logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବରଗଡ଼ କ୍ୟାନ୍ସର ହସ୍ପିଟାଲର ନାମକରଣ: ଡା. କୃପାସିନ୍ଧୁ ଭୋଇଙ୍କ ନାମରେ ହେବ ନାମିତ

ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀଙ୍କ ବଡ଼ ସୂଚନା
ବରଗଡ଼ ଜିଲ୍ଲାରେ ନିର୍ମିତ ହୋଇଥିବା କ୍ୟାନ୍ସର ହସ୍ପିଟାଲର ନାମକରଣକୁ ନେଇ ଆସିଛି ଏକ ବଡ଼ ଖବର। ସ୍ଥାନୀୟ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ଯେ, ଏହି ହସ୍ପିଟାଲଟି ବିଶିଷ୍ଟ ଜନନେତା ତଥା ପୂର୍ବତନ ସାଂସଦ ସ୍ୱର୍ଗତ ଡାକ୍ତର କୃପାସିନ୍ଧୁ ଭୋଇଙ୍କ ନାମରେ ନାମିତ ହେବ। ଏହାକୁ 'ଡାକ୍ତର କୃପାସିନ୍ଧୁ ଭୋଇ କ୍ୟାନ୍ସର ହସ୍ପିଟାଲ' ଭାବେ ଜଣାଯିବ।
ଏହି ନିଷ୍ପତ୍ତି ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି, କାରଣ ଡାକ୍ତର ଭୋଇଙ୍କ ଅବଦାନ ଏହି ଅଞ୍ଚଳର ସ୍ୱାସ୍ଥ୍ୟ ଏବଂ ରାଜନୈତିକ କ୍ଷେତ୍ରରେ ଅତୁଳନୀୟ ଥିଲା। ଏହି ନାମକରଣ ଦ୍ୱାରା ତାଙ୍କ ସ୍ମୃତିକୁ ସମ୍ମାନ ଜଣାଇବା ସହ ଜିଲ୍ଲାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ନୂଆ ପରିଚୟ ସୃଷ୍ଟି ହେବ ବୋଲି ଆଶା କରାଯାଉଛି।

9
814 views

Comment