logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଅନ୍ଧାର ଓ ଆଲୋକ ରଚନା: ବୀରେନ୍ଦ୍ର କୁମାର ପାତ୍ର

ଅନ୍ଧାର ଓ ଆଲୋକ
ଶ୍ରୀ ବୀରେନ୍ଦ୍ର କୁମାର ପାତ୍ର

ହେ ଭାରତବାସୀ ଶାନ୍ତ ମିଷ୍ଟଭାଷି
କେଉଁ ଗୁଣେ ତୁମେ ସରି
ଯାଇଛି ସେ କାଳ ଆସିଛିରେ ବେଳ
କେ ପାରିବ ପଛ କରି l

କେଉଁ ଜ୍ଞାନ ନାହିଁ ଜିଣିବାର ପାଇଁ,
ବିଶ୍ଵରେ ଭାରତ କାହିଁ
ଭାରତ ସନ୍ତାନ ଚଉଦ ବରଷ
ବନକୁ ଗମିଲେ ତହିଁ,
ଚତୁର୍ଥ ଶ୍ରେଣୀର କାର୍ଯ୍ୟଭାର ନେଇ
ଯାଆନ୍ତି ରାଜା କହ୍ନେଇ
ଭାଇ ରେ ଭାଇର ଭକ୍ତି ରାମାୟଣେ
ଆଜି କି ଶିକ୍ଷା ନ ମିଳଇ ?
ମାନବ ସନ୍ତାନକେବେଏକଥା ବୁଝିବ
ଆଧ୍ୟାତ୍ମିକ ଜ୍ଞାନୀ ହେବ
ଏ ମାଟି ମାଆର ଚରଣକୁ ସେବି
ବିଶ୍ଵରେ କିର୍ତ୍ତୀ ରଚିବ
ଭାରତୀୟ ବୋଲି କେତେ ଗର୍ବକରୁ କାହିଁକି ତୋର ଏ ଭାବ।
ଯେ ଜନମ ଦେଇଛି ତାକୁ ଭୁଲିଗଲୁ
ବୃଦ୍ଧା ଆଶ୍ରମେ ଛାଡିଲୁ
ପିତା, ମାତା,ଗୁରୁ, ଚିହ୍ନି ନ ପାରିଲୁ
ଜ୍ଞାନବୁଦ୍ଧି କାହିଁ ଦେଲୁ,
ଯେବେ ପଢିବୁ ତୁ ଅପଢା ପାଠକୁ
ଜ୍ଞାନ ତୋ ଉଦୟ ହେବ
ଚାରିଧାମ ଛାଡି ଚାରି ଚରଣର
ଲୟରେ ମୁକ୍ତି ମିଳିବ l
ନୟନକୁ ତୋର ଫେଡ଼ିଦେଖ ଥରେ
ସବୁ ଯେ ଈଶ୍ଵର ମୟ,
ଯେ ସ୍ଥାନେ ଖୋଜିବୁ ସେ ସ୍ଥାନେ ପାଇବୁ
କରିଲେ ତାଙ୍କୁ ଆଶ୍ରୟ I
ଗୋଟେ କିଆରିରେ ରାଗଖଟା ମିଠା
ମିଳୁଛି କିପରି ଜାଣ,
କଷା ପିତା ପୁଣି ସେହି କିଆରିରେ
ହେତୁ କରି ତାକୁ ଚିହ୍ନ l
ଜ୍ଞାନର ଆଲୋକ ତୋ ସଙ୍ଗେ ରହିଛି
ତଥାପି ଅନ୍ଧାର ମନ,
କସ୍ତୁରୀ ସୌରଭ ନାଭି ପରେ ଥାଇ
ମୃଗ ବୁଲେ ଯେହ୍ନେ ବନ l
ପାଞ୍ଚମନକୁ ଯେ ଦମନ କରିଣ
ଯୋଗଜନ୍ମା ହୋଇଥିଲେ !!
ବିବେକ ଆନନ୍ଦ ସେ ବିବେକାନନ୍ଦ
ଚିକାଗୋ ସହର ଗଲେ l
ନଚିକେତା ପୁଣି ବାର ବରଷରେ
ଯମକୁ ସନ୍ତୁଷ୍ଟ କଲେ,
କିଙ୍କର ବୀରେନ୍ଦ୍ର ବଢାଉଛି କର
ସେହି ରସ ଲାଳସାରେ
ପରମ ଈଶ୍ଵର ହେ ପରମେଶ୍ଵର
ସର୍ବେ ରଖ କୁଶୋଳରେ l

***
ଶିକ୍ଷକ,ହୃଦୁରାମପୁର ସୈନିକ ସ୍କୁଲ,
ପୋଅ - -ବାଙ୍କିଆ, ଭାୟା-କରଞ୍ଜିଆ,
ଜିଲ୍ଲା ~ କେନ୍ଦୁଝର,ପିନ୍‌ ନଂ~୭୫୮୦୪୪
ଦୂରଭାଷ~୯୬୬୮୪୨୬୮୯୮

ସୌଜନ୍ଯ : ଡମ୍ବରୁ ମହାନ୍ତ
ଉପସ୍ଥାପନା: ବାବୁଲାଲ ପଲେଇ ଆଇମା ମିଡିଆ
ମୋବାଇଲ୍: ୯୪୩୭୧୫୨୯୩୬




.

17
961 views

Comment