logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କମଣ୍ଡ ରେ ଜ୍ୟୋତିପୁର ବିଜେପି ମଣ୍ଡଳର ଦୁଇ ଦିନିଆଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଭିଯାନ - ୨୦୨୬

କମଣ୍ଡ ରେ ଜ୍ୟୋତିପୁର ବିଜେପି ମଣ୍ଡଳର ଦୁଇ ଦିନିଆଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଭିଯାନ - ୨୦୨୬

ଚମ୍ପୁଆ- ୦୭/୦୪(ଖଣ୍ଡାଧାର ନିଉଜ ) ପାଟଣା ନିର୍ବାଚନ ମଣ୍ଡଳୀ ଚମ୍ପୁଆ ବ୍ଲକ ଅନ୍ତର୍ଗତ କମଣ୍ଡ ପ୍ରାଥମିକ ବିଦ୍ୟାଳୟ ପରିସରରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଶିବିର ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଜ୍ୟୋତିପୁର ମଣ୍ଡଳର ମଣ୍ଡଳ ସଭାପତି ସିଦ୍ଧେଶ୍ୱର ମହାନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ, ଧୂପ ଦୀପ ପ୍ରଦାନ କରି କାର୍ଯ୍ୟକ୍ରମକୁ ଉଦଘାଟିତ କରିବା ପରେ ପ୍ରଶିକ୍ଷଣ ଆରମ୍ଭ ହୋଇଥିଲା। କାର୍ଯ୍ୟକ୍ରମ କୁ ପାଟଣା ବିଧାୟକଙ୍କ ଚମ୍ପୁଆ ବ୍ଲକ ପ୍ରତିନିଧି ଭାବଗ୍ରାହୀ ମହାନ୍ତ ସଂଯୋଜନା କରିଥିଲେ l ପ୍ରଥମ ସୂତ୍ର କେନ୍ଦୁଝର ଜିଲ୍ଲା ବିଜେପି ସାଧାରଣ ସମ୍ପାଦିକା ଯଶସ୍ବିନୀ ବଳଙ୍କ ଦ୍ଵାରା ବୈଚାରିକ ଅଧିଷ୍ଠାନ ବିଷୟରେ ପ୍ରଶିକ୍ଷଣ ଦେଇ ତଥ୍ୟ ପ୍ରଦାନ କରିଥିବା ବେଳେ ପଞ୍ଚମ ସୂତ୍ର ଜିଲ୍ଲାବିଜେପି ଉପସଭାପତି ସୁଦର୍ଶନ ମହାନ୍ତ ବିଜେପିରଐତିହାସିକ ଯାତ୍ରା ସମ୍ପର୍କୀତ, ଚତୁର୍ଥ ସୂତ୍ର ଜିଲ୍ଲା ବିଜେପି କୋଷାଧକ୍ଷ ହରିହର ମହାନ୍ତ କାର୍ଯ୍ୟ ପଦ୍ଧତ୍ତି, ବିଜେପି ଜିଲ୍ଲା ସମ୍ପାଦକ ଦୁଷ୍ମନ୍ତ ମହାନ୍ତଙ୍କ ଅନ୍ତୋଦୟ ରୁ ସନ୍ତପ୍ତି, ଜିଲ୍ଲା ବିଜେପି ସୋସିଆଲ ମିଡ଼ିଆ ସମ୍ପାଦକ ସୌମ୍ୟ ରଞ୍ଜନ ମହାନ୍ତ ସୋସିଆଲ ମିଡ଼ିଆ, କୁତ୍ରିମ ବୁଦ୍ଧିମତା, ନମୋ ଆପ, ସରଳ ଆପର ବ୍ୟବହାର ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ l କେନ୍ଦୁଝର ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା ସପ୍ତମ ସୂତ୍ରରେ ବୁଥ୍ ପରିଚାଳନା ଏବଂ ମନକି ବାତ, କାର୍ଯ୍ୟ ବିସ୍ତାର ପ୍ରଶିକ୍ଷଣ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମକୁ ଉଦଯାପନ (ସମାରୋପ) କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ପାଟଣା ବିଧାୟକଙ୍କ ଚମ୍ପୁଆ ବ୍ଲକ ପ୍ରତିନିଧି ଭାବଗ୍ରାହୀ ମହାନ୍ତ ଯୋଗ ଦାନ କରିଥିଲେ। ଏହି ଦୁଇ ଦିନିଆଁ ପ୍ରଶିକ୍ଷଣ ଶିବିରରେ ଜ୍ୟୋତିପୁର ମଣ୍ଡଳର ୮0ରୁ ଉର୍ଦ୍ଧ ବିଜେପିର ସକ୍ରିୟ କାର୍ଯ୍ୟକର୍ତ୍ତା ଯୋଗ ଦାନ କରି ପ୍ରଶିକ୍ଷଣ ନେଇଥିଲେ।
କାର୍ଯ୍ୟକ୍ରମକୁ ମଣ୍ଡଳ ସାଧାରଣ ସମ୍ପାଦକ ସରୋଜ କୁମାର ମହାନ୍ତ, ସମ୍ପାଦକ ମନୋଜ କୁମାର ମହାନ୍ତ, କାର୍ତିକ ମହାନ୍ତ ପ୍ରମୁଖ କାର୍ଯ୍ୟକର୍ତ୍ତା ଙ୍କ ଦ୍ଵାରା ପରିଚାଳିତ ହୋଇଥିଲା l

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

7
640 views

Comment