logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମନରେଗା କାମ କରି ଶ୍ରମିକ ହନ୍ତସନ୍ତ!

ମନରେଗା କାମ କରି ଶ୍ରମିକ ହନ୍ତସନ୍ତ!

କେନ୍ଦୁଝର-୦୬/୦୪ (ଖଣ୍ଡାଧାର ନିଉଜ) ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅଧିନରେ ବିଭିନ୍ନ ପ୍ରକାର କାମ ଯୋଗାଇ ସରକାର ଜବକାର୍ଡ ଧାରୀ ଅଣକୁଶଳୀ ଶ୍ରମିକ ମାନଙ୍କୁ ବାର୍ଷିକ ୧୦୦ ଦିନ ଓ କାମ କରିବାର ୧୫ ଦିନ ଭିତରେ ମଜୁରୀ ପ୍ରଦାନ କରାଯିବାର ନିୟମ ଥିବାବେଳେ ବର୍ତ୍ତମାନ ଏହାର ବ୍ଯତିକ୍ରମ ଦେଖିବାକୁ ମିଳୁଛି। ଏ ସଂକ୍ରାନ୍ତରେ ଗାଁ ସାଥିମେଟ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟିର ଆବାହକ ମନୋଜ କୁମାର ପଟେଲ ଙ୍କ ନେତୃତ୍ବ ରେ ଏକ ପ୍ରତିନିଧିଦଳ ଜିଲ୍ଲାପାଳ ଙ୍କ ସହିତ ଆଲୋଚନା କରି ଅଣକୁଶଳୀ ଶ୍ରମିକ ଓ ମେଟ ମାନଙ୍କ ବକେୟା ମଜୁରୀ ପ୍ରଦାନ କରିବା ପାଇଁ ଏକ ଦାବୀପତ୍ର ଦେଇଛନ୍ତି। କେନ୍ଦୁଝର ଭଳି ଆଦିବାସୀ ବହୁଳ ତଥା ଖଟିଖିଆ ଦିନମଜୁରିଆ ଶ୍ରମିକ ମାନଙ୍କ ମଜୁରୀ ଗତ ଜାନୁଆରୀ ମାସ ଠାରୁ ମିଳିନଥିବା ଅଭିଯୋଗ କରିଛନ୍ତି। ଫଳରେ କାର୍ଯ୍ଯରେ ନିୟୋଜିତ କରିଥିବା ମେଟ ତଥା ଗାଁ ସାଥୀଙ୍କ ଉପରେ ଶ୍ରମିକ ମାନେ ନାନାପ୍ରକାର ଅପମାନିତ କଲାପରି କଥା କହି ନିର୍ଯାତନାର ଶିକାର ହେଉଅଛନ୍ତି। ଜବକାର୍ଡ ରେ କାମ କରି ମାସ ମାସ ଧରି ମଜୁରି ପ୍ରଦାନ ନ କରିବା ସରକାରଙ୍କ ଶ୍ରମିକ ମାରଣ ନୀତି ପାଇଁ ଶ୍ରମିକ ମାନଙ୍କ ମଧ୍ଯରେ ଅସନ୍ତୋଷ ପ୍ରକାଶ ପାଇଛି। ଜିଲ୍ଲାପାଳ ଶ୍ରମିକ ମାନଙ୍କ ମୌଳିକ ଅଧିକାର ଓ ରୋଜଗାର କୁ ବିଚାର କରି ତୁରନ୍ତ ମଜୁରି ପ୍ରଦାନ କରାଯିବାର ବ୍ଯବସ୍ଥା କରିବା ପାଇଁ ସଂଘ ର ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ଉମେଶ ମୁଣ୍ଡା, ରଞ୍ଜିତା ନାଏକ, ବାବୁଲୁ ସୁଳିଅ, କୃଷ୍ଣଚନ୍ଦ୍ର କିଶାନ, ଲକ୍ଷ୍ମଣ ମୁଣ୍ଡା, ବୈକୁଣ୍ଠ ମହାନ୍ତ, ପ୍ରଭାକର ଦେହୁରୀ, ବୈରାଗୀ ଓରାମ, ପିତାମ୍ବର ଯୁଆଙ୍ଗ, ମମତା ନାଏକ, କୁଦଣ୍ଡଧର ଜୁଆଙ୍ଗ, ଜୟନ୍ତି ମହାନ୍ତ ପ୍ରମୁଖ ଅନୁରୋଧ କରିଛନ୍ତି।

ମନୋଜ ପଟେଲଙ୍କ ରିପୋର୍ଟ।

10
1461 views

Comment