logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବାରାହା ଶିକାର ଘଟଣାରେ ଆଉ ଜଣେ ବ୍ୟକ୍ତି ଗିରଫ।

ବାରାହା ଶିକାର ଘଟଣାରେ ଆଉ ଜଣେ ବ୍ୟକ୍ତି ଗିରଫ।

ପାଟଣା-୦୬/୦୪, ପାଟଣା ବନାଞ୍ଚଳ ଅନ୍ତର୍ଗତ ପୋଇପାଣି ସଂରକ୍ଷିତ ଜଙ୍ଗଲରେ ବାରାହା ଶିକାର କରିବା ଅଭିଯୋଗରେ ଗତ ୧୫ ତାରିଖରେ ପୋଇପାଣି ଗ୍ରାମର ବିରବଲ ମହାନ୍ତ(୪୭)ଙ୍କୁ ବନବିଭାଗ ଗିରଫ କରିଥିଲେ। ଏହି ଘଟଣା ରେ ଆହୁରି ଅଧିକ ଲୋକ ସାମିଲ ଥିବା ସୂଚନା ମିଳିଥିଲା।ତେବେ ଆଜି ବାରାହା ଶିକାର ଅଭିଯୋଗ ରେ ଦ୍ଵିତୀୟ ବ୍ୟକ୍ତି ଭାବେ ଫେରାର ଥିବା ବୁଦ୍ଧାଦେଵ ଓରଫ ବୁତୁରୁ ମୁଣ୍ଡାକୁ ବନବିଭାଗ ଗିରଫ କରିଛି।ଗିରଫ ବ୍ୟକ୍ତି ଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ପାଟଣା ବନପାଳ ନିରଞ୍ଜନ ସେଠୀ ସୂଚନା ଦେଇଛନ୍ତି।ସୂଚନାଯୋଗ୍ୟ ଯେ ଗତମାସ ୧୫ ତାରିଖ ପୋଇପାଣି ସଂରକ୍ଷିତ ଜଙ୍ଗଲ ରୁ କିଛି ବ୍ୟକ୍ତି ବାରାହା ଶିକାର କରି ମାଂସ ଭାଗବଣ୍ଟା କରିବା ସମୟରେ ବିବାଦରୁ ଘଟଣା ପଦାକୁ ଆସିଥିଲା।

ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

6
757 views

Comment