ପ୍ରଣୟ କୁମାର ପାଣିଙ୍କ ପ୍ରଶିକ୍ଷଣ ରେ ଭାରତ ହ୍ୟାଣ୍ଡବଳ ଦଳ ର ବ୍ରୋଞ୍ଜ ପଦକ ହାସଲ।
ପ୍ରଣୟ କୁମାର ପାଣିଙ୍କ ପ୍ରଶିକ୍ଷଣ ରେ ଭାରତ ହ୍ୟାଣ୍ଡବଳ ଦଳ ର ବ୍ରୋଞ୍ଜ ପଦକ ହାସଲ।
କେନ୍ଦୁଝର:୦୬/୦୪, ଉଜବେକିସ୍ତାନ ର ତାସକେଣ୍ଟ ଠାରେ ଗତ ମାର୍ଚ୍ଚ ୩୧ ରୁ ଆରମ୍ଭ ହୋଇଥିବା ସେଣ୍ଟରାଲ ଏସିଆ ହ୍ୟାଣ୍ଡବଲ ଚମ୍ପିଆନସିପରେ ଭାରତୀୟ ଦଳ ଉଚ୍ଚକୋଟୀର ଖେଳପ୍ରଦର୍ଶନ କରି ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଏହି ଚମ୍ପିଆନସିପରେ ୧oଟି ଦେଶ ଭାଗ ନେଇଥିଲେ । ଭାରତ ତାର ପ୍ରଥମ ଲିଗ ମ୍ୟାଚ ଉଜବେକିସ୍ତାନ ଠାରୁ କଡା ସଂର୍ଘର୍ଶ ରେ ହାରି ଥିଲା । ତା ପରେ କାଜାକିସ୍ଥାନ, ତୁର୍କମେନିସ୍ଥାନ ଓ ଆସ୍ଥାନୀୟା ଠାରୁ ଜିତି କ୍କାଟର ଫାଇନାଇକୁ ଯାଇଥିଲା । ସେଠାରେ କୋଚ ଙ୍କ ସଠିକ ରଣନିତୀ ଓ ଖେଳାଳୀଙ୍କ ଅଦଳ ବଦଳ ଯୋଗୁ ଟିମ ସେମିଫାଇନାଲରେ ପହଞ୍ଚିଥିଲା । ସେମିଫାଇନାଲ ରେ ପୁଣି ଥରେ ଘରୋଇ ଦଳ ଠାରୁ ହାରିଥିଲା ଭାରତ । ହେଲେ ପଦକ ପାଇଁ କାଜାକିସ୍ଥାନ ସହ ଭଲ ଖେଳପ୍ରଦର୍ଶନ କରି ୩ଟି ଗୋଲ ରେ ଜିତି ବ୍ରୋଞ୍ଜ ପଦକ ହାସଲ କରିଛି ଭାରତ । ଏହି ଭାରତୀୟ ଦଳରେ ଓଡ଼ିଶା ତଥା କେନ୍ଦୁଝରର ଖେଳାଳୀ ରାଜାରାମ ପଣ୍ଡା ନିଜ ଖେଳ ନୈପୁନ୍ୟକତା ଦେଖାଇ ସମସ୍ତଙ୍କ ଦୃଷ୍ଟି ଆକର୍ଶଣ କରିଥିଲେ । ସେ ୬ଟି ମ୍ୟାଚ ରେ ସର୍ବାଧିକ ୨୯ ଟି ଗୋଲ କରିଥିଲେ । ଫଳରେ ପୁରା ଦର୍ଶାକ ତଥା ଅନ୍ୟ ଦେଶର ଖେଳାଳୀ ତାଙ୍କୁ ଅନେକ ପ୍ରଶଂସା କରିଥିଲେ । ଶେଷରେ ଉଜବେକିସ୍ତାନ ଅଲମ୍ପିକ ସଂଘର ସଭାପତି ସମସ୍ତଙ୍କୁ ପଦକ ପ୍ରଦାନ କରିଥିଲେ । ଏହି ଖବର ଶୁଣିବା ପରେ ଭାରତୀୟ ହ୍ୟାଣ୍ଡବଲ ସଂଘ ତଥା ରାଜ୍ୟ ସଂଘର କର୍ମକର୍ତ୍ତାମାନେ ଶୁଭେଛା ଜଣାଇଛନ୍ତି । ଏଥିସହ ଭାରତୀୟ ହ୍ୟାଣ୍ଡବଲ ସଂଘ ପକ୍ଷରୁ ପ୍ରଶିକ୍ଷିକ ପ୍ରଣୟ କୁମାର ପାଣିଙ୍କୁ ଆଗାମୀ ଜୁଲାଇରେ ବାଙ୍ଗଲାଦେଶ ରେ ହେବାକୁ ଥିବା ଜୁନିୟର ଆନ୍ତଃଜାତୀୟ ହ୍ୟାଣ୍ଡବଲ ଟ୍ରଫି ଟିମ ର ପ୍ରଶିକ୍ଷକ ହେବାକୁ ନିମନ୍ତ୍ରଣ ଦେଇଛି । ଏହାକୁ ନେଇ ଜିଲା ହ୍ୟାଣ୍ଡ ବଲ ସଂଘର ସଭାପତି ଇଂ ବସନ୍ତ କୁମାର ଦାନି , ସମ୍ପାଦକ ରିତିକ ଅଧିକାରୀ ତଥା କ୍ରିଡା ସଂସ୍ଥାର ସମ୍ପାଦକ ସଂଗ୍ରାମ ପଟନାୟକ ଶୁଭେଛା ଜଣାଇଛନ୍ତି ।
ଖଣ୍ଡାଧାର ନିଉଜ- ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।