logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବିଦ୍ୟୁତ ଖୁଣ୍ଟକୁ ପିଟି ବାଇକ ଚାଳକ ଗୁରୁତର!

ବିଦ୍ୟୁତ ଖୁଣ୍ଟକୁ ପିଟି ବାଇକ ଚାଳକ ଗୁରୁତର!

ପାଟଣା-୦୬/୦୪, ପାଟଣା -କେନ୍ଦେଇପଶି ରାସ୍ତା ବାଦୁଡିଘେରା ଵସ ନିକଟରେ ଜଣେ ବାଇକ ଚାଳକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେବାରୁ ସେ ଗୁରୁତର ଆହତ ହୋଇଛନ୍ତି।ସୂଚନା ଅନୁସାରେ ପାଟଣା ରୁ କେନ୍ଦେଇପଶି ଦିଗକୁ ଯାଉଥିବା ଚାଙ୍ଗୁଆପଡା ର ସତ୍ୟଜିତ ମହାନ୍ତ(୨୭) ଦ୍ରୁତ ଗତିରେ ବାଇକରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା।ଏହି ଦୁର୍ଘଟଣା ରେ ସତ୍ୟଜିତ ଡାହାଣ ହାତ ଭାଙ୍ଗି ଯାଇ ଥିବା ବେଳେ ସେ ଗୁରୁତର ଆହତ ହୋଇଥିଲେ।ଖବର ପାଇ ପାଟଣା ଅଗ୍ନିଶମ ବାହିନୀ ତାଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ପରେ ସତ୍ୟଜିତ କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା।

ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

11
797 views

Comment