logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କରଞ୍ଜିଆ ମଣ୍ଡଳ ଆନୁକୂଲ୍ୟରେ ବିଜେପି ର ଦୀନଦୟାଲ ଉପାଧ୍ୟ୍ୟାୟ ପ୍ରଶିକ୍ଷଣ ବର୍ଗ ଅନୁଷ୍ଠିତ।

କରଞ୍ଜିଆ ମଣ୍ଡଳ ଆନୁକୂଲ୍ୟରେ ବିଜେପି ର ଦୀନଦୟାଲ ଉପାଧ୍ୟ୍ୟାୟ ପ୍ରଶିକ୍ଷଣ ବର୍ଗ ଅନୁଷ୍ଠିତ।



ଚମ୍ପୁଆ -୦୬/୦୪(ଖଣ୍ଡାଧାର ନିଉଜ) ଚମ୍ପୁଆ ବ୍ଲକ କରଞ୍ଜିଆ ପଞ୍ଚାୟତ ଅନ୍ତର୍ଗତ ବି.କରଜିଂଆ ମଣ୍ଡଳ ତରଫରୁ ଭାରତୀୟ ଜନତା ପାର୍ଟି ର ଦୀନ ଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ବର୍ଗ ଅନୁଷ୍ଠିତହୋଇଯାଇଛି । ଭାରତୀୟ ଜନତା ପାର୍ଟି କରଜିଂଆ ମଣ୍ଡଳ ର ଦୀନ ଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଶିବିର ଗତ ୦୪/୪/୨୬ ଏବଂ ୦୫/୦୪/୨୦୨୬ ଦୁଇ ଦିନ ଧରି କରଂଜିଆ ଠାରେ ମଣ୍ଡଳ ସଭାପତି ଇନ୍ଦ୍ରଜିତ ମହାନ୍ତଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିବସରେ ଭାରତୀୟ ଜନତା ପାର୍ଟି ର ବରିଷ୍ଠ ନେତା କେନ୍ଦୁଝର ସାଂସଦଙ୍କ ଚମ୍ପୁଆ ବ୍ଲକପ୍ରତିନିଧି ତଥା ଜିଲ୍ଲା ଭାଜପା ର ଉପସଭାପତି ସିଦ୍ଧାର୍ଥ କୁମାର ସିଂହ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ପ୍ରଥମ ଦିବସ ର କାର୍ଯ୍ୟକ୍ରମ କୁ କ୍ରମାନୟ ରେ ବରିଷ୍ଠ ନେତା ରମେଶ ଚନ୍ଦ୍ର ପ୍ରଧାନ,ଜିଲ୍ଲା ସାଧାରଣ ସମ୍ପାଦକ ଅଗ୍ନୁ ଚରଣ ମହାନ୍ତ ଏବଂ ସିଦ୍ଧାର୍ଥ କୁମାର ସିଂହ ଉପସ୍ଥିତ କାର୍ଯ୍ୟ କର୍ତ୍ତା ମାନଙ୍କୁ ପ୍ରଶିକ୍ଷଣ ଦେଇଥିବା ବେଳେ ବରିଷ୍ଠ ନେତା ସନ୍ତୋଷ ସାହୁ କାର୍ଯ୍ୟକ୍ରମ କୁ ସମାରୋପ କରିଥିଲେ। ଦ୍ୱିତୀୟ ଦିବସର କାର୍ଯ୍ୟକ୍ରମକୁ ପଦ୍ମ ଲୋଚନ ସାହୁ ଉଦ୍ଘାଟନ କରି ପ୍ରଶିକ୍ଷଣ ଦେଇ ଥିବା ବେଳେ ,ଜିଲ୍ଲା ଉପ ସଭାପତି ଦେବ ପ୍ରସାଦ ମିଶ୍ର, ଯୁବନେତା ହେମ ରଞ୍ଜନ ବାରିକ୍ ପ୍ରଶିକ୍ଷଣ ଦେଇଥିଲେ। ଉଦଯାପନୀ କାର୍ଯ୍ୟକ୍ରମ ରେ ବରିଷ୍ଠ ନେତା ଚମ୍ପୁଆ ନିର୍ବାଚନ ମଣ୍ଡଳୀ ର ପୂର୍ବ ତନ ବିଧାୟକ ପ୍ରାର୍ଥୀ ମୁରଲୀ ମନୋହର ଶର୍ମା ମହୋଦୟ,ଏବଂ ଜିଲ୍ଲା ସମ୍ପାଦିକା ଝରଣା ମହାନ୍ତ,ଉପସ୍ଥିତ ରହି ଉଦ୍ ବୋଧନ ଦେଇ ଥିଲେ। କାର୍ଯ୍ୟକ୍ରମ କୁ କରଂଜିଆ ମଣ୍ଡଳ ର ମଣ୍ଡଳ ସଭାପତି ଇନ୍ଦ୍ରଜିତ ମହାନ୍ତ ପରିଚାଳନା କରିଥିବା ବେଳେ ମଣ୍ଡଳ ସାଧାରଣ ସମ୍ପାଦକ ଲୋକନାଥ ପାତ୍ର,ରଞ୍ଜନ ମହାନ୍ତ,ପରେଶ ମହାନ୍ତ,ସନ୍ତୋଷ ସେଠୀ,ଦାଶରଥି ମହାକୁଡ଼,ରଘୁନାଥ ପାତ୍ର,ଉଗ୍ରସେନ ମହାନ୍ତ,ଶ୍ୟାମ ସୁନ୍ଦର ମହାନ୍ତ,ଯଦୁମଣି ନାୟକ,ରଶ୍ମିତା ମହାନ୍ତ,ନିରୁପମା ସେଠୀ,କବିତା ନାୟକ,ବଳଭଦ୍ର ବେହେରା,ବରିଷ୍ଠ ନେତା ମଳୟ ମହାପାତ୍ର ଏବଂ ସରୋଜ ପ୍ରଧାନ ସଂଯୋଜନା କରିଥିଲେ। କରଂଜିଆ ମଣ୍ଡଳ ର ଶତାଧିକ କାର୍ଯ୍ୟ କର୍ତ୍ତା ପ୍ରଶିକ୍ଷଣ ନେଇଥିବା ବେଳେ ସଂଗଠନ କୁ ସଦୃଢ କରିବା ପାଇଁ ସଂକଳ୍ପ ନେଇଥିଲେ। ସଫଳତାର ସହିତ କାର୍ଯ୍ୟ କ୍ରମ ସମାରୋପ ହୋଇଥିଲା।



ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

15
1163 views

Comment