କେନ୍ଦୁଝରଗଡ ଓ ଆଖପାଖ ଅଞ୍ଚଳରେ ମେଘାଚ୍ଛନ୍ନ ପାଗ।
କେନ୍ଦୁଝରଗଡ ଓ ଆଖପାଖ ଅଞ୍ଚଳରେ ମେଘାଚ୍ଛନ୍ନ ପାଗ।
କେନ୍ଦୁଝରଗଡ:୦୭/୦୪ (ଖଣ୍ଡାଧାର ନିଉଜ ବ୍ୟୁରୋ) ଗତକାଲି ଅପରାହ୍ନ ପରେ କେନ୍ଦୁଝର ସହର ସମେତ ଆଖପାଖ ଅଞ୍ଚଳରେ ହାଲକା ବର୍ଷା ସହିତ ଘଡ଼ଘଡ଼ି ହେବା ସହ ପବନ ବହି ଥିବାରୁ ପାଗରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳୁଅଛି। ଗ୍ରୀଷ୍ମକାଳ ଆରମ୍ଭରୁ ବଢୁଥିବା ଗରମରୁ ଲୋକଙ୍କୁ କିଛି ମାତ୍ରାରେ ଆଶ୍ବସ୍ତି ମିଳୁଅଛି। ଆଜି ମଧ୍ଯ କେନ୍ଦୁଝର ସହର ଓ ଆଖପାଖ ଅଞ୍ଚଳରେ ମେଘାଚ୍ଛନ୍ନ ପାଗ ପରିଲକ୍ଷିତ ହେଉଛି। ବିଭିନ୍ନ ଅଞ୍ଚଳରେ ମେଘାଚ୍ଛନ୍ନ ପାଗ ବାନ୍ଧି ରହିଛି। ଘଡ଼ଘଡ଼ି, ବିଜୁଳି ମାରିବା ସହିତ ପବନ ବହିବାର ସମ୍ଭାବନା ରହିଥିବା ଅନୁମାନ କରାଯାଇଛି। ରାଜ୍ୟ ଆଞ୍ଚଳିକ ପାଣିପାଗ ବିଭାଗ ର ସୂଚନା ଅନୁସାରେ ପୂର୍ବାନୁମାନ କରାଯାଇଛି ଯେ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ପାଣିପାଗ କିଛିଦିନ ପର୍ଯ୍ୟନ୍ତ ପରିବର୍ତ୍ତନ ହେବାର ଅନୁମାନ କରାଯାଇଛି। ରାଜ୍ୟରେ ବିଭିନ୍ନ ଜିଲ୍ଲା ସହିତ କେନ୍ଦୁଝର ଜିଲ୍ଲାର ଅନେକାଂଶରେ ପବନ ବହିବାର ସମ୍ଭାବନା ରହିଥିବା ଓ ଘଡ଼ଘଡ଼ି, ବିଜୁଳି ମାରିବା ସହିତ ବର୍ଷା ହେବାର ଅନୁମାନ କରାଯାଇଛି। ସର୍ବସାଧାରଣ ନାଗରିକ ବିଭିନ୍ନ ଦୂରଦୂରାନ୍ତର ସ୍ଥାନକୁ ଯାତ୍ରା କରିବା ପୂର୍ବରୁ ଆଞ୍ଚଳିକ ପାଣିପାଗ ସୂଚନା ପ୍ରତି ଧ୍ଯାନ ଦେବା ଉଚିତ୍।