logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଇନ୍‌ଟାକ କେନ୍ଦୁଝର ଚାପ୍ଟର ବୈଠକ ଅନୁଷ୍ଠିତ।

ଇନ୍‌ଟାକ କେନ୍ଦୁଝର ଚାପ୍ଟର ବୈଠକ ଅନୁଷ୍ଠିତ।

କେନ୍ଦୁଝର କଳା, ସଂସ୍କୃତି ଐତିହ୍ୟ ସୁରକ୍ଷା ଲାଗି ଅନେକ ପଦକ୍ଷେପ ସମ୍ପର୍କରେ ଆଲୋଚନା।

କେନ୍ଦୁଝର,ତା୬/୪- କେନ୍ଦୁଝର ରୋଟାରୀ ଭବନରେ କଳା, ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ଲାଗି କାର୍ଯ୍ୟ କରୁଥିବା ବୃହତ ସଂଗଠନ ଇନ୍‌ଟାକ, କେନ୍ଦୁଝର ଚାପଟରର ବୈଠକ ଅନୁଷ୍ଠିତ ହୋଇଯାଇଛି। ସୂଚନା ଯୋଗ୍ୟ କି ଭାରତୀୟ କଳା ସଂସ୍କୃତି ସୁରକ୍ଷା ଲାଗି ଏହି ସଂସ୍ଥା କାର୍ଯ୍ୟ କରି ଅନେକ ପଦକ୍ଷେପ ନେଇଛି ସରକାରଙ୍କୁ ମଧ୍ୟ ଉଚିତ ପରାମର୍ଶ ଦେଉଛି। କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛି। ସୌଭାଗ୍ୟ କ୍ରମେ ୨୦୨୩ରୁ ଇନ୍‌ଟାକର କେନ୍ଦୁଝର ଚାପ୍ଟର ଆରମ୍ଭ ହୋଇଛି। ଜିଲ୍ଲାର କଳା, ସଂସ୍କୃତି, ପରମ୍ପରାର ସୁରକ୍ଷା ଲାଗି କେନ୍ଦୁଝର ଚାପ୍ଟର ଅନେକ ଯୋଜନା କରି ଆଲୋଚନା କରିଛି। ଏହି ସଂସ୍ଥା ସହ ଜଡିତ ବ୍ୟକ୍ତି ମାନେ ଅନେକ ବିଷୟରେ ସୂଚନା ସଂଗ୍ରହ କରୁଛନ୍ତି। କେନ୍ଦୁଝର ଠାରେ ଅନୁଷ୍ଠିତ ବୈଠକରେ କେନ୍ଦୁଝର ଚାପ୍ଟର ଆବାହକ ବରିଷ୍ଠ ପ୍ରଶାସକ ଡକ୍ଟର ଅଜୟ କୁମାର ନାୟକ ଓ ସହ ଆବାହକ ସାମ୍ବାଦିକ ଶ୍ୟାମହରି ଚକ୍ର ଉପସ୍ଥିତ ରହି ସଭା ପରିଚାଳନା କରିଥିଲେ। ଏଥିରେ କେନ୍ଦୁଝର କଳା ସଂସ୍କୃତି ଉପରେ ବ୍ୟାପକ ଆଲୋଚନା ହୋଇଥିଲା। ବରିଷ୍ଠ ସଂଗ୍ରାହକ ସୁଜିତ କୁମାର ପଟ୍ଟନାୟକ କେନ୍ଦୁଝର ଗଡଜାତ ଏକ ସମ୍ପୂର୍ଣ୍ଣ ରାଜ୍ୟ ଥିଲା ଏହି ସମ୍ପର୍କରେ ଇନଟାକ ଅଧିକ ତଥ୍ୟ ସଂଗ୍ରହ କରି ଲୋକଙ୍କୁ ଜଣାଉ ବୋଲି ପ୍ରସ୍ତାବ ଦେଇଥିଲେ। ସେହିପରି କେନ୍ଦୁଝର ମନ୍ଦିର ସଂସ୍କୃତି, ବୈତରଣୀ ନଦୀର କଳା ସଂସ୍କୃତି ଉପରେ ପ୍ରଭାବ ନେଇ ଆଲୋଚନା ହୋଇଥିଲା। ଏହି ବୈଠକରେ ଅନେକ ବୁଦ୍ଧିଜୀବୀ ତଥା ଛାତ୍ରଛାତ୍ରୀ ଯୋଗ ଦେଇ ନିଜର ମତାମତ ରଖିଥିଲେ। ସମସ୍ତଙ୍କ ବିଶେଷ ଆଗ୍ରହ କ୍ରମେ କେନ୍ଦୁଝରରେ ହଜି ଯାଉଥିବା ତଥ୍ୟ ଉପରେ ପ୍ରାମାଣିକ ଦସ୍ତାବିଜ ରଖିବାକୁ ବ୍ୟବସ୍ଥା କରିବାକୁ ଦାୟିତ୍ୱ ଅର୍ପଣ କରାଯାଇଥିଲା। ବିଭିନ୍ନ ଆଡୁ ଗୁରୁତ୍ୱପୂର୍ଣ୍ଣ କଳା ସଂସ୍କୃତି ଐତିହ୍ୟ ତଥ୍ୟ ଯୋଗାଡ଼ କରି ଆଣି ଉପସ୍ଥାପନ କରିବାକୁ ସଦସ୍ୟ ମାନଙ୍କୁ ନିବେଦନ କରାଯାଇଥିଲା ଯାହାକୁ ପରେ ବିଶେଷଜ୍ଞ ମାନଙ୍କ ଦ୍ୱାରା ବ୍ୟାପକ ଅଧିକ ଆଲୋଚନା କରି ସରଂକ୍ଷିତ ରଖାଯିବ ବୋଲି ସୂଚନା ମିଳିଥିଲା। ଏହି ବୈଠକରେ ଡକ୍ଟର ରୀନା ରାଉତରାୟ, ଧରିତ୍ରୀ ରାଉତ,ପ୍ରବୀର କୁମାର ଦେଓ, ତରୁଣ କୁମାର ଓଝା,ମିଲନ କୁମାର ମିଶ୍ର, ବୀରକିଶୋର ପାତ୍ର, ଦିଲୀପ କୁମାର ସାହୁ, ସୂର୍ଯ୍ୟମାଧବ ପାଣିଗ୍ରାହୀ, ଅଶୋକ ନାୟକ,ସୁଗ୍ରୀବ ଜୁଆଙ୍ଗ,ଦୁର୍ଗାପ୍ରସାଦ ମାନସିଂ ନାୟକ,ପ୍ରଦୋଷ କୁମାର ଦାସ, ଘନଶ୍ୟାମ ମୁଣ୍ଡା, ଅମରେନ୍ଦ୍ର ମହାରଣା, ଦୁର୍ଗା ପ୍ରସନ୍ନ ଲାୟକ,କପିଳେନ୍ଦ୍ର ନାୟକ,ଅଙ୍କିତ ମହାନ୍ତି ବିଭୁ କିଶୋର ବିଶୋଇ,ବିଷ୍ଣୁ ପ୍ରସାଦ ଜେନା, ଯୁଗଳ ଜ୍ୟୋତି ବେହେରା, ଉମାନାରାୟଣ ଗିରି, ଜ୍ୟୋତିର୍ମୟ ଗଡ଼ନାୟକ ଆଦି ଯୋଗ ଦେଇଥିଲେ।

ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ; ସୌଜନ୍ୟ: ପୁରୁଷୋତ୍ତମ ପାତ୍ର, କେନ୍ଦୁଝର।

3
414 views

Comment