍ୟନ୍ତ ସେହି ଫର୍ମ ପଣ୍ଡ କାମର ତଦନ୍ତ ହେଇ ନାହିଁ କି ତାହାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ l ଏଭଳି ଫାର୍ମ ପଣ୍ଡ ନାମରେ ଲକ୍ଷାଧିକ ଟଙ୍କା ଚଳୁ କରୁଥିବା ଅଧିକାରୀଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ l ପ୍ରଶାସନ ତତ୍ପର ଦେଖାଇ ଏହି ଘଟଣାରେ ଯେଉଁ ଅଧିକାରୀ କିମ୍ବା କେଉଁ କେଉଁ ବ୍ୟକ୍ତି ସାମିଲ ଅଛନ୍ତି ତାହାର ତଦନ୍ତ କରିବା ସହ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର lକାଗଜ କଲମରେ ଫାର୍ମ ପୋଣ୍ଡ ଖନନ ଦର୍ଶାଯାଇଥିବା ବେଳେ କୈଣସି ହିତାଧିକାରୀଙ୍କ ଜମିରେ ଫାର୍ମ ପୋଣ୍ଡ ଖନନ ଆଦୈ କରାଯାଇନାହିଁ । ନାମକୁ ମାତ୍ର ମାଷ୍ଟର ରୋଲ୍ ରେ ବିଭିନ୍ନ ଜବ କାଡ ଧାରିଙ୍କ ନାମ ଦର୍ଶାଯାଇଛି କିନ୍ତୁ ସ୍ଥାନୀୟ ଶ୍ରମିକ ଙ୍କୁ ରୋଜଗାର ଯୋଗାଇ ଦିଆଯାଇନାହିଁ । କାଲିମେଳା ସମିତିରେ ଏହି ଯୋଜନାର ଅର୍ଥକୁ ଫାର୍ମ ପୋଣ୍ଡ ନାଁରେ ଅନ୍ୟାନ୍ୟ ଗ୍ରାମ ପଞ୍ଚାୟତରେ ମଧ୍ୟ ଏପରି ମିଥ୍ୟା ବିଲ୍ କରାଯିବା ବିଶ୍ଵସ୍ତ ସୂତ୍ରରୁ ସୂଚନା ମିଳୁଛି । ତେବେ ଟିଗଲ ଗ୍ରାମପଞ୍ଚାୟତ ସମେତ ଅନ୍ୟ ଗ୍ରାମ ପଞ୍ଚାୟତର ଫାର୍ମ ପୋଣ୍ଡ ଗୁଡ଼ିକୁ ଭିଜିଲାନ୍ସ ତଦନ୍ତ କରିବାକୁ ଦାବି ହେଉଛି । ସଂପୃକ୍ତ ଗ୍ରାମ ରୋଜଗାର ସେବକ ଏବଂ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ଏ ସଂପର୍କରେ ଯୋଗାଯୋଗ କରାଯାଇଥିଲା । ତେବେ ଆର୍ଥିକ ବର୍ଷ ୨୦୨୪ -୨୫ ରେ ଆମେ ନଥିଲୁ ବୋଲି ତାଙ୍କ ପ୍ରତିକ୍ରିୟାରେ ଜଣାଇଛନ୍ତି । ଅପରପକ୍ଷରେ ଅଭିଯୋଗ ହେବାପରେ ଉକ୍ତ ତିନୋଟି ଫାର୍ମ ପୋଣ୍ଡ ମଧ୍ୟରୁ ଗୋଟିଏ ଫାର୍ମ ପୋଣ୍ଡ ବର୍ତ୍ତମାନ ସପ୍ତାହ ତଳେ ମେସିନ ଦ୍ବାରା ଖନନ କାର୍ଯ୍ୟ ଶେଷ କରାଯାଇଛି । ତେବେ ଏପରି ଭାବରେ ଆଦିବାସୀ ଅଧ୍ୟୁଷିତ କାଲିମେଳା ସମିତିରେ ଶ୍ରମିକ ଙ୍କୁ କାମ ଯୋଗାଇବା ନାଁରେ ମନୋରେଗା ଯୋଜନାର ଟାର୍ଗେଟ ପୂରଣ କରାଯିବା ଅଭିଯୋଗ ହେଉଛି ।ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହ ଯେଉଁ ଅଧିକାରୀ କିମ୍ବା ଯେଉଁ ଯେଉଁ ବ୍ୟକ୍ତି ସାମିଲ ଅଛନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି l

9
664 views

Comment